Advertisment

Hello କହି ଡାକିଲେ, ସ୍ପେଶାଲ୍‌ ସ୍କ୍ୱାଡ୍‌ ପରିଚୟ ଦେଇ ଲୁଟି ନେଲେ...

ପୋଲିସ୍‌ ନକଲି, ହେଲେ ଲୁଟ୍‌ ଅସଲି। ନିଜକୁ ମିଛରେ ସ୍ପେଶାଲ୍‌ ସ୍କ୍ୱାଡ୍‌ ଷ୍ଟାଫ୍‌ର ପରିଚୟ ଦେଇ ରାଜଧାନୀ ଭୁବନେଶ୍ୱରର ଜଣେ ଯୁବକଙ୍କ ଠାରୁ ୮ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Loot In Bhubaneswar

Loot In Bhubaneswar

ପୋଲିସ୍‌ ନକଲି, ହେଲେ ଲୁଟ୍‌ ଅସଲି। ନିଜକୁ ମିଛରେ ସ୍ପେଶାଲ୍‌ ସ୍କ୍ୱାଡ୍‌ ଷ୍ଟାଫ୍‌ର ପରିଚୟ ଦେଇ ରାଜଧାନୀ ଭୁବନେଶ୍ୱରର ଜଣେ ଯୁବକଙ୍କ ଠାରୁ ୮ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ପୂର୍ବରୁ ପୋଲିସ ବିଭାଗରେ ASI ଥିବା ଜଣେ ବ୍ୟକ୍ତି ଅଛନ୍ତି। ତାଙ୍କ ନାଁ ଜ୍ଞାନ ରଞ୍ଜନ ମହାନ୍ତି। ଏବେ ସେ ଅବସର ନେଇ ସାରିଛନ୍ତି। ଆଉ ଜଣେ ହେଲେ ତାଙ୍କ ସହଯୋଗୀ କାହ୍ନୁ ଚରଣ ସାହୁ।

Advertisment

ସୂଚନାଥାଉ କି, ଗତ ୧୦ ତାରିଖ ଦିନ ବାଣୀବିହାରରୁ ଅଭିଷେକ ଦାସ ନାମକ ଜଣେ ଯୁବକଙ୍କ ପିଛା କରି ଜ୍ଞାନ ରଞ୍ଜନ ଓ କାହ୍ନୁ ଚରଣ ତାଙ୍କୁ ଲିଙ୍ଗରାଜ ଥାନା ଅଞ୍ଚଳରେ ଅଟକାଇ ଥିଲେ। ଏହାପରେ ସେମାନେ ଅଭିଷେକଙ୍କୁ ଟଙ୍କା ମାଗିଥିଲେ।  ୮ ହଜାର ଟଙ୍କା ନଦେଲେ ତୁମ ନାଁରେ ମାମଲା ରୁଜୁ ହେବ ବୋଲି କହି ଅଭିଯୁକ୍ତମାନେ ଧମକାଇ ଥିଲେ। ଭୟରେ ଅଭିଷେକ ସେମାନଙ୍କୁ ଟଙ୍କା ଦେଇ ଦେଇଥିଲେ। ପରେ ଘଟଣା ସମ୍ପର୍କରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ।

ଅଭିଷେକଙ୍କ ଅଭିଯୋଗ ଅନୁସାରେ, ‘ପ୍ରଥମେ ସେମାନେ ମୋତେ ହ୍ୟାଲୋକୁ ଡାକିଥିଲେ। ମୁଁ ନଶୁଣିବାରୁ ମୋ ହାତକୁ ଜୋରରେ ଧରି ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ- Hello, I am the Special Squad Of Commissionerate Police। ଆପଣ ରାସ୍ତାକଡ଼ରେ ପରିସ୍ରା କରିଥିବାରୁ ଆପଣଙ୍କ ନାଁରେ ଦଫା ଲାଗିଛି ବୋଲି କହିଥିଲେ। ଏହାପୂର୍ବରୁ ସେମାନେ ମୋ ନାଁ,ଘର ଠିକଣା ଆଦି ପଚାରି ବୁଝିଥିଲେ। ତେବେ ଆପଣଙ୍କ ବିରୋଧରେ ଯେଉଁ ଦଫା ଲାଗିଛି ତାକୁ ରଫାଦଫା କରିବା ପାଇଁ ସେମାନେ ମୋତେ ଟଙ୍କା ମାଗିଥିଲେ। ଫାଇନ୍‌ କାଟିବା ପାଇଁ ସେମାନେ ୭,୮୦୦ରୁ ୧୧ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ମାଗିଥିଲେ। ସ୍ପେଶାଲ୍‌ ସ୍କ୍ୱାଡ୍‌ କହି ବାରମ୍ବାର ଧମକଚମକ ଦେବାରୁ ନିକଟରେ ଥିବା ଏଟିଏମ୍‌ରୁ ୭,୫୦୦ ଟଙ୍କା ଉଠାଇ ସେମାନଙ୍କୁ ଦେବାସହ ବାଟରେ ଆଉ ୫୦୦ ଟଙ୍କା ସେମାନଙ୍କୁ ଦେଇଥିଲି।’

Advertisment

ଏନେଇ ଅଭିଷେକ ଲିଙ୍ଗରାଜ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍‌ ତଦନ୍ତ ଆରମ୍ଭ କରି ଜ୍ଞାନ ରଞ୍ଜନ ଓ କାହ୍ନୁ ଚରଣଙ୍କୁ ଗିରଫ କରିଛି। 

Loot Loot In Odisha Loot In Bhubaneswar
Advertisment
Advertisment