/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645247968.jpg)
Wanted Criminal
ଟ୍ୱିନ୍ସିଟିରେ ବୁଲୁଛି କୋଲକାତାର ୱାଣ୍ଟେଡ୍ କ୍ରିମିନାଲ୍। ଓଡ଼ିଶା କ୍ରାଇମ୍ବ୍ରାଞ୍ଚ କୋଲକାତାର ଜଣେ ଓ୍ୱାଣ୍ଟେଡ୍ ଅପରାଧୀର ଫଟୋ ଜାରି କରିଛି। ଏହି ଅପରାଧୀର ନାଁ ବିମଲ ଶର୍ମା। ବିମଲ ସମ୍ପର୍କରେ ତଥ୍ୟ ଦେବାକୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଫଟୋ ଜାରି କରାଯାଇଛି।
ଦିଲ୍ଲୀର ବିମଲ ଶର୍ମା ନାଁରେ ହତ୍ୟା, ଅପହରଣ ପରି ସଙ୍ଗୀନ ମାମଲା ରହିଛି। ଏହି ମାମଲାରେ କୋଲକାତା ପୋଲିସ ବିମଲକୁ ଖୋଜୁଛି। ଅଭିଯୁକ୍ତ ବିମଲ କଟକ, ଭୁବନେଶ୍ୱର ଓ ଏହାର ଆଖପାଖ ଜିଲ୍ଲାରେ ବୁଲୁଥିବା ଜଣାପଡ଼ିବା ପରେ ବିମଲ ସମ୍ପର୍କରେ ସୂଚନା ଦେବାକୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।
ଯଦି କେହି ବିମଲ ସମ୍ପର୍କରେ ଜାଣିଥାନ୍ତି, ତା’ହେଲେ କୋଲକାତା ପୋଲିସ୍- 9874965566 ନମ୍ବରରେ ଯୋଗାଯୋଗ କରିବା ଲାଗି କୁହାଯାଇଛି।
Vimal Sharma hails from Delhi and is wanted by Kolkata Police in Bhawanipore PS Case No. 42, Dt. 14.02.2022, U/s 364A/506/302/34 IPC ( Kidnapping&Murder)
He has been moving in Cuttack, Bhubaneswar and neighbouring districts.
Please contact Kolkata police 9874965566. pic.twitter.com/FY5AYGXoYT— Crime Branch, Odisha Police (@CIDOdisha) February 18, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)