Advertisment

ଫାଇନାନ୍ସ ସଂସ୍ଥାଠାରୁ ଅର୍ଥ ହଡ଼ପ ମାମଲାରେ ୧୭ କୋଟି ଜବତ୍‌

ଅର୍ଥ ହଡପ ମାମଲାରେ ସମ୍ବନ୍ଧ ଫିନସର୍ଭ ସଂସ୍ଥାର ଏମଡି ଦୀପକ କିଣ୍ଡୋଙ୍କ ସହ ଅନ୍ୟମାନଙ୍କ ନାଁରେ ବିଭିନ୍ନ ବ୍ୟାଙ୍କର ୬୧ଟି ଆକାଉଣ୍ଟରେ ଥିବା ୧୭କୋଟିରୁ ଅଧିକ ଟଙ୍କା ଜବତ୍‌ ହୋଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
14 crore in money laundering cases from financial institutions

14 crore in money laundering cases from financial institutions

ଅର୍ଥ ହଡପ ମାମଲାରେ ସମ୍ବନ୍ଧ ଫିନସର୍ଭ ସଂସ୍ଥାର ଏମଡି ଦୀପକ କିଣ୍ଡୋଙ୍କ ସହ ଅନ୍ୟମାନଙ୍କ ନାଁରେ ବିଭିନ୍ନ ବ୍ୟାଙ୍କର ୬୧ଟି ଆକାଉଣ୍ଟରେ ଥିବା ୧୭କୋଟିରୁ ଅଧିକ ଟଙ୍କା ଜବତ୍‌ ହୋଇଛି । କ୍ରାଇମବ୍ରାଞ୍ଚ ଏସବୁ ଅର୍ଥକୁ ଜବତ କରିଛି ।

Advertisment

ସୂଚନା ଅନୁସାରେ, ଅର୍ଥନୈତିକ ଅପରାଧ ଶାଖା ବିଭିନ୍ନ ଜାତୀୟ ତଥା ଘରୋଇ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ ଥିଲା । ଅନ୍ନପୂର୍ଣ୍ଣା ଫାଇନାସ୍ ସଂସ୍ଥାଠାରୁ ଜାଲିଆତି କରି ୫ କୋଟି ଟଙ୍କା ଲୋନ୍ ନେଇ ଟଙ୍କା ହଡପ୍‌ ଅଭିଯୋଗ ହୋଇଥିଲା । ଏନେଇ ଅନପୂର୍ଣ୍ଣା ଫାଇନାସ ପ୍ରାଇଭେଟ ଲିମିଟେଡ କ୍ରାଇମବ୍ରାଞ୍ଚରେ ମଧ୍ୟ ଅଭିଯୋଗ ହୋଇଥିଲା।

ଘଟଣାର ଖୋଳତାଡ ପରେ ସମ୍ବନ୍ଧ ଫିନସର୍ଭ ସଂସ୍ଥାର ଏମିଡି ଦୀପକ କିଣ୍ଡୋ ବିଭିନ୍ନ ବ୍ୟାଙ୍କ ଅର୍ଥ ଲଗାଣକାରି ସଂସ୍ଥାଠାରୁ ୧୦୦ କୋଟି ଟଙ୍କା ହଡପ କରିଥିବା ସାମ୍ନାକୁ ଆସିଥିଲା ।

Advertisment

ପୂର୍ବରୁ ଏହି ଠକେଇ ମାମଲାରେ ଦୀପକ କିଣ୍ଡୋଙ୍କ ପତ୍ନୀ ଅମ୍ରିତା କିଣ୍ଡୋ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ । ଦୀପକ ଫେରାର ଥିବାବେଳେ ତାଙ୍କ ନାଁରେ କ୍ରାଇମବ୍ରାଞ୍ଚ ଲୁକ୍ଆଉଟ ସର୍କୁଲାର ଜାରି କରିଛି । ଏମତିକି ତାଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚର ଅର୍ଥ ନୈତିକ ଅପରାଧ ଶାଖା ପକ୍ରିୟା ଜାରି ରଖିଛି ।

Money Laundering Case
Advertisment
Advertisment