କିଛି ଦିନ ପୂର୍ବରୁ ରାଜଧାନୀ ରାଜରାସ୍ତାରେ କେବିଏନ୍ ଗ୍ରୁପ୍ର ତାଣ୍ଡବ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ, ଯେଉଁ କମିଶନରେଟ୍ ପୋଲିସ ଭରସାରେ ରାଜଧାନୀବାସୀ ନଶ୍ଚିନ୍ତରେ ଶୋଉଛନ୍ତି, ସେହି ସମୟରେ କମିଶନରେଟ୍ ପୋଲିସ ମଧ୍ୟ ନିଘୋଡ଼ ନିଦରେ ରହୁଛି ।
୧୦ ତାରିଖ ମଧ୍ୟରେ ନୋଟିସର ଜବାବ ଦେବାକୁ ମଧ୍ୟ ତାଗିଦ୍ କରିଛନ୍ତି କୋର୍ଟ । ୧୦ ତାରିଖ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ ପାଇଁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ।
ଆଜି ସକାଳୁ ସବୁ କିଛି ଠିକ୍ ଥିବା ବେଳେ ହଠାତ୍ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ନିଜେ ଯବାନ ଗୁଳି କରି ଦେଇଥିଲେ।
ଆୟବହିର୍ଭୁତ ସମ୍ପତ୍ତି ଏବଂ ଚାକିରି ନାଁରେ ଠକେଇ ଲିଙ୍କ୍ରେ ଭୁବନେଶ୍ୱର ବିବେକାନନ୍ଦ ମାର୍ଗସ୍ଥିତ ତାଙ୍କ ବାସଭବନରେ ଚଢ଼ଉ କରିଛି ଇଡି। ସକାଳ ପ୍ରାୟ ୭ଟାରୁ ଏହି ରେଡ ଆରମ୍ଭ ହୋଇଥିଲା।
କିଛି ଦିନ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ବାପା ଓ ଭାଇ । ଶୀଘ୍ର ତଦନ୍ତ ସାରି ଫାଷ୍ଟଟ୍ରାକ କୋର୍ଟରେ ବିଚାର ପାଇଁ ଆବେଦନ କରିଥିଲେ ମମିତାଙ୍କ ପରିବାର ଲୋକ ।
ଜମନକିରା ଲ୍ୟାମ୍ପସ ଏମ୍ଡିଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଫଣିନ୍ଦ୍ର ସାହୁଙ୍କ ଘରେ ରେଡ୍ । ଜମନକିରା ଅଫିସ୍, ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ବନ୍ଧୁକ ଦେଖାଇଲେ, ବୋମା ଫୁଟାଇ ଲୁଟ୍ । ଖୋର୍ଦ୍ଧା ଜିଲ୍ଲା ଧଳା ପଥର ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦେଖନ୍ତୁ ଲୁଟ୍ ସମୟର ସିସିଟିଭି ଦୃଶ୍ୟ ।
୧୭ ଦିନ ହେଲା ନିଖୋଜ ଥିବା ଜଣେ କନଷ୍ଟେବଲ୍ଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ଜୟପୁରରେ ୪ ପୋଲିସଙ୍କ ବିରୋଧରେ ହତ୍ୟା ମାମଲା I ଗୋଳନ୍ଥରା କଷ୍ଟୋଡିଆଲ୍ ଡେଥ୍ ମାମଲାରେ ବି କେସ୍ I ଜଣେ ବିଜେଡି ନେତା ଓ ତତ୍କାଳୀନ ଗୋଳନ୍ଥରା ଥାନା ଅଧିକାରୀଙ୍କ ନାଁରେ ମାମଲା #CustodialDeath
ଚିଟଫଣ୍ଡ ପରେ ନୂଆ ଢଙ୍ଗରେ ଠକେଇ I ବାଲେଶ୍ୱର ଓ ଭଦ୍ରକରୁ ୩୦ କୋଟି ଧରି ଛୁ ବେନାମୀ କମ୍ପାନୀ I ଅରୋକ୍ସା ଡିଲ୍ ମଲ୍ଟି ଟ୍ରେଡ୍ ନାମକ ବେନାମୀ କମ୍ପାନୀ ଟଙ୍କା ଧରି ଛୁ I EOWରେ ଅଭିଯୋଗ କଲେ କ୍ଷତିଗ୍ରସ୍ତ ଜମାକାରୀ ଓ ଏଜେଣ୍ଟ ।
ପୋଲିସ ହେପାଜତରେ ଥିବା ବେଳେ ଯୁବକଙ୍କ ମୃତ୍ୟୁ । ଏହି ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ ।
ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଂଚଳରେ । ମହାଦେବପାଲି ଗାଁର ଭାଗବତ ବେହେରାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବଙ୍ଗୋମୁଣ୍ଡା ଥାନା IIC ବିନୋଦ ବିହାରୀ ନାୟକ। ଦୀର୍ଘ ଦିନ ହେଲା ସେ ଭିଜିଲାନ୍ସ ସ୍କାନରରେ ଥିଲେ।
୪ ପୋଲିସ ଅଧିକାରୀଙ୍କ ନାଁରେ ହତ୍ୟା ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ
ଜଳେଶ୍ୱରରୁ ବିପୁଳ ଗଞ୍ଜେଇ ଓ ଧଳା ଜହର ଜବତ କରାଯାଇଛି.. ସୁଗୋ ଅଞ୍ଚଳରେ ଅବକାରୀ ଓ ପୋଲିସ ଚଢାଉ କରି ୧ ମହିଳାଙ୍କ ସହ ୩ ଜଣଙ୍କୁ ଅଟକ ରଖିଛି.. ଏମାନଙ୍କ ନିକଟରୁ ୩ ବୁରା ଗଞ୍ଜେଇ, ୫୦ ଲିଟର ବିଦେଶୀ ମଦ ସହ ଆନୁମାନିକ ୧୦ ଲକ୍ଷ ଟଙ୍କାର ଧଳାଜହର ଜବତ କରାଯାଇଛି..
୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏକ ପୋଲିସ୍ ହେପାଜତ ମୃତ୍ୟୁ ଘଟଣାରେ ଏହି ୪ ପୋଲିସ୍ ଅଧିକାରୀଙ୍କ ବିରୋଧରେ କ୍ରାଇମ୍ବ୍ରାଞ୍ଚ ହତ୍ୟା ମାମଲା ରୁଜୁ କରିଛି।
ପୋଲିସ୍ ଏନ୍କାଉଣ୍ଟରରେ ୨ ଅପରାଧୀ ଆହତ। ATMରୁ ୨୯ ଲକ୍ଷ ଲୁଟ୍ ଘଟଣାରେ ପୋଲିସ୍ର ଚଢାଉ ବେଳେ ଏହି ୨ ଅପରାଧୀଙ୍କ ସହ ମୁହାଁମୁହିଁ ହୋଇଥିଲା। ଏମାନଙ୍କ ପାଖରୁ ମାଗାଜିନ୍ ଓ ବହୁ ମାରଣାସ୍ତ୍ର ଜବତ ହୋଇଛି ।
କେତେବାଟ ଗଲା ମମିତା ହତ୍ୟା ମାମଲାର ତଦନ୍ତ ? କାହା ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ? କେଉଁ କେଉଁ ଅଭିଯୋଗ ଏବଂ ପ୍ରମାଣ ହାତେଇଛି ବଲାଙ୍ଗିର ପୋଲିସ ? ବିସ୍ତୃତ ତଥ୍ୟ ଜାଣିବାକୁ ଚାହିଁଥିଲେ ହାଇକୋର୍ଟ। ଏହାସହ ରାଜ୍ୟ ସରକାରଙ୍କୁ ମାଗିଥିଲେ ଷ୍ଟାଟସ୍ ରିପୋର୍ଟ।
ଜଣେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ କ୍ଷୋଭରେ କହିଛନ୍ତି, ରାଜ୍ୟ ସରକାର ଯଦି ଚାହିଁଥାନ୍ତେ, ତାହେଲେ ଇତିମଧ୍ୟରେ ସେମାନେ ଫେରିପାଇଥାନ୍ତେ ଜମାରାଶି । ହାତକୁ ଆସିଥାନ୍ତା କଷ୍ଟ ଉପାର୍ଜିତ ଟଙ୍କା । ତାହେଲେ କାହିଁକି ସରକାର ଚୁପ୍ ?
ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଆଉ ମିଳିବ ନାହିଁ ଟଙ୍କା ! ଏ ଦୃଶ୍ୟ ହିଁ ଏହାହିଁ କରୁଛି ବୟାନ ।
ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ । ବ୍ୟାଙ୍କର ଗୋଲ୍ଡ ଭ୍ୟାଲୁୟର ବିଜୟ କୁମାର ରଣା ସ୍ଥାନୀୟ ଅଂଚଳର କିଛି ଯୁବକଙ୍କୁ ଗୋଲ୍ଡ ଲୋନ୍ କରାଇ ଦେଇଥିଲେ ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି.. ଚଢାଉ ବେଳେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୧୬ ହଜାର ନଗଦ ଟଙ୍କା ଜବତ ହୋଇଛି..
କଇଁଛ ଚୋରା ଚାଲାଣର ପର୍ଦ୍ଦାଫାସ । ଯାଜପୁର ଜିଲ୍ଲା ବରି ଥାନା ପୋଲିସ ମୂଳଝରି ଗାଁରୁ ୪୩ଟି କଇଁଛ ଜବତ କରିଛି । ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ ।
ଭଗବାନଙ୍କୁ ବି ଛାଡ଼ୁ ନାହାନ୍ତି ଦୁର୍ବୃତ୍ତ.. ଅଧରାତିରେ ଶିବ ମନ୍ଦିରରେ ପଶି ନାଗ ମୂର୍ତ୍ତିକୁ କାଟି ନେଇ ଚମ୍ପଟ ମାରିଛନ୍ତି.. ଲଗାତର ମନ୍ଦିରରୁ ଚୋରି ଅଭିଯୋଗ ଆସୁଥିବା ବେଳେ ପୋଲିସ ଚୋରଙ୍କ ଟେର୍ ପାଉନି..