Advertisment

ନିର୍ବାଚନ ବେଳେ ମଦ ବାଣ୍ଟି ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଗିରଫ

ମଦ ବୋଝେଇ ଟ୍ରାକ୍ଟରକୁ ଅଟକ ରଖି ପୋଲିସ ଜିମାଦେଲେ ଗ୍ରାମବାସୀ।

author-image
Chandan Shishu
ଗିରଫଙ୍କ ମଧ୍ୟରେ ଜଣେ ସରପଞ୍ଚ ଓ ଜଣେ ସମିତି ସଭ୍ୟ ପ୍ରାର୍ଥୀ

ଗିରଫଙ୍କ ମଧ୍ୟରେ ଜଣେ ସରପଞ୍ଚ ଓ ଜଣେ ସମିତି ସଭ୍ୟ ପ୍ରାର୍ଥୀ

ନୟାଗଡ଼/କୋଣାର୍କ: ନିର୍ବାଚନ ବେଳେ ମଦ ଓ ଟଙ୍କା ବାଣ୍ଟିବା ଅଭିଯୋଗରେ ୩ ଗିରଫ। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ମୟୂରଝାଲିଆ ପଞ୍ଚାୟତରେ ମଦ ଓ ଟଙ୍କା ବଣ୍ଟାଯାଇଥିବା ଅଭିଯୋଗ ହୋଇଛି। ମୟୂରଝାଲିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ କୁମାର କଳସ, ସମିତି ସଭ୍ୟ ପ୍ରାର୍ଥୀ ମନ୍ମଥ ତ୍ରିପାଠୀ, ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ସ୍ୱାମୀ ନଣ୍ଡା ମହାରଣା ଗତ ରାତିରେ ମୟୂରଝାଲିଆ ଗାଁରେ ମଦ ଓ ଟଙ୍କା ବାଣ୍ଟୁଥିବା ବେଳେ ଗ୍ରାମବାସୀ କାବୁ କରି ପୋଲିସ ଜିମା ଦେଇଥିଲେ।

Advertisment

ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କଠାରୁ ୧୦ ଲିଟର ମଦ ସହ ୨ଟି ବାଇକ୍ ଜବତ କରିଛି। ଗିରଫ ୨ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୱାର୍ଡମେମ୍ବରଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛି। 

ସେହିପରି ନିର୍ବାଚନ ପୂର୍ବରୁ ଗତ ବିଳମ୍ବିତ ରାତ୍ରୀରେ ଚୋରା ଚାଲାଣ ହେଉଥିବା ମଦ ବୋଝେଇ ଟ୍ରାକ୍ଟରକୁ ଅଟକ ରଖି ପୋଲିସ ଜିମାଦେଲେ ଗ୍ରାମବାସୀ। ପୁରୀ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଏଡବାଂସ ଠାରେ ଥିବା ସରକାରୀ ମଦ ଦୋକାନରୁ ଏକ ଟ୍ରାକ୍ଟର ଯୋଗେ ବିପୁଳ ପରିମାଣର ବିଦେଶୀ ମଦ ଚାଲାଣ ବେଳେ ସ୍ଥାନୀୟ ଗ୍ରାମବାସୀ ମଦ ବୋଝେଇ ଗାଡି ସହ ଦୁଇଜଣଙ୍କୁ ଅଟକ ରଖିିଥିଲେ।

Advertisment

ଆଜି ସକାଳୁ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ମଦ ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ଟ୍ରାକ୍ଟରରେ ମଦ ଅଣାଯାଇ ଦେବୀ ନଦୀରେ ଡଙ୍ଗାରେ ପାର ହୋଇ ଅସ୍ତରଂଗର ଏକ ପଞ୍ଚାୟତକୁ ଯିବା ପୂର୍ବରୁ ଗ୍ରାମବାସୀ ମାନେ ଏହି ମଦ ବୋଝେଇ ଗାଡିକୁ ଅଟକାଇଥିଲେ ଜବତ ୬୦ ପେଟିରୁ ଅଧିକ ମଦର ଆନୁମାନିକ ମୂଲ୍ୟ  ୩ରୁ ୪ଲକ୍ଷ ଟଙ୍କା ହେବ।

Odisha Panchayat Polls Odisha Panchayat Elections
Advertisment
Advertisment