Advertisment

ମାହାଙ୍ଗା ଡବଲ ମର୍ଡର ମାମଲା: ୬ ଅଭିଯୁକ୍ତଙ୍କୁ ଜାମିନ ଦେଲେନି ହାଇକୋର୍ଟ

ଗତ ୨୦୨୧ ଜାନୁଆରୀ ୨ରେ ବିଜେପି ନେତା କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
mahanga

mahanga

କଟକ: ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମାମଲା । ଅଭିଯୁକ୍ତମାନଙ୍କୁ ଜାମିନ ଦେଲେନି ହାଇକୋର୍ଟ। ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଅଭିଯୁକ୍ତ କୈଳାଶ ଖଟୁଆ,ମଳୟ ବାରିକ, ଭିକାରୀ ସ୍ୱାଇଁ ନିରାଶ । ଅଭିଯୁକ୍ତ କ୍ଷୀତିଶ ଆଚାର୍ଯ୍ୟ, ଚୈତନ୍ୟ ସେଠୀ, ଅରବିନ୍ଦ ଖଟୁଆ ନିରାଶ। ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ଦାଦାଙ୍କୁ ହତ୍ୟା କରାଯାଇଥିଲା।

Advertisment

ଗତ ୨୦୨୧ ଜାନୁଆରୀ ୨ରେ କଟକ ସାଲେପୁର ଜଙ୍କୋଟି ନିକଟରେ ବିଜେପି ନେତା କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। କୁଳମଣି ଓ ଦିବ୍ୟସିଂହ ବାଇକ୍‌ରେ ନୃତ୍ତାଙ୍ଗ ସ୍ଥିତ ଘରକୁ ଫେରୁଥିବାବେଳେ ଜଙ୍କୋଟି ଗାଁ ନିକଟରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଦୁହେଁ ବାଇକ୍‌ରୁ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ସେମାନଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

କୁଳମଣି ଓ ଦିବ୍ୟସିଂହଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ହୋଇଥିଲା। ରାଜରାସ୍ତାଠୁ ଆରମ୍ଭ କରି ବିଧାନସଭା ଯାଏ ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ବିକ୍ଷୋଭ କରାଯାଇଥିଲା । ଏପରିକି FIRରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାରୁ ତାଙ୍କୁ ବହିଷ୍କାର କରିବା ଦାବିରେ ଗୃହରେ ହଙ୍ଗାମା କରିଥିଲେ ବିଜେପି ବିଧାୟକ।

Advertisment
Highcourt Mahanga Double Murder Case
Advertisment
Advertisment