Fake doctor Ramesh Swaini
୧୭ଜଣଙ୍କୁ ବିବାହ କରିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ କଳା କାରନାମା ଧୀରେ ଧୀରେ ପଦାକୁ ଆସୁଛି । ବିବାହ ନାଁରେ ମହିଳାଙ୍କୁ ଠକେଇ, ଚାକିରି କରାଇ ଦେବା ନାଁରେ ଠକେଇ ଭଳି ସଙ୍ଗୀନ ଅପରାଧ ମାମଲା ତାଙ୍କ ନାଁରେ ରହିଛି । ସମସ୍ତ ଅପରାଧର ତଦନ୍ତ ପାଇଁ ସାଇବର ଅଧିକାରୀ, ଆଣ୍ଟି ଫ୍ରଡ୍ ସେଲକୁ ନେଇ ଗୋଟିଏ ଟିମ୍ ଗଠନ ହୋଇଛି ।
Advertisment
ଏତେବର୍ଷ ଧରି ରମେଶ କେଉଁଠି ଆଉ କେମିତି ରହିଆସୁଥିଲା? କାହା କାହାସହ ଲିଙ୍କରେ ଆସିଛି ? କେତେ ଜଣଙ୍କୁ ସେ ନିଜ ଅପରାଧ ଜାଲରେ ଶିକାର କରିଥିଲା ? ଏସବୁର ଖିଅ ଖୋଜିବ ପୋଲିସ ।
ପୂର୍ବରୁ ନକଲି ଡାକ୍ତର ରମେଶ ସ୍ୱାଇଁ ଷ୍ଟାଫ ନର୍ସ ଚାକିରି କରାଇଦେବା ନାଁରେ ୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ୭୫ ହଜାର ଟଙ୍କା ଫେରାଇ ଧରାଛୁଆଁ ଦେଉନଥିଲେ ନକଲି ଡାକ୍ତର । ଷଡ଼ଯନ୍ତ୍ରରେ ଡାକ୍ତର ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)