Advertisment

ଭିଜିଲାନ୍ସ ଜାଲରେ ପୁଣି ବଡ଼ ମାଛ: କୋଟିଏ ୧୩ ଲକ୍ଷ ନଗଦ ଟଙ୍କା ଜବତ ପରେ ଜେଲ୍ ଗଲେ ଡାକ୍ତର ସୁକାନ୍ତ ଜେନା

ପ୍ରଶ୍ନ ଉଠୁଛି, ସରକାରୀ ପଦରେ ଥାଇ ଅସତ୍ ଉପାୟରେ ସଂପତ୍ତି ଅର୍ଜିଥିବା ଅଧିକାରୀଙ୍କ ମଧ୍ୟରୁ କେତେଜଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରିବ ଭିଜିଲାନ୍ସ ? କାରଣ ବିଗତ ବର୍ଷଗୁଡ଼ିକରେ ଦୋଷୀ ସାବ୍ୟସ୍ତର ହାର ମାମଲାର ଅଧା ବି ହୋଇନଥିବାରୁ ଏ ବାବୁମାନେ ଯେ ସହଜରେ ଖସିନଯିବେ, ତାହା କିଏ କହିବ?

author-image
Prangyan Parimita
ଅଦ୍ୟତନ ହୋଇଛି
Crorepati doctor,

Crorepati doctor,

ପୁରୀ ଜିଲ୍ଲା ଚାରିଛକ CHC ଡାକ୍ତର ସୁକାନ୍ତ କୁମାର ଜେନାଙ୍କ ଭଳି ୟା ଭିତରେ ଭିଜିଲାନ୍ସ ଜାଲରେ ପଡିଲେଣି ବହୁ ବଡ଼ ବଡ଼ ମାଛ । ଜବତ ହେଲାଣି ଏକାଧିକ ବାବୁଙ୍କ ଅଚଳାଚଳ ସମ୍ପତ୍ତି । ଚଳିତ ବର୍ଷ ଆରମ୍ଭରୁ ଉଚ୍ଚ ପଦବୀରେ ଥିବା ଅଧିକାରୀଙ୍କ ଉପରେ ଭିଜିଲାନ୍ସର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ ଦୁର୍ନୀତିଗ୍ରସ୍ତଙ୍କ ଅଫିସରଙ୍କ ଭିତରେ ଆରମ୍ଭ ହୋଇଛି କୋକୁଆ ଭୟ । ହେଲେ ପ୍ରଶ୍ନ ଉଠୁଛି, ସରକାରୀ ପଦରେ ଥାଇ ଅସତ୍ ଉପାୟରେ ସଂପତ୍ତି ଅର୍ଜିଥିବା ଅଧିକାରୀଙ୍କ ମଧ୍ୟରୁ କେତେଜଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରିବ ଭିଜିଲାନ୍ସ ? କାରଣ ବିଗତ ବର୍ଷଗୁଡ଼ିକରେ ଦୋଷୀ ସାବ୍ୟସ୍ତର ହାର ମାମଲାର ଅଧା ବି ହୋଇନଥିବାରୁ ଏ ବାବୁମାନେ ଯେ ସହଜରେ ଖସିନଯିବେ, ତାହା କିଏ କହିବ?

Advertisment

ଡାକ୍ତରଙ୍କ ଘରେ ଗଦା ଗଦା ଟଙ୍କା । ଅତିରିକ୍ତ ଏଏସପିଙ୍କ ଅମାପ ସମ୍ପତ୍ତି । ଏଡିଏମଙ୍କର ଅଜସ୍ର ଉପାର୍ଜନ, ଆଉ ବିଦ୍ୟୁତ ବିଭାଗ ନୀରିକ୍ଷକଙ୍କ ବେହିସାବ ରୋଜଗାର । ଗଲା କିଛି ଦିନ ଭିତରେ ଭିଜିଲାନ୍ସ ଜାଲର ଫସିଥିବା ଏସବୁ ବଡ଼ ବଡ଼ ବାବୁଙ୍କର ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ବିଭାଗ ।

ଗତକାଲି ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍‌ସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗ ଡାକ୍ତର ସୁକାନ୍ତ କୁମାର ଜେନା ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କ ଭୁବନେଶ୍ୱର ବାସଭବନରେ ରେଡ୍ କରିଥିଲା ଭିଜିଲାନ୍ସ । ଆଉ ରେଡ୍ ବେଳେ ଯାହା ମିଳିଲା, ତାହା ଓଡ଼ିଶା ଭିଜିଲାନ୍ସ ଇତିହାସରେ ପ୍ରଥମ । ଡାକ୍ତରଙ୍କ ଘରୁ ଜବତ ହୋଇଥିଲା ନଗଦ ୧ କୋଟି ୧୩ ଲକ୍ଷ ଟଙ୍କା । ତା ସହ ଭୁବନେଶ୍ୱରରେ ଆଲିସାନ୍ ବିଲ୍ଡିଂ ସହ ୩ଟି ପ୍ଲଟ୍, ପୁରୀରେ ଆପାର୍ଟମେଣ୍ଟ ପାଇଁ ବିନିଯୋଗ ଓ ୪୪ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ନିବେଶ ଥିବା ଜାଣିବାକୁ ମିଳିଛି।

Advertisment

ସେହିଭଳି ଦୁଇ ଦିନ ପୂର୍ବରୁ ଭିଜିଲାନ୍ସ ହାତରେ ଲାଗିଥିଲା ଏଏସପି କମ୍ୟୁନିକେସନ ତ୍ରିନାଥ ମିଶ୍ରଙ୍କ ଆୟ ବହିର୍ଭୁତ ସମ୍ପତ୍ତିର ହିସାବ, ଯାହାର ପରିମାଣ ୧୧ କୋଟିରୁ ଅଧିକ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ରେଡ୍ ବେଳେ ଅଭିଯୁକ୍ତମାନେ ଆଖି ଖୋସି ହେବା ଭଳି ସମ୍ପତ୍ତିର ଅଧିକାରୀ ବୋଲି ଭିଜିଲାନ୍ସ ଦାବି କରୁଥିଲେ ବି ଏସବୁ ବଡ଼ ବାବୁଙ୍କୁ କୋର୍ଟରେ ଦୋଷୀ ପ୍ରମାଣିତ ହେବ ତ?

ସରକାରୀ ଚାକିରୀ କାଳରେ ଏତେ ସମ୍ପତ୍ତି ଅର୍ଜିଥିବା ଭିଜିଲାନ୍ସ କହୁଥିଲେ ବି ପ୍ରମାଣ ଅଭାବରୁ ଏମାନେ ଖସି ଯିବେନି ତ ? କାରଣ ବିଗତ ବର୍ଷଗୁଡ଼ିକରେ ଭିଜିଲାସନ୍ସ ଦୋଷୀ ସାବ୍ୟସ୍ତ ହାର ଦେଖିଲେ, ତାହା ଏତେଟା ଉତ୍ସାହଜନକ ନୁହେଁ । ବିଭାଗର ତଥ୍ୟ ଅନୁସାରେ ୨୦୧୯ରେ ୩୫୩ ମାମଲା ଭିତରୁ ଦୋଷୀ ସାବ୍ୟସ୍ତର ହାର ଥିଲା ୪୮ ପ୍ରତିଶତ । ସେହିପରି ୨୦୨୦ରେ ମୋଟ୍ ୨୪୫ ମାମଲାରୁ ଦୋଷୀ ସାବ୍ୟସ୍ତର ହାର ୪୬ ପ୍ରତିଶତ । ୨୦୨୧ରେ ୨୬୭ଟି ମାମଲା ଭିତରୁ ୪୩ ପ୍ରତିଶତ ମାମଲାରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିଛି ।

Crorepati Doctor
Advertisment
Advertisment