Advertisment

ଥାନାକୁ ଯିବାରୁ ମହିଳାଙ୍କୁ ଜୀବନରୁ ମାରିଦେଲେ !

ସେହିଦିନ ଘରୁ ବାହାରି ଥାନାରେ ଏତଲା ଦେବାକୁ ଯାଇଥିଲେ ଭଗବତୀ, ହେଲେ ଆଉ ଫେରିନଥିଲେ।

author-image
Chandan Shishu
Murder Alligation

Murder Alligation

ଆନନ୍ଦପୁର: Dଗତ ଡିସେମ୍ବର ୮ତାରିଖରୁ ଜଣେ ମହିଳା ନିର୍ଯାତନାର ଶିକାର ହୋଇଥିଲେ ଓ ମାଡ ଖାଇଥିଲେ। ନ୍ୟାୟ ପାଇଁ ଘଷିପୁରା ଥାନାକୁ ଚାଲିଆସିଥିଲେ। ପୋଲିସରେ ଅଭିଯୋଗ କରିବା ଦିନଠୁ ହିଁ ସେ ନିଖୋଜ ହୋଇଯାଇଥିଲେ। ବହୁତ ଖୋଜାଖୋଜି କରିବା ପରେ ୧୦ ଦିନ ପରେ ଏକ ପରିତ୍ୟକ୍ତ ଘରୁ ଉଦ୍ଧାର ହୋଇଥିଲେ। ଜୀବନ୍ତ ନୁହେଁ ବରଂ ତାଙ୍କର ଗଳିତ ଶବ ଉଦ୍ଧାର କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଥାନା ଗଲା ବୋଲି ମାରିଦେଲେ। 

Advertisment

ପୂରା ଘଟଣାଟି ଏମିତି:

ଶୁକ୍ରବାର ଘଷିପୁରା ବ୍ଲକ୍ ପରିତ୍ୟକ୍ତ କୋଠରୀରୁ ମହିଳାଙ୍କ ମୃତଦେହେ ଉଦ୍ଧାର ହୋଇଥିଲା। ମୃତଦେହ ନିକଟରୁ ମିଳିଥିବା ମୋବାଇଲ ଫୋନ୍‌ରୁ ତଥ୍ୟ ପାଇ ପୋଲିସ୍ ପରିବାର ନିକଟରେ ପହଞ୍ଚିଥିଲା। ପରେ ପରିବାର ଲୋକେ ମୃତଦେହକୁ ଚିହ୍ନିଥିଲେ। ମୃତଦେହ ଚିହ୍ନଟ ପରେ ଘଟଣା ଉପରୁ ଧିରେ ଧିରେ ପରଦା ଉଠିବାରେ ଲାଗିଛି। ମୃତା ମହିଳା ସ୍ଥାନୀୟ କେନ୍ଦୁଆ ଗାଁର ଭଗବତୀ ସା।

ପରିବାର ଲୋକେ ଏହା ଆତ୍ମହତ୍ୟା ନୁହଁ ବରଂ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ପଡୋଶୀ ଗଦାଧର ଦେହୁରୀଙ୍କ ପରିବାର ଲୋକେ ଗତ ଡିସେମ୍ବର ୮ ତାରିଖରେ କୈଣସି କାରଣକୁ ନେଇ ଭଗବତୀଙ୍କ ସହ ଝଗଡା, ମାରପିଟ କରିଥିଲେ। ଏପରିକି ତାଙ୍କୁ ଟଣା ଓଟରା କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

Advertisment

ସେହିଦିନ ଘରୁ ବାହାରି ଥାନାରେ ଏତଲା ଦେବାକୁ ଯାଇଥିଲେ ଭଗବତୀ, ହେଲେ ଆଉ ଫେରିନଥିଲେ। ଭଗବତୀ ନିଖୋଜ ନେଇ ଡିସେମ୍ବର ୧୩ରେ ଥାନାରେ ଏକ ମାମଲା ରୁଜୁ କରିଥିଲେ ପରିବାର ଲୋକେ। ହେଲେ ପୋଲିସ୍ ଏଦିଗରେ ବିଶେଷ ଧ୍ୟାନ ଦେଇନଥିଲା। ପଡୋଶୀ ଗଦାଧର ଦେହୁରୀ ଜଣେ ସମ୍ପର୍କୀୟଙ୍କ ସହ ମିଶି ତାଙ୍କୁ ମାରିଦେବାପରେ ସେଠାରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ। 

ଏନେଇ ଆନନ୍ଦପୁର ଏସଡିପିଓ ଅନିଲ୍ କୁମାର ବେଉରିଆ କହିଛନ୍ତି ଯେ ଘଷିପୁରା ବ୍ଲକ୍ ପରିତ୍ୟକ୍ତ କୋଠରୀରୁ ମହିଳାଙ୍କ ମୃତଦେହେ ଉଦ୍ଧାର ହୋଇଥିଲା। ଆମେ ଜାଣିବାକୁ ପାଇଲୁ ଯେ  ଗତ ୧୪ ତାରିଖରେ ଜଣେ ମହିଳାଙ୍କ ନିଖୋଜ ମାମଲା ରୁଜୁ କରାଯାଇଥିଲା। ତେବେ ପରିବାର ଲୋକ ଆସି ଚିହ୍ନିବା ପରେ ମହିଳାଙ୍କ ନାଁ ଭଗବତୀ ସା ବୋଲି ଜଣାପଡ଼ିଛି। ତାଙ୍କ ଘର କେନ୍ଦୁଆ।  ପୋଲିସ୍ ମୃତଦେହ ବ୍ୟବଚ୍ଛେଦ ପଠାଇଛି। ରିପୋର୍ଟ ଆସିବା ପରେ ସେହି ଅନୁସାରେ ତଦନ୍ତ ହେବ। 

Murder Alligation Deadbody Rescued
Advertisment
Advertisment