/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645099800.jpg)
Mamita case
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା ଓ ଅନ୍ୟାନ କେସ ନେଇ ଡିଜିପିଙ୍କୁ ଭେଟିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ଡିଜିପିଙ୍କୁ ଭେଟିବା ପରେ ନିଜ ପ୍ରତିକ୍ରିୟାରେ ରେଖା କହିଛନ୍ତି, ମମିତା ହତ୍ୟା ଘଟଣାର ତଦନ୍ତ ଓ ଚାର୍ଜସିଟ୍ ସମ୍ବନ୍ଧରେ ଡିଜିପିଙ୍କ ପାଖରେ କୌଣସି ସୂଚନା ନାହିଁ ।
ମାମଲାକୁ ତର୍ଜମା କରିବା ସହ ମନ୍ତ୍ରୀଙ୍କୁ ପଚରାଉଚରା କରି ଚାର୍ଜସିଟରେ ନାଁ ଦାଖଲ କରିବାର ଆବଶ୍ୟକତା ଥିବା ସେ କହିଛନ୍ତି । ଓଡ଼ିଶା ପୋଲିସର ତଦନ୍ତରେ ଅସନ୍ତୋଷ ବ୍ୟକ୍ତ କରିବା ସହ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ରେଖା ।
ସେପଟେ ମମିତା ମେହେର ପ୍ରସଙ୍ଗର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା । କହିଛନ୍ତି ରାଜ୍ୟରେ ମହିଳା ସୁରକ୍ଷିତ ଅଛନ୍ତି ତଦନ୍ତ ସଠିକ ଦିଗରେ ଚାଲିଥିବା ବେଳେ, ମାମଲା ବିଚାରାଧୀନ ରହିଛି ।
ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ସନସାଇନ୍ ସ୍କୁଲରେ ଶିକ୍ଷୟିତ୍ରୀ ଥିବା ମମିତା ମେହେର ଗତବର୍ଷ ଅକ୍ଟୋବର ୮ ତାରିଖରେ ନିଖୋଜ ଥିବା ନେଇ ଥାନାରେ ଏତଲା ହୋଇଥିଲା। ତେବେ ପରେ ଖୋଳତାଡ଼ ବେଳେ ସ୍କୁଲର ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ, ମମିତାଙ୍କୁ କାର୍ରେ ହତ୍ୟା କରି ସ୍କୁଲ ଗ୍ରାଉଣ୍ଡରେ ନିଆଁ ଲଗାଇ ପୋତି ଦେଇଥିଲା। ଏହି ଘଟଣା ପଦାକୁ ଆସିବା ପରେ ସାରା ରାଜ୍ୟରେ ମମିତା ନିଆଁ ତେଜିବାରେ ଲାଗିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)