ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
କହୁ କହୁ କହିଦେଲେ ଅନେକ କଥା । ସେ କହିଛନ୍ତି, 'ମୁଁ ଦଳ ଠାରୁ ଦୂରେଇନି; ଦଳ ସହ ଅଛି, ରହିଛି, ରହିବି' । ସେ ପୁଣି କହିଛନ୍ତି, ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ ।
ନବୀନ ତାଙ୍କୁ ପଚାରିଥିଲେ କାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସିନଥିଲ । ସନାଙ୍କ ପାଇଁ ଏହି ପ୍ରଶ୍ନ ଥିଲା ଅପ୍ରତ୍ୟାଶିତ । ସେ ହଠାତ୍ କିଛି ବୁଝିପାରିନଥିଲେ । ତା ପରେ ଦେଇଥିଲେ ଉତ୍ତର । ଉତ୍ତରରେ ଦେହ ଭଲ ନଥିବାରୁ ଆସି ନଥିଲି ବୋଲି କହିଥିଲେ ସନା ମହାକୁଡ଼। ନବୀନ ମଧ୍ୟ ତାଙ୍କ କଥା ବୁଝିପାରୁନଥିବାର ଭିଡିଓରୁ ଜଣାପଡିଛି । ପାଖରେ ଥିବା ବିଜେଡି ବିଧାୟକ ଶାରଦା ଜେନା ନବୀନ ପଟ୍ଟନାୟକଙ୍କୁ କହିଥିଲେ, ତାଙ୍କ ଦେହ ଭଲ ନଥିଲା ।
ଦୁଇ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ ।
୭ ମାସର ପ୍ରତୀକ୍ଷା ପରେ ରାଜ୍ୟ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ। ପୁରୁଖା ନେତା ଭକ୍ତ ଚରଣ ଦାସଙ୍କୁ ଦାୟିତ୍ବ ଦେଇଛି ଏଆଇସିସି। ତେବେ ପିସିସି ସଭାପତି ହେଉ ହେଉ ଘର ସଜାଡ଼ିବାକୁ ପ୍ରାଥମିକତା ଦେବେ ବୋଲି ଭକ୍ତ କହିବା ସହ ଦଳ ଛାଡିଥିବା ନେତା ଫେରିଆସିବାକୁ ବି ନିବେଦନ କଲେଣି। ରାଜନୀତି ସମୀକ୍ଷକ କହିଲେଣି- ଭକ୍ତଙ୍କ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ହେବ ଅଗ୍ନି ପରୀକ୍ଷା।
ପିସିସି ସଭାପତି ପାଇଁ ଅନେକ ଦାବିଦାର ନେତା ଥାଉ ଥାଉ ଭକ୍ତଙ୍କ ପାଇଁ କେଉଁ ଫ୍ୟାକ୍ଟର କାମ ଦେଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶ୍ରୀକାନ୍ତ ମାରିଛନ୍ତି ତେରେଛା ବାଣ ।
ତିଗିରିଆ ବ୍ଲକ ପଞ୍ଚାୟତ ସମିତି ବୈଠକରେ ଯୋଗଦେବାକୁ ଯାଇଥିବା ବେଳେ ବ୍ଲକ ସମ୍ମୁଖରେ ଆଠଗଡ ବିଧାୟକଙ୍କୁ ବିରୋଧ । ନାରାବାଜି, ଠେଲାପେଲା ସହ ବ୍ଲକ ସମ୍ମୁଖରେ ଦେଖା ଦେଇଛି ଉତ୍ତେଜନା ।
ଏହି ଯୋଜନାରେ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ତେବେ କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ। ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ।
କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ ନେଇ ଶ୍ରୀ ଦାସ କହିଛନ୍ତି, କର୍ମୀ ଓ ନେତାଙ୍କ ମନୋବଳ ସୁଦୃଢ଼ କରିବା ପାଇଁ କଠିନ ପରିଶ୍ରମ କରାଯିବ। ଆମେ ଲୋକଙ୍କ ପାଖକୁ ଯିବୁ। ଆଉ ସଙ୍ଗଠନ ମଜଭୁତ କରାଯିବ। ବିଗତ ଦିନରେ ଓଡ଼ିଶାର ରାଜନୀତି ବଦଳି ଯାଇଛି। ବିଜେଡି ଓଡ଼ିଶାର ରାଜନୀତି ବଦଳାଇ ଦେଇଛି।
ଭକ୍ତ ଦାସ ହେଲେ ଓଡ଼ିଶା କଂଗ୍ରେସର ନୂଆ ମୁଖିଆ । ପିସିସି ସଭାପତି ନିଯୁକ୍ତ ହେବାପରେ ଓଟିଭିକୁ ଭକ୍ତଙ୍କ ପ୍ରତିକ୍ରିୟା । କହିଲେ କଂଗ୍ରେସକୁ ଆନ୍ଦୋଳନ ଜରିଆରେ ଘରେ ଘରେ ପହଞ୍ଚାଇବୁ । ଦଳ ପାଇଁ ଲୋକଙ୍କ ପାଖକୁ ଯାଇ ୧୦୦ ଟଙ୍କା ଲେଖାଏଁ ମାଗି ସମ୍ବଳ ବଢ଼ାଇବି ।
ଆସନ୍ତୁ ଜାଣିବା ଯେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ବୋଲି ବିବେଚନା କରାଯାଉଛି। ଏମାନଙ୍କ ମଧ୍ୟରେ ଥୋକଚୋମ ସତ୍ୟବ୍ରତ ସିଂ, ବସନ୍ତ କୁମାର ସିଂ, ୟୁମନାମ ଖେମଚାନ୍ଦ ସିଂ, ଥୋଙ୍ଗାମ ବିଶ୍ୱଜିତ ସିଂ ଏବଂ ରାଧେଶ୍ୟାମ ସିଂ ଅନ୍ତର୍ଭୁକ୍ତ।
ଶରତ ପଟ୍ଟନାୟକଙ୍କ ପରେ ଭକ୍ତ ଚରଣ ଦାସ ହୋଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି। ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଭକ୍ତ ଚରଣ ଦାସ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା।
ଦିଲ୍ଲୀ ହାରିବା ପରେ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଷଡଯନ୍ତ୍ର କରୁଛନ୍ତି ଅରବିନ୍ଦ କେଜ୍ରିୱାଲ । ବଡ ଅଭିଯୋଗ ଆଣିଲା ବିଜେପି ଓ କଂଗ୍ରେସ । ପଢନ୍ତୁ ପୁରା ଖବର
ସାଂସଦ ଓ ବିଧାୟକମାନେ ପ୍ରଭାବଶାଳୀ ହୋଇଥିବାରୁ ମାମଲାଗୁଡିକର ଶୀଘ୍ର ବିଚାର ହୋଇପାରୁନାହିଁ । ତାରିଖ ପରେ ତାରିଖ ଗଡ଼ୁଛି । ଏ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । କ’ଣ କରାଗଲେ ତ୍ୱରିତ ବିଚାର ହୋଇପାରିବ, ସେ ସଂପର୍କରେ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଆମିକସ୍ କ୍ୟୁରି ।
ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ; ଉଭୟେ କଂଗ୍ରେସକୁ ଗାଦିଚ୍ୟୁତ କରି କ୍ଷମତାକୁ ଆସିଥିଲେ । ଦୁଇ ଦଳର ଆଭିମୁଖ୍ୟ ସମାନ- ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଓ ନିଜର ଭାବମୂର୍ତ୍ତି । ଏଥିପାଇଁ ଉଭୟ ଦଳର ନେତାଙ୍କୁ ପ୍ରବଳ ଜନସମର୍ଥନ ମିଳିଲା । ଶେଷରେ ଦୁର୍ନୀତିଗ୍ରସ୍ତର ଅଭିଯୋଗ ମୁଣ୍ଡାଇ ଦୁଇ ଦଳକୁ କ୍ଷମତାଚ୍ୟୁତ ହେବାକୁ ପଡିଲା ।
ଜନତାଙ୍କ ସେବା କରିବାକୁ କହି ୧୦ ବର୍ଷ ପାଇଁ କ୍ଷମତାକୁ ଆସିଲେ । ଦୁଇ ଦୁଇଥର ରାଜଧାନୀ ନୂଆଦିଲ୍ଲୀର ମୁଖ୍ୟମନ୍ତ୍ରୀ ବି ହେଲେ । କିନ୍ତୁ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଜେଲ୍ ଯିବା ପରେ ସବୁ କିଛି ଓଲଟପାଲଟ ହୋଇଗଲା ।
ଆଞ୍ଚଳିକ ଦଳକୁ ଘାରୁଛି ବିଜେପି ଚିନ୍ତା । ଗୋଟିଏ ପରେ ଗୋଟିଏ ରାଜ୍ୟ ଯାଉଛି ବିଜେପି ଖାତାକୁ । ଦଶନ୍ଧି ଦଶନ୍ଧି ଧରି ସତ୍ତାରେ ଥିବା ଆଞ୍ଚଳିକ ଦଳ ଏବେ ମାଟି କାମୁଡ଼ିଛନ୍ତି । ଓଡ଼ିଶାରେ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳ ଗତ ୨୪ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ହିସାବରେ ଲୋକଙ୍କ ପାଖକୁ ଯିବା ସମୟରେ କେଜ୍ରିୱାଲଙ୍କ ପ୍ରତି ଆକ୍ରୋଶକୁ ଆମେ ଅନୁଭବ କରିଥିଲୁ ।
ଦିଲ୍ଲୀରେ ଦମଦାର୍ ବିଜୟ ପରେ, ବିଜେପି କ୍ୟାମ୍ପରେ ଉତ୍ସାହ ଯେତିକି ଉତ୍କଣ୍ଠା ସେତିକି। ଘନଘନ ବୈଠକ ଭିତରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା। ସେପଟେ ଆପ୍ ବି ପରାଜୟର କାରଣ ଖୋଜିବାକୁ ଚଳାଇଛି ସମୀକ୍ଷା। ଏସବୁ ଭିତରେ ଚର୍ଚ୍ଚା ହେଉଛି, ପିଏମ୍ ମୋଦି ଆମେରିକା ଗସ୍ତରୁ ଫେରିବା ପରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇପାରନ୍ତି ।
ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଚୟନ କସରତ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳର ସମସ୍ତ ବିଜୟୀ ବିଧାୟକଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଯୋଗ ଦେଇଛନ୍ତି ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା, ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ସାଂଗଠନିକ ମହାସଚିବ ବି.ଏଲ୍. ସନ୍ତୋଷ ପ୍ରମୁଖ ।
ବିଜେପି ଦଖଲରେ ଦିଲ୍ଲୀ, ଚିନ୍ତାରେ ବିଜେଡି। ବଢୁଥିବା ବିଜେପି ଶାସିତ ରାଜ୍ୟ ସଂଖ୍ୟାକୁ ନେଇ ଆଶଙ୍କା ପ୍ରକାଶ କଲାଣି ବିଜୁ ଜନତା ଦଳ। ଦେଶର ଆଞ୍ଚଳିକ ଦଳଗୁଡିକ ପାଇଁ ଏହା ବଡ଼ ଚାଲେଞ୍ଜ ବୋଲି ବିଜେଡି କହିଛି। ସେପଟେ କଂଗ୍ରେସ କହିଛି ଆଗକୁ ଦେଶରେ ଆଞ୍ଚଳିକ ଦଳ ଲୋପ ପାଇବେ ଆଉ ସତ୍ତାକୁ ଆସିବ କଂଗ୍ରେସ।
ଫେବ୍ରୁଆରୀ ୧୩ ପରେ ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ହୋଇପାରେ ଶପଥ ଗ୍ରହଣ । ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ବିଜେପି ।
ପୂର୍ବରୁ ଦୁଇ ଦୁଇଥର ସାଂସଦ ହୋଇସାରିଥିବା ପରଭେଶଙ୍କୁ ଏଥର ଲୋକସଭା ଟିକେଟ୍ ଦେଇନଥିଲା ବିଜେପି । ହେଲେ ବିଧାନସଭା ନିର୍ବାଚନରେ ଟିକେଟ୍ ଦେଇ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ଲଢ଼ିବାକୁ ପଠାଇଥିଲା । ଆଉ ବିଜେପିର ଏହି ରଣନୀତି ଏବେ ସଫଳ ହୋଇଛି ।
ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା ଏଥିରେ ଉପସ୍ଥିତ ରହିବେ ।
ଶୁଣିଲେ ତ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏହି ଦୁଇ ପଦ କଥା । କଥାଟି ସିନା ମାତ୍ର ୯ ସେକେଣ୍ଡର, ହେଲେ ଏ କଥା କେତେ ଓଜନଦାର ଆପଣ ବେଶ୍ ଅନୁମାନ କରିବାରୁଥିବେ । କେଜ୍ରିୱାଲ କହୁଛନ୍ତି, ମୁଁ ନରେନ୍ଦ୍ର ମୋଦୀଙ୍କୁ କହିବାକୁ ଚାହୁଁଛି, ମୋଦୀ ଜୀ ଏହି ଜନ୍ମରେ ଆପଣ ଆମକୁ ହରାଇ ପାରିବେ ନାହିଁ । ଆର୍ଥାତ୍ ଦିଲ୍ଲୀରେ ଆପ୍କୁ ହରାଇପାରିବେ ନାହିଁ । ହେଲେ ଫଲ ସଲଟା ହେଲା