୧୧ ଫେବ୍ରୁଆରୀ ୨୦୨୫ । ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି ନିଯୁକ୍ତ । ୧୫ ଫେବ୍ରୁଆରୀ ୨୦୨୫ । ଅଜୟ କୁମାର ଲଲ୍ଲୁଙ୍କୁ ନୂଆ ପିସିସି ପ୍ରଭାରୀ ଦାୟିତ୍ବ । ଅଜୟ ଓ ଭକ୍ତ ଅର୍ଥାତ୍ A ଓ B ବଳରେ ବଳିୟାନ୍ ହେଉଛି C ଅର୍ଥାତ୍ କଂଗ୍ରେସ ।
ବ୍ୟକ୍ତିଗତ ସମ୍ପର୍କ ଥାଇପାରେ ମାତ୍ର ପ୍ରଶଂସା କରିପାରିବେନି। ପାର୍ଟି ଲାଇନରୁ ବାହାରି ଗଣମାଧ୍ୟମରେ କେହି କିଛି କହିପାରିବେନି। ଦଳର ଆଭିମୁଖ୍ୟ ବାହାରକୁ ଯାଇ କେହି କହିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା ପିସିସିର ନୂଆ ସଭାପତି ଭକ୍ତ ଚରଣ ଦାସ।
୨୪ ନିର୍ବାଚନରେ କଂଗ୍ରେସ ଦକ୍ଷିଣ ଓଡ଼ିଶାର ୧୦ଟି ବିଧାୟକ ଆସନ ଜିତିଥିଲା । ତେଣୁ ସେହି ରଣନୀତିକୁ ଆହୁରି ମଜବୁତ କରି ସାରା ଓଡ଼ିଶାରେ ପ୍ରୟୋଗ କରିବାର ଯୋଜନା ରଖିଛି ଦଳ ।
ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରି ଦିଆଗଲା ।
ସୁରେଶ ରାଉତରାୟ ପୁଣି ଥରେ କଂଗ୍ରେସକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଭକ୍ତ ଚରଣ ଦାସ କଂଗ୍ରେସର ନୂଆ ପିସିସି ସଭାପତି ନିଯୁକ୍ତ ହେବା ପରେ ସୁରଙ୍କ ଉପରୁ ନିଲମ୍ବନ ଆଦେଶ ଉଠିପାରେ ବୋଲି ଚର୍ଚ୍ଚା ହେଉଛି ।
ପିସିସି ସଭାପତି ପାଇଁ ଅନେକ ଦାବିଦାର ନେତା ଥାଉ ଥାଉ ଭକ୍ତଙ୍କ ପାଇଁ କେଉଁ ଫ୍ୟାକ୍ଟର କାମ ଦେଲା ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶ୍ରୀକାନ୍ତ ମାରିଛନ୍ତି ତେରେଛା ବାଣ ।
ଓଡ଼ିଶାରେ ଜନସାଧାରଣଙ୍କ ସରକାର ଚାଲୁନାହିଁ। ଓଡ଼ିଶାରେ ଅମଲାଙ୍କ ସରକାର ଚାଲିଛି। ଏଠି ମୁଖ୍ୟମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନୁହଁନ୍ତି। ଯେଉଁଦିନ କଂଗ୍ରେସ ଏକ ହୋଇଯିବ ସେତେବେଳେ ପରିବର୍ତ୍ତନ ହେବା ନିଶ୍ଚିତ।
ମହାଲିଙ୍ଗ୍ ସନ୍ସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ବଢୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ । ସାରା ରାଜ୍ୟ ସହ ମନ୍ତ୍ରୀଙ୍କ ହୋମ୍ଗ୍ରାଉଣ୍ଡରେ ବିରୋଧୀଙ୍କ ଜାରି ରହିଛି ଘନ ଘନ ହମ୍ଲା ।
ମହାଲିଙ୍ଗ କଲେଜ ହଷ୍ଟେଲ୍ରେ ତନାଘନା । କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଲେଡିଜ୍ ହଷ୍ଟେଲରେ ଆରମ୍ଭ ହୋଇଛି ପ୍ରଶାସନିକ ତଦନ୍ତ । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ହୋଇପଡିଥିବା ମହାଲିଙ୍ଗ କଲେଜର ଏହି ୨ଟି ଲେଡିଜ ହଷ୍ଟେଲରେ ହେଉଛି ତନାଘନା ।
ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ୩୦ ତାରିଖ ସୁଦ୍ଧା ଗିରଫ ନ କଲେ କଳାହାଣ୍ଡିରେ ହେବ ବ୍ୟାପକ ଆନ୍ଦୋଳନ। ଆଜି ଏଭଳି ଅଲ୍ଟିମେଟମ୍ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ।