ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଚୟନ କସରତ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳର ସମସ୍ତ ବିଜୟୀ ବିଧାୟକଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଯୋଗ ଦେଇଛନ୍ତି ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା, ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ସାଂଗଠନିକ ମହାସଚିବ ବି.ଏଲ୍. ସନ୍ତୋଷ ପ୍ରମୁଖ ।
ଗୋଟିଏ ଦଶନ୍ଧିର ଖେଳ ଶେଷ ହୋଇଛି । ଯେଉଁଠି ଉତ୍ଥାନ, ସେଇଠି ପତନ ହୋଇଛି । ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ଗଡ଼ ଆଜି ଧୂଳିସାତ୍ ହୋଇଥିବା ବେଳେ, ଖୋଦ୍ କେଜ୍ରିୱାଲଙ୍କୁ ବି ମାତ୍ ଖାଇବାକୁ ପଡ଼ିଛି ।
ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ସମ୍ବୋଧନ କରି ଆପକୁ ଟାର୍ଗେଟ କରିଛନ୍ତି । ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା କହିଛନ୍ତି ଦିଲ୍ଲୀର ହୃଦୟରେ ମୋଦି ରହିଛନ୍ତି । ମୋଦିଙ୍କ ନେତୃତ୍ବରେ ଦଳ ଗୋଟିଏ ପରେ ଗୋଟିଏ ବିଜୟ ହାସଲ କରିଚାଲିଛି । ବିଜୟ ପାଇଁ ଦିଲ୍ଲୀବାସୀ ଓ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି ।
ଗତ କିଛି ଦିନ ହେଲା ଦିଲ୍ଲୀରେ ବିଭିନ୍ନ ଗୋଷ୍ଠୀ ଡେରା ପକାଇବା ସହ ନିଜ ପସନ୍ଦର ନେତାଙ୍କ ପାଇଁ ଲବି କରୁଥିବା ବେଳେ , ଆଜି ମନମୋହନ ସାମଲ ମଧ୍ୟ ଦିଲ୍ଲୀରୁ ଭୁବନେଶ୍ବର ଫେରିଛନ୍ତି । ତେଣୁ ରାଜନୈତିକ କରିଡରରେ ରାଜ୍ୟ ବିଜେପି ମୁଖିଆ ଚୟନକୁ ନେଇ ପୁଣିଥରେ ବଢିଛି ଚର୍ଚ୍ଚା ।
କଂଗ୍ରେସ ଓ ଭାଜପା ନେତା ବିଜେଡିକୁ ଆସି କେବଳ ଯେ ଭିଡ଼ ଜମାଇଲେ ତାହା ନୁହେଁ । ସେମାନେ ଆସ୍ଥାନ ଜମାଇ ପୁରୁଣା ନେତାମାନଙ୍କ ଉପରେ ରାଜ୍ କରିବାକୁ ଲାଗିଲେ । କଂଗ୍ରେସରୁ ବିଜେଡି ଆସିଥିବା ସୁଲୋଚନା ଦାସ ଭୁବନେଶ୍ୱର ମେୟର ହେଲେ । କଂଗ୍ରେସ ନେତା ମାନସ ମଙ୍ଗରାଜ ବିଜେଡିର ହର୍ତ୍ତାକର୍ତ୍ତା ଦଇବ ବିଧାତା ସାଜିଲେ । ନିର୍ବାଚନ ପୂର୍ବରୁ ଶଙ୍ଖଭବନରେ ସେ ବାହାର ଦଳର ନେତାମାନଙ୍କୁ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିବାରେ ସର୍ବାଗ୍ରେ ଥିବା ଦେଖାଗଲା ।
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ତଥା ସାଧାରଣ ସଂପାଦକ ସୁନିଲ ବଂଶଲ, ସଂଗଠନ ମହାମନ୍ତ୍ରୀ ବିନୋଦ ତାୱଡେଙ୍କୁ ଭେଟି ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।