Advertisment

Manipur CM Race: ମଣିପୁର ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଏମାନେ ଆଗୁଆ

ଆସନ୍ତୁ ଜାଣିବା ଯେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ବୋଲି ବିବେଚନା କରାଯାଉଛି। ଏମାନଙ୍କ ମଧ୍ୟରେ ଥୋକଚୋମ ସତ୍ୟବ୍ରତ ସିଂ, ବସନ୍ତ କୁମାର ସିଂ, ୟୁମନାମ ଖେମଚାନ୍ଦ ସିଂ, ଥୋଙ୍ଗାମ ବିଶ୍ୱଜିତ ସିଂ ଏବଂ ରାଧେଶ୍ୟାମ ସିଂ ଅନ୍ତର୍ଭୁକ୍ତ।

author-image
Saroj Kumar Jena
ଅଦ୍ୟତନ ହୋଇଛି
biren singh

biren singh

ବିଧାନସଭା ଅଧିବେଶନ ଆରମ୍ଭ ହେବାର ଦିନକ ପୂର୍ବରୁ ରବିବାର ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ମଣିପୁର ରାଜ୍ୟ ରାଜନୀତି ସରଗରମ ପରସ୍ଥିତିରେ ରହିଛି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Advertisment

ମଣିପୁରରେ କୁକି ଓ ନାଗା ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଘଟି ପ୍ରାୟ ଦୁଇ ବର୍ଷ ଧରି ଏଠାରେ ନିଆଁ ଜଳୁଛି। ଦୀର୍ଘ ଦିନ ଧରି ବିରୋଧୀ ତାଙ୍କ ଇସ୍ତଫା ମଧ୍ୟ ଦାବି କରୁଥିଲେ। ତେବେ ରବିବାର ସେ ଇସ୍ତଫା ଦେବା ପରେ ଏବେ ପ୍ରଶ୍ନ ହେଉଛି ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ବୀରେନ ସିଂହଙ୍କ ସ୍ଥାନ କିଏ ନେବେ।

ଅଧିକ ପଢ଼ନ୍ତୁ: ପୁଣି ମଣିପୁରରେ ହିଂସା, CRPF ଙ୍କ ଗୁଳିରେ ୧୦ ଆତଙ୍କୀ ନିହତ

ଆସନ୍ତୁ ଜାଣିବା ଯେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ବୋଲି ବିବେଚନା କରାଯାଉଛି। ଏମାନଙ୍କ ମଧ୍ୟରେ ଥୋକଚୋମ ସତ୍ୟବ୍ରତ ସିଂ, ବସନ୍ତ କୁମାର ସିଂ, ୟୁମନାମ ଖେମଚାନ୍ଦ ସିଂ, ଥୋଙ୍ଗାମ ବିଶ୍ୱଜିତ ସିଂ ଏବଂ ରାଧେଶ୍ୟାମ ସିଂ ଅନ୍ତର୍ଭୁକ୍ତ।

Advertisment

ଥୋକଚୋମ ସତ୍ୟବ୍ରତ ସିଂ ୨୦୧୭ ଏବଂ ୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ ଦଳ ପକ୍ଷରୁ ୟୈସ୍କୁଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ବର୍ତ୍ତମାନ ମଣିପୁର ବିଧାନସଭାର ବାଚସ୍ପତି ଅଛନ୍ତି। ଏହା ସହିତ ସେ ଅତୀତରେ ବିଭିନ୍ନ ବିଭାଗର କ୍ୟାବିନେଟ ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି।

ବସନ୍ତ କୁମାର ସିଂ ନାମବୋଲ ବିଧାନସଭା କ୍ଷେତ୍ରରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୨୦୨୨ରେ ସେ ବିଜେପି ଟିକେଟରୁ ଲଢିଥିବା ବେଳେ ବର୍ତ୍ତମାନର ମନ୍ତ୍ରୀମଣ୍ଡଳରେ ଶିକ୍ଷା ମନ୍ତ୍ରୀ ରହିଛନ୍ତି।

ୟୁମନାମ ଖେମଚାନ୍ଦ ସମାନ ଭାବରେ ୨୦୧୭ ଏବଂ ୨୦୨୨ ମଣିପୁର ବିଧାନସଭା ନିର୍ବାଚନରେ ସିଙ୍ଗଜାମେଇ ନିର୍ବାଚନମଣ୍ଡଳୀରୁ ବିଧାୟକ ନିର୍ବାଚିତ ହୋଇଥିଲେ। କେବଳ ଏତିକି ନୁହେଁ, ସେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ମଣିପୁର ବିଧାନସଭାର ବାଚସ୍ପତି ମଧ୍ୟ ଥିଲେ। ବର୍ତ୍ତମାନ ସେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି।

ବିଶ୍ବଜିତ ସିଂ ୨୦୧୨ରେ କଂଗ୍ରେସ ଦଳର ସଦସ୍ୟ ଥିଲେ। ୨୧୦୫ରେ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଇସ୍ତଫା ପରେ ଉପ ନିର୍ବାଚନରେ ବିଜେପି ଟିକେଟରେ ଲଢି ସେ ବିଜୟୀ ହୋଇଥିଲେ। ବର୍ତ୍ତମାନର ସରକାରରେ ସେ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ରହିଛନ୍ତି।

ରାଧେଶ୍ୟାମ ସିଂ ୨୦୧୭ ଓ ୨୦୨୨ରେ ଦୁଇ ଥର ବିଧାୟକ ରହି ସାରିଛନ୍ତି। ଏହା ବ୍ୟତୀତ ସେ ଚଳିତ ସରକାରରେ ଶିକ୍ଷା ଓ ଶ୍ରମ ମନ୍ତ୍ରାଳୟରେ କ୍ୟାବିନଟ ମନ୍ତ୍ରୀ ରହିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ରହିଛନ୍ତି। ମଣିପୁରର ଏହି ଅବସରପ୍ରାପ୍ତ ଆଇଏଏସ ଜଣଙ୍କ ୨୦୦୬ ଓ ୨୦୧୩ରେ ଦୁଇ ଥର ରାଷ୍ଟ୍ରପତି ପୁରସ୍କାର ମଧ୍ୟ ହାସଲ କରିଛନ୍ତି।

ଅଧିକ ପଢ଼ନ୍ତୁ: ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌.ବୀରେନ୍‌ ସିଂହ

Chief Minister Manipur
Advertisment
Advertisment