Advertisment

Baijayant Panda: ଦିଲ୍ଲୀ ବିଜୟ ପରେ ଓଡ଼ିଶା ଫେରିଲେ ବୈଜୟନ୍ତ, ବିମାନ ବନ୍ଦରରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

author-image
Saroj Kumar Jena
ଅଦ୍ୟତନ ହୋଇଛି
baijayanat panda

baijayanat panda

ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଜେପିର ନେତା ଓ କର୍ମୀ ମାନଙ୍କ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା। ପରେ ଏକ ଶୋଭାଯାତ୍ରାରେ ସେ ବିଜେପି କାର୍ଯ୍ୟାଳୟକୁ ଯାତ୍ରା କରିଥିଲେ। ବିମାନ ବନ୍ଦରରୁ ବିଜେପି ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ତାଙ୍କୁ ନିଆଯାଇଥିଲା।

Advertisment

ଅଧିକ ପଢନ୍ତୁ: ଆଞ୍ଚଳିକ ଦଳ ମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବିଜେପି

ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଳୀର ନିର୍ବାଚନ ପ୍ରଭାରୀ ରହିଥିବା ବେଳେ ତାଙ୍କ ନେତୃତ୍ବରେ ଦିଲ୍ଲୀରେ କ୍ଷମତା ଦଖଲ କରିଥିଲା ବିଜେପି। ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ ଦିଲ୍ଳୀରେ କ୍ଷମତା ହାସଲ କରିବାରେ ସକ୍ଷମ ହୋଇଥିଲା ବିଜେପି। କ୍ରମାଗତ ତୃତୀୟ ଥର କ୍ଷମତା ହାତେଇବା ଲକ୍ଷ୍ୟରେ ଥିବା ଆପକୁ ମାତ ଦେଇଥିଲା ବୈଜୟନ୍ତଙ୍କ ଚମତ୍କାର ରଣନୀତି। ବିଜେପି ୪୮ ଓ ଆପ ୨୨ଟି ଆସନ ହାତେଇଥିବା ବେଳେ କଂଗ୍ରେସ ଖାତା ଖୋଲି ପାରି ନ ଥିଲା।

ନିର୍ବାଚନ ପ୍ରଭାରୀ ଦାୟିତ୍ବ ନେବା ପରେ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହଯୋଗରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଆଣିବା ପାଇଁ ପ୍ରସ୍ତୁତ କରିଥିଲେ ରଣନୀତି । ରଣନୀତି ହିସାବରେ କାମକୁ ଆଗେଇ ନେଇଥିଲେ ସାଂସଦ, ନେତା ଓ କର୍ମୀ। ଏକ ମନ ଓ ଏକ ପ୍ରାଣ ହୋଇ ସମସ୍ତେ ମିଶି କାମ କରିଥିବାରୁ ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଥିଲା ବୋଲି ବୈଜୟନ୍ତ କହିଛନ୍ତି ।

Advertisment

ଦୁର୍ନୀତିକୁ ନେଇ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ଥିବା ଜନ ଆକ୍ରୋଶକୁ ଅନୁଭବ କରିବା ପରେ ରଣନୀତି ପ୍ରସ୍ତୁତ କରାଯାଇଥିଲା ବୋଲି କହିଛନ୍ତି ବୈଜୟନ୍ତ। ଦିଲ୍ଲୀବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପରିବର୍ତ୍ତେ ଆପ ନେତା ମାନେ ଦୁର୍ନୀତିରେ ଲିପ୍ତ ଥିଲେ । ମଦ ଦୁର୍ନୀତି, ଜଳ ବୋର୍ଡରେ ବ୍ୟାପକ ଦୁର୍ନୀତି, ମହଲା ହେଲଥ୍ ସ୍କିମରେ ହୋଇଥିବା ବ୍ୟାପକ ଦୁର୍ନୀତି ଆପକୁ ଅଡୁଆରେ ପକାଇଥିଲା ।

ଅଧିକ ପଢନ୍ତୁ: ଦିଲ୍ଲୀରେ ବିଜେପି ଜିତିବା ଓ ଆପ ହାରିବାର ୩ ପ୍ରମୁଖ କାରଣ କହିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

Delhi Elections AAP Baijayant Panda BJP Odisha
Advertisment
Advertisment