Advertisment

Odisha CM Mohan Majhi: ମୁଖମନ୍ତ୍ରୀଙ୍କ ବଡ଼ ଘୋଷଣା; ଝିଅ ହେଲେ ୧୨, ପୁଅ ହେଲେ ମିଳିବ ୧୦ ହଜାର

ଏହି ଯୋଜନାରେ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ତେବେ କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ। ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
mamata yojana

mamata yojana

ପୁଅ ଜନ୍ମ କ୍ଷେତ୍ରରେ ମିଳିବ ୧୦ ହଜାର ଟଙ୍କା। ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର ଟଙ୍କା। ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାକୁ ମିଳିତ ଭାବେ କାର୍ଯ୍ୟକାରୀ କରାଯିବା ସହ ପ୍ରସୂତିଙ୍କୁ ଏଭଳି ପ୍ରୋତ୍ସାହନ ରାଶି ମିଳିବ। ଗତକାଲି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Advertisment

ଏହି ଯୋଜନାରେ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ତେବେ କନ୍ୟା ସନ୍ତାନ ପାଇଁ ପୂର୍ବରୁ ୧୦ ହଜାର ଟଙ୍କା ଦିଆଯାଉଥିବା ବେଳେ ମିଳିତ ଯୋଜନାରେ ୧୨ ହଜାର ଟଙ୍କା ଦିଆଯିବ। ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ। ତେବେ ପିଭିଟିଜି ମାନଙ୍କ କ୍ଷେତ୍ରରେ ଦୁଇଟି ସନ୍ତାନ ସୀମା ଲାଗୁ ହେବ ନାହିଁ। ଏଥିରେ ସହାୟତା କରୁଥିବା ଅଙ୍ଗନବାଡ଼ି କର୍ମୀମାନଙ୍କୁ ୨୦୦ ଟଙ୍କା ବଦଳରେ ୨୫୦ ଟଙ୍କା ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ ୫୦ ଟଙ୍କା ପରିବର୍ତ୍ତେ ୧୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ।

ଉଭୟ ଯୋଜନାର ସମ୍ମିଳିତ କାର୍ଯ୍ୟକାରିତା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ପ୍ରାୟ ୫୧୧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୧୧୫.୯୭ କୋଟି ଟଙ୍କା ପ୍ରଦାନ କରିବାବେଳେ ରାଜ୍ୟ ସରକାର ୩୯୫.୭୫ କୋଟି ଟଙ୍କା ଯୋଗାଇ ଦେବେ। ଏହାଦ୍ୱାରା ପ୍ରାୟ ୪ ଲକ୍ଷ ୫୦ ହଜାର ଗର୍ଭବତୀ ଓ ପ୍ରସୂତି ମହିଳା ଉପକୃତ ହେବାର ସମ୍ଭାବନା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ଅଧିକ ପଢ଼ନ୍ତୁ: ସାମାନ୍ୟ ବଚସାରୁ ଜଘନ୍ୟକାଣ୍ଡ; ନାବାଳକଙ୍କୁ ଗୁଳିମାଡ଼।

CMO Mohan Majhi
Advertisment
Advertisment