Advertisment

Bhakta Charan Das New PCC President: ଭକ୍ତ ଚରଣ ଦାସ ନୂଆ ପିସିସି ସଭାପତି

ଶରତ ପଟ୍ଟନାୟକଙ୍କ ପରେ ଭକ୍ତ ଚରଣ ଦାସ ହୋଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି। ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଭକ୍ତ ଚରଣ ଦାସ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

PCC President

ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ ପିସିସି ସଭାପତି ଭାବେ ନିଯୁକ୍ତ ପାଇଛନ୍ତି। ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଭକ୍ତ ଚରଣ ଦାସ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା। ସେ ଜଣେ ଛାତ୍ର ନେତା ଭାବେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ। ପରେ ସେ ରାଜନୀତିରେ ଯୋଗଦେଇଥିଲେ। 

Advertisment

ପରିବେଶ ସୁରକ୍ଷା ଓ ଚାଷୀଙ୍କ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲାରେ ବଡ଼ ଧରଣର ଆନ୍ଦୋଳନ କରିଥିଲେ ଭକ୍ତ ଚରଣ ଦାସ। ସେ ୧୯୮୫ ମସିହାରେ ଭବାନୀପାଟଣା ବିଧାନସଭା ଆସନରୁ ଜନତା ପାର୍ଟି ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମାତ୍ର ୩୦ ବର୍ଷ ବୟସରେ ୧୯୮୯ ମସିହାରେ ସେ ଜନତା ଦଳ ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଆଉ ପ୍ରଧାନମନ୍ତ୍ରୀ ଭି.ପି ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ ହୋଇଥିଲେ କ୍ରୀଡ଼ା ଓ ଯୁବ ବ୍ୟାପାର ଉପମନ୍ତ୍ରୀ।  

Advertisment

ଚନ୍ଦ୍ରଶେଖରଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଶ୍ରୀ ଦାସ କେନ୍ଦ୍ର ରେଳ ମନ୍ତ୍ରୀ ହୋଇଥିଲେ। ୧୯୯୬ ମସିହାରେ ସେ ସମତା ପାର୍ଟିରୁ କଳାହାଣ୍ଡି ଲୋକସଭା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।ପରବର୍ତ୍ତୀ ସମୟରେ ଭକ୍ତ ଚରଣ ଦାସ କଂଗ୍ରେସରେ ଯୋଗଦେଇଥିଲେ। ୨୦୦୯ ମସିହାରେ କଂଗ୍ରେସ ଟିକଟରେ ସେ ତୃତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। 

ଶ୍ରୀ ଦାସ ବିହାର ସମେତ ବିଭିନ୍ନ ରାଜ୍ୟର କଂଗ୍ରେସ ପ୍ରଭାରୀ ଦାୟିତ୍ୱ ତୁଲାଇଥିଲେ। ଏଥିସହ କଂଗ୍ରେସର ମୁଖପାତ୍ର ମଧ୍ୟ ରହିଥିଲେ। ଏବେ ଦୀର୍ଘ ଦିନ ଧରି ଖାଲିପଡ଼ିଥିବା ରାଜ୍ୟ ପିସିସି ସଭାପତି ପଦରେ ତାଙ୍କୁ ଅଭିଷିକ୍ତ କରାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପଦବୀ ପାଇଁ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ସେ ପେଶାରେ ଜଣେ ଓକିଲ। ଏହି ନିଯୁକ୍ତ ପୂର୍ବରୁ ସେ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ତୁଲାଇଛନ୍ତି।

ଅଧିକ ପଢ଼ନ୍ତୁ: ଓଡ଼ିଶା ପ୍ରଦେଶ କଂଗ୍ରେସ କେବେ ପାଇବ ସଭାପତି?

Congress PCC President
Advertisment
Advertisment