• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଦିଲ୍ଲୀରେ ବିଜେପିର ବାଜିମାତ୍ ପରେ ଏବେ ନୂଆ ସରକାର ଗଠନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚାଲିଛି ମାନସ ମନ୍ଥନ । ଏହାରି ମଧ୍ୟରେ ଖବର ଆସୁଛି ଯେ, ଫେବ୍ରୁଆରୀ ୧୩ ପରେ ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ତାରିଖରେ ଆମେରିକା ଗସ୍ତ ସାରି ଫେରିବା ପରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।

ସୂତ୍ର ମୁତାବକ, ଫେବ୍ରୁଆରୀ ୧୨-୧୩ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ । ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ତାଙ୍କ ସହ ମୋଦିଙ୍କ ଏହା ପ୍ରଥମ ସାକ୍ଷାତ ହେବ । ସେ ଆମେରିକାରୁ ଫେରିବା ପରେ ଦଳ ଦିଲ୍ଲୀରେ ସରକାର ଗଠନ ପାଇଁ ଦାବି ଜଣାଇବ ଏବଂ ଏହାପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ନେଇ ସୂଚନା ମିଳୁଛି ।

ଅନ୍ୟପଟେ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜୟୀ ବିଧାୟକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା । ଏଥିରେ ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ସହ ସମସ୍ତ ବିଧାୟକ ଉପସ୍ଥିତ ରହିବେ । ବୈଠକରେ ନୂଆ ସରକାର ଗଠନ ଓ ଦଳର ଆଗାମୀ ରଣନୀତି ଉପରେ ଚର୍ଚ୍ଚା ହୋଇପାରେ । 

ଅଧିକ ପଢନ୍ତୁ: କିଏ ବସିବ ଦିଲ୍ଲୀ ସିଂହାସନରେ ? ମୁଖ୍ୟମନ୍ତ୍ରୀ ହେବ କିଏ ?

ଦୀର୍ଘ ୨୭ ବର୍ଷର ଅପେକ୍ଷା ପରେ ଦିଲ୍ଲୀରେ ପାୱାରକୁ ଫେରିଛି ବିଜେପି । ୭୦ ଆସନରୁ ଦଳକୁ ୪୮ ଆସନ ମିଳିଛି । ଏକ ଦଶନ୍ଧି ହେଲା ଦିଲ୍ଲୀରେ ଶାସନ କରୁଥିବା ଆପ୍ କେବଳ ୨୨ଟି ଆସନ ବଞ୍ଚାଇବାରେ ସକ୍ଷମ ହୋଇଛି । ଏବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହି ଦୌଡରେ ସବୁଠୁ ଆଗରେ ରହିଛି ପରବେଶ ବର୍ମାଙ୍କ ନାଁ । ସେ ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରି ବିଜେପିର ଜିଆଣ୍ଟ କିଲର ସାଜିଛନ୍ତି ।

ରାଜଧାନୀ ଟପ୍ ମୋଷ୍ଟ ପୋଷ୍ଟ ପାଇଁ ୪୭ ବର୍ଷୀୟ ପରବେଶଙ୍କୁ ବଡ ଦାବିଦାର ଭାବେ ଦେଖାଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରବେଶ ପଶ୍ଚିମ ଦିଲ୍ଲୀରୁ ଦୁଇ ଦୁଇ ଥର ସାଂସଦ ରହିସାରିଛନ୍ତି । ଏଥର ସାଂସଦ ବଦଳରେ ବିଧାନସଭା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିଥିଲା ଦଳ । 

ଦିଲ୍ଲୀ ସିଏମ୍ ଦୌଡର ଦ୍ୱିତୀୟରେ ଅଛନ୍ତି ବିଜେନ୍ଦର ଗୁପ୍ତା । ଦିଲ୍ଲୀ ବିଜେପିର ବରିଷ୍ଠ ନେତା, ପୂର୍ବତନ ସଭାପତି ତଥା ବିରୋଧୀ ଦଳ ନେତା । ୨୦୧୫ ଓ ୨୦୨୦ରେ ଆପ୍‌ର ପ୍ରଭାବ ସତ୍ତ୍ବେ ରୋହିଣୀ ଆସନରୁ ଜିତିଥିଲେ ବିଜେନ୍ଦର । ଏଥର ଆମ ଆଦମୀ ପାର୍ଟିର ପ୍ରଦୀପ ମିତ୍ତଲଙ୍କୁ ହରାଇ ହ୍ୟାଟ୍ରିକ୍ କରିଛନ୍ତି ଏବଂ ଅଭିଜ୍ଞତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ତାଙ୍କ ନାଁ ମଧ୍ୟ ସାମିଲ ରହିଛି ।

ଅଧିକ ପଢନ୍ତୁ: ଫେଲ୍ ହୋଇଗଲା କେଜ୍ରିୱାଲଙ୍କ ଦିଲ୍ଲୀ ମଡେଲ୍, କ'ଣ ହେବ କେଜ୍ରିୱାଲଙ୍କ ଭବିଷ୍ୟତ?

 

OTV is now on Whatsapp

Join and get latest news update delivered to you via whatsapp

Join Now