Advertisment

Naveen Patnaik: ବିଜେପି ମୁହାଁ BJD ନେତା, ସନାଙ୍କ ଉପରେ ରାଗିଲେ ନବୀନ

ନବୀନ ତାଙ୍କୁ ପଚାରିଥିଲେ କାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସିନଥିଲ । ସନାଙ୍କ ପାଇଁ ଏହି ପ୍ରଶ୍ନ ଥିଲା ଅପ୍ରତ୍ୟାଶିତ । ସେ ହଠାତ୍ କିଛି ବୁଝିପାରିନଥିଲେ । ତା ପରେ ଦେଇଥିଲେ ଉତ୍ତର । ଉତ୍ତରରେ ଦେହ ଭଲ ନଥିବାରୁ ଆସି ନଥିଲି ବୋଲି କହିଥିଲେ ସନା ମହାକୁଡ଼। ନବୀନ ମଧ୍ୟ ତାଙ୍କ କଥା ବୁଝିପାରୁନଥିବାର ଭିଡିଓରୁ ଜଣାପଡିଛି । ପାଖରେ ଥିବା ବିଜେଡି ବିଧାୟକ ଶାରଦା ଜେନା ନବୀନ ପଟ୍ଟନାୟକଙ୍କୁ କହିଥିଲେ, ତାଙ୍କ ଦେହ ଭଲ ନଥିଲା ।

author-image
Tapan Kumar Swain
ଅଦ୍ୟତନ ହୋଇଛି
ନବୀନ ଆକ୍ଟିଭ୍ ନା ରିଆକ୍ଟିଭ୍ ?

ନବୀନ ଆକ୍ଟିଭ୍ ନା ରିଆକ୍ଟିଭ୍ ?

ବିଜେପି ମୁହାଁ ସନା, ତାଗିଦ୍ କଲେ ନବୀନ। ଆଜି ବିଧାନସଭା ପ୍ରବେଶ ଦ୍ବାରରେ ଦେଖିବାକୁ ମିଳିଥିଲା ଏମିତି ରୋଚକ ଦୃଶ୍ୟ। ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଧାନସଭାକୁ ପ୍ରବେଶ କଲା ବେଳକୁ ବିଜେଡିର ଅନ୍ୟ ବିଧାୟକଙ୍କ ସହ ଉପସ୍ଥିତ ଥିଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼। ଜଣେ ବିଧାୟକଙ୍କ ପଛରେ ଛିଡା ହୋଇଥିଲେ ସନାତନ ମହାକୁଡ । ତେବେ ନବୀନଙ୍କ ନଜର ପଡିଯାଇଥିଲା ସନାଙ୍କ ଉପରେ । ଟିକିଏ ଅଟକି ଯାଇଥିଲେ । 

Advertisment

ଏହି ସମୟରେ ନବୀନ ତାଙ୍କୁ ପଚାରିଥିଲେ କାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସିନଥିଲ । ସନାଙ୍କ ପାଇଁ ଏହି ପ୍ରଶ୍ନ ଥିଲା ଅପ୍ରତ୍ୟାଶିତ । ସେ ହଠାତ୍ କିଛି ବୁଝିପାରିନଥିଲେ । ତା ପରେ ଦେଇଥିଲେ ଉତ୍ତର । ଉତ୍ତରରେ ଦେହ ଭଲ ନଥିବାରୁ ଆସି ନଥିଲି ବୋଲି କହିଥିଲେ ସନା ମହାକୁଡ଼। ନବୀନ ମଧ୍ୟ ତାଙ୍କ କଥା ବୁଝିପାରୁନଥିବାର ଭିଡିଓରୁ ଜଣାପଡିଛି । ପାଖରେ ଥିବା ବିଜେଡି ବିଧାୟକ ଶାରଦା ଜେନା ନବୀନ ପଟ୍ଟନାୟକଙ୍କୁ କହିଥିଲେ, ତାଙ୍କ ଦେହ ଭଲ ନଥିଲା ।

Advertisment


ଅଧିକ ପଢ଼ନ୍ତୁ : ଆଞ୍ଚଳିକ ଦଳ ମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବିଜେପି 

ଏହା ଶୁଣିବା ପରେ ତାଗିଦ୍ କରି ନବୀନ କହିଥିଲେ- ଦେହ ଭଲ ନଥିଲା ନା ବିଜେପି ଆଡକୁ ମୁହାଁଉଛ ? ନବୀନଙ୍କର ଏଇ କେଇପଦ କଥା ରାଜନୈତିକ ମହଲରେ ବଡ଼ ହଲଚଲ୍ ସୃଷ୍ଟି କରିଛି। ଜଣକ ପରେ ଜଣେ ବିଜେଡି ନେତା ଯେ ବିଜେପି ମୁହାଁ, ଏହାକୁ ଯେମିତି ସ୍ପଷ୍ଟ କରିଦେଇଛନ୍ତି ଖୋଦ୍ ବିଜେଡି ମୁଖିଆ ନବୀନ ପଟ୍ଟନାୟକ। ତା ସହ ବିଜେଡି ନେତା ବିଜେପି ପଳାଉଥିବା ଚିନ୍ତା ଏବେ ଦଳପତିଙ୍କୁ ବେଶ୍ ଘାରିଛି। କାହିଁକି ନା ଏପର୍ଯ୍ୟନ୍ତ ନିର୍ବାଚନ ପୂର୍ବରୁ ଓ ପରେ ୨ ରାଜ୍ୟସଭା ସାଂସଦଙ୍କ ସହ ଅନେକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ବିଜେଡି ନେତା ବିଜେପି ମୁହାଁ ହୋଇ ସାରିଲେଣି।  ବିଜେପି ଆଡ଼କୁ ଯାଉଛନ୍ତି କି କହି ତେରଛା ବାଣ ମାରିଲେ ନବୀନ  ପଟ୍ଟନାୟକ ।

ବେଶି କଥାବାର୍ତ୍ତା କରୁନଥିବା ନବୀନ କାହିଁକି ପଚାରିଲେ ଏମିତି ? 
ବିଧାନସଭା ପ୍ରବେଶ ଦ୍ବାରରେ ଦେଖିବାକୁ ମିଳିଥିଲା ଏହି ରୋଚକ ଦୃଶ୍ୟ । ନବୀନଙ୍କ କଥା ଶନା ବୁଝିପାରିନଥିଲେ କି ସନାଙ୍କ କଥା ନବୀନ ବୁଝିପାରିନଥିଲେ । ତେବେ ନବୀନ ପଟ୍ଟନାୟକ । 

ଅଧିକ ପଢ଼ନ୍ତୁ : ସବୁଠୁ ବ୍ୟୟବହୁଳ ଥିଲା ୨୪ ନିର୍ବାଚନ, ବିଜେଡିର ନିର୍ବାଚନୀ ଖର୍ଚ୍ଚ ବିଜେପିଠୁ ୭ ଗୁଣା

ଏମିତି ଥିଲା ବାର୍ତ୍ତାଳାପ

ନବୀନ- ଆପଣ କାହିଁକି କାଲି ପାର୍ଟି ମିଟିଂକୁ ଆସି ନଥିଲେ ?
ସନା ମହାକୁଡ- ସାର୍ ମୋ ଦେହ ଖରାପ ଥିଲା
ନବୀନ- ବିଜେପି ଆଡକୁ ଯାଉଛନ୍ତି କି ? ...

Naveen Patnaik BJD Odisha Assembly
Advertisment
Advertisment