Advertisment

BJP Meeting: କିଏ ହେବେ ଦିଲ୍ଲୀ CM ? ସନ୍ଧ୍ୟାରେ ବିଜେପି ବିଧାୟକଙ୍କ ବୈଠକ

ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା ଏଥିରେ ଉପସ୍ଥିତ ରହିବେ ।

author-image
Namita Biswal
ଅଦ୍ୟତନ ହୋଇଛି
Delhi BJP Meeting

Delhi BJP Meeting

ବିଧାନସଭା ନିର୍ବାଚନରେ ବୃହତ୍ ବିଜୟ ପରେ ଆଜି ଦିଲ୍ଲୀରେ ବସିବ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ସନ୍ଧ୍ୟା ୫ଟାରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବାଙ୍କ ସହ ସମସ୍ତ ନବନିର୍ବାଚିତ ବିଧାୟକ ଉପସ୍ଥିତ ରହିବେ । ବୈଠକରେ ବିଧାୟକମାନଙ୍କ ସହ ଦଳର ଆଗାମୀ ରଣନୀତି ଉପରେ ଚର୍ଚ୍ଚା ହୋଇପାରେ । 

Advertisment

ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା ଏହି ବିଧାୟକଙ୍କ ବୈଠକ ଡକାଇଛନ୍ତି । ସୂତ୍ର ମୁତାବକ, ସଚ୍ଚଦେବା ସନ୍ଧ୍ୟାରେ ସମସ୍ତ ବିଧାୟକଙ୍କୁ ଭେଟି ବିଜୟର ଶୁଭେଚ୍ଛା ଜଣାଇବେ । ଏହା ମଧ୍ୟରେ ଖବର ଆସୁଛି ଯେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ପହଞ୍ଚିଛନ୍ତି । କୁହାଯାଉଛି, ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ବୈଠକରେ ଦିଲ୍ଲୀରେ ନୂଆ ସରକାରର ରୂପରେଖ ନେଇ ଚର୍ଚ୍ଚା ହୋଇପାରେ ।

ଅଧିକ ପଢନ୍ତୁ: କିଏ ବସିବ ଦିଲ୍ଲୀ ସିଂହାସନରେ ? ମୁଖ୍ୟମନ୍ତ୍ରୀ ହେବ କିଏ ?

ଅନ୍ୟପଟେ ଦିଲ୍ଲୀରେ ବିଜେପିରେ ରୋମାଞ୍ଚକର ବିଜୟ ପରେ ଏବେ କିଏ ହେବେ ମୁଖ୍ୟମନ୍ତ୍ରୀ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ରହିଛନ୍ତି ପରବେଶ ବର୍ମା । ନୂଆଦିଲ୍ଲୀ ଆସନରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ ପରାସ୍ତ କରି ବିଜେପିର ଜିଆଣ୍ଟ କିଲର ସାଜିଛନ୍ତି । ରାଜଧାନୀ ଦିଲ୍ଲୀର ଟପ୍ ମୋଷ୍ଟ ପୋଷ୍ଟ ପାଇଁ ୪୭ ବର୍ଷୀୟ ପରବେଶଙ୍କ ନାଁ ରହିଛି ସବୁଠୁ ଆଗରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂ ବର୍ମାଙ୍କ ପୁଅ ପରବେଶ ପଶ୍ଚିମ ଦିଲ୍ଲୀରୁ ଦୁଇ ଦୁଇ ଥର ସାଂସଦ ରହିସାରିଛନ୍ତି । ଏଥର ସାଂସଦ ବଦଳରେ ବିଧାନସଭା ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଏପରିକି ସେ ହିଁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ବୋଲି ଚର୍ଚ୍ଚା ହେଉଛି । 

Advertisment

ଦିଲ୍ଲୀ ସିଏମ୍ ରେସର ନମ୍ବର-ଟୁ ବିଜେନ୍ଦର ଗୁପ୍ତା। ଦିଲ୍ଲୀ ବିଜେପିର ବରିଷ୍ଠ ନେତା, ପୂର୍ବତନ ସଭାପତି ତଥା ବିରୋଧୀ ଦଳ ନେତା। ୨୦୧୫ ଓ ୨୦୨୦ରେ ଆପ୍‌ର ପ୍ରଭାବ ସତ୍ତ୍ବେ ରୋହିଣୀ ଆସନରୁ ଜିତିଥିଲେ ବିଜେନ୍ଦର। ଏଥର ଆମ ଆଦମୀ ପାର୍ଟିର ପ୍ରଦୀପ ମିତ୍ତଲଙ୍କୁ ହରାଇ ହ୍ୟାଟ୍ରିକ୍ କରିଛନ୍ତି। ଅଭିଜ୍ଞତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଛନ୍ତି ବିଜେନ୍ଦର। 

ରଜୌରୀ ଗାର୍ଡେନ୍ ସିଟରୁ ନିର୍ବାଚିତ ମନଜିନ୍ଦର ସିଂ ସିର୍ସା ବି ଦିଲ୍ଲୀ ସିଏମ୍ ପଦ ପାଇଁ ଦାବିଦାର। ଆପ୍ ପ୍ରାର୍ଥୀ ଧନବତୀ ଚନ୍ଦିଲାଙ୍କୁ ମାତ୍ ଦେଇଥିବା ମନଜିନ୍ଦର ପୂର୍ବରୁ ଅକାଳୀ ଦଳରେ ଥିଲେ। ୨୦୧୭ରେ ବିଧାୟକ ବନିଥିଲେ। 

ତେବେ ୨୦୨୩ରେ ସାମିଲ ହୋଇଥିଲେ ବିଜେପିରେ। ମନଜିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ପଞ୍ଜାବ ଉପରେ ଫୋକସ କରିପାରେ। ସେହିପରି ଦଳିତ କାର୍ଡ ଖେଳିପାରେ ବିଜେପି। ରାଷ୍ଟ୍ରୀୟ ସଚିବ ସହ ରାଜ୍ୟସଭା ସାଂସଦ ରହିସାରିଥିବା ଦୁଷ୍ୟନ୍ତ କୁମାର ଗୌତମ ଏଥର କରୋଲ ବାଗରୁ ନିର୍ବାଚନ ଲଢିଥିଲେ, ପ୍ରତିନ୍ଦ୍ବନ୍ଦ୍ବୀ ଥିଲେ ଆପ୍‌ର ବିଶେଷ ରବି। ନିର୍ବାଚନ ଲଢିନଥିଲେ ବି ଐତିହାସିକ ସଫଳତା ପାଇଁ ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବାଙ୍କୁ ଦଳ ପୁରସ୍କୃତ କରିପାରେ। ୨୦୨୨ରୁ ସଭାପତି ଦାୟିତ୍ବରେ ରହିଛନ୍ତି ସଚ୍ଚଦେବା। ୨୭ ବର୍ଷ ପରେ ଦିଲ୍ଲୀରେ ଦଳ ଶାସନକୁ ଫେରିବାରେ ରହିଛି ସଚ୍ଚଦେବାଙ୍କ ପ୍ରମୁଖ ଭୂମିକା। 

ଦିଲ୍ଲୀ ବିଧାନସଭାର ୭୦ ଆସନରୁ ବିଜେପି ୪୮ ଆସନରେ ବିଜୟୀ ହୋଇଛି । ଆପକୁ ମାତ୍ର ୨୨ଟି ଆସନ ମିଳିଥିବାବେଳେ କଂଗ୍ରେସ ଦିଲ୍ଲୀରେ ଖାତା ଖୋଲିପାରିନି । ଐତିହାସିକ ବିଜୟ ସହ ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଢିବାକୁ ଯାଉଛି । 

ଅଧିକ ପଢନ୍ତୁ: ଆପ୍ ହାରିବା ପରେ ଇସ୍ତଫା ଦେଲେ ଆତିଶୀ

BJP Baijayant 'Jay' Panda Baijayant Panda Delhi CM Delhi BJP President
Advertisment
Advertisment