ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି । ଆପ ଓ କଂଗ୍ରେସକୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛି ବିଜେପି । ତେବେ ଦିଲ୍ଲୀରେ ବିଜେପି ଜିତିବା ଓ ଆପ ହାରିବାର କ’ଣ ରହିଥିଲା ୩ ପ୍ରମୁଖ କାରଣ ? ଆସନ୍ତୁ ଜାଣିବା କ'ଣ କହିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା..
ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ହିସାବରେ ଲୋକଙ୍କ ପାଖକୁ ଯିବା ସମୟରେ କେଜ୍ରିୱାଲଙ୍କ ପ୍ରତି ଆକ୍ରୋଶକୁ ଆମେ ଅନୁଭବ କରିଥିଲୁ । ଦିଲ୍ଲୀ ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପରିବର୍ତ୍ତେ ଆପ ନେତା ମାନେ ଦୁର୍ନୀତିରେ ଲିପ୍ତ ଥିଲେ । ମଦ ଦୁର୍ନୀତି, ଜଳ ବୋର୍ଡରେ ବ୍ୟାପକ ଦୁର୍ନୀତି, ମହଲା ହେଲଥ୍ ସ୍କିମରେ ଦୁର୍ନୀତି ଆପକୁ ଅଡୁଆରେ ପକାଇଥିଲା ।
Also Read
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ୨ ବେଡରୁମ୍ ବିଶିଷ୍ଟ କ୍ବାଟର ରହିବେ କହି ନିଜ ପାଇଁ ଶିଶ ମହଲ କରି ଲୋକଙ୍କ ଅବିଶ୍ବାସର ପାତ୍ର ହୋଇଥିଲେ । ତେଣୁ ଦିଲ୍ଲୀ ବାସୀଙ୍କ ଭୟଙ୍କର ରାଗ ଆମକୁ ଦିଲ୍ଲୀରେ ଜିତାଇଥିଲା । ଅପରପକ୍ଷରେ ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି , ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି । ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରଣନୀତି । ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଦିଲ୍ଲୀ ଲୋକଙ୍କ ଆକ୍ରୋଶ । ଦିଲ୍ଲୀରେ ବିଜେପି ଜିତିବାର ତିନିଟି ପ୍ରମୁଖ କାରଣ ।
ନିର୍ବାଚନ ପ୍ରଭାରୀ ଦାୟିତ୍ବ ନେବା ପରେ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହଯୋଗରେ ଦିଲ୍ଲୀରେ ବିଜେପି କ୍ଷମତାକୁ ଆଣିବା ପାଇଁ ପ୍ରସ୍ତୁତ କରିଥିଲେ ରଣନୀତି । ରଣନୀତି ହିସାବରେ କାମକୁ ଆଗେଇ ନେଇଥିଲେ ସାଂସଦ, ନେତା ଓ କର୍ମୀ। ଏକ ମନ ଓ ଏକ ପ୍ରାଣ ହୋଇ ସମସ୍ତେ ମିଶି କାମ କରିଥିବାରୁ ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଥିଲା ବୋଲି ବୈଜୟନ୍ତ କହିଛନ୍ତି ।
ଅଧିକ ପଢନ୍ତୁ: ଆଞ୍ଚଳିକ ଦଳ ମାନଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବିଜେପି
ତେବେ ବହୁ ଆଗରୁ ଏଥର ଦିଲ୍ଲୀରେ ବିଜେପି ଜିତିବ ବୋଲି କହିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଉପରେ ଲୋକଙ୍କ ଅସ୍ଥା ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସଠିକ ନିର୍ବାଚନ ପରିଚାଳନା ପାଇଁ ଦିଲ୍ଲୀରେ ବିଜେପି କ୍ଷମତାକୁ ଆସିଛି । ଅପରପକ୍ଷରେ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ସରକାର ଗଠନ କରିବାକୁ ଯାଉଛି । କିନ୍ତୁ ଏ ବିଜୟ ବିଜେପି ପାଇଁ ଏତେ ସହଜ ନଥିଲା । ଦଳର ନେତା ଓ କର୍ମୀମାନଙ୍କ କଠିନ ପରିଶ୍ରମ ହିଁ ବିଜେପିକୁ ସଫଳତା ଦେଇଛି ।