କାହିଁକି ଜଣେ ଗୁରୁ ତାଙ୍କ ଶିଷ୍ୟଙ୍କ ଭିତରେ ପାତର ଅନ୍ତର କଲେ? କାହିଁକି ରାଜକୁମାରମାନଙ୍କ ସହ ସାଙ୍ଗ ହୋଇ ବିଦ୍ୟା ଶିକ୍ଷା କରି ପାରିଲେନି ଜଣେ ନିଷାଦ ଯୁବକ? ଶେଷରେ କ'ଣ ହେଲା ସେ ନିଷାଦ ଯୁବକର? ଏଇ ସବୁ ରୋମାଞ୍ଚକର ଘଟଣାକୁ ବିସ୍ତାରରେ ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
୨୦୨୪ରେ ଭାରତ ଟି-୨୦ରେ ବିଶ୍ୱବିଜୟୀ ହୋଇଛି, କିନ୍ତୁ ଘରେ ନ୍ୟୁଜିଲାଣ୍ଡ ଠାରୁ ଟେଷ୍ଟ ସିରିଜ୍ ଓ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ରେ ପରାଜୟ ଅପ୍ରତ୍ୟାଶିତ ଥିଲା । ଅନେକ ବଡ଼ ଖେଳାଳିଙ୍କ ଅବସର ଘୋଷଣା ମଧ୍ୟ ଏ ବର୍ଷ ଚର୍ଚ୍ଚାର ବିଷୟ ହୋଇଛି।
କେମିତି କୂଅ ଭିତରୁ ସହଜରେ ଘାସ କାଣ୍ଡରେ ବାହାରିଲା ପେଣ୍ଡୁ? କାହିଁକି ଜଣେ ବ୍ରାହ୍ମଣ ନିଜ ପ୍ରତିଶୋଧ ପାଇଁ କ୍ଷତ୍ରୀୟମାନଙ୍କ ଅସ୍ତ୍ର ଗୁରୁ ହେଲେ? କାହିଁକି ଅନେକ ଶିଷ୍ୟଙ୍କ ଭିତରୁ କେବଳ ଜଣକୁ ଗୁରୁ ପୃଥିବୀର ଶ୍ରେଷ୍ଠ ଧନୁର୍ଧର କରିବାକୁ କଥା ଦେଲେ? ମହାକାବ୍ୟର ଆହୁରି ଏପରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
୧୯୯୧ରେ ଭାରତର ଅର୍ଥନୈତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେଇଥିଲା । ସେହି ବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଏବଂ ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂ ଏପରି ନୀତି ପ୍ରଣୟନ କରିଥିଲେ, ଯାହା କେବଳ ଅର୍ଥନୈତିକ ସଙ୍କଟକୁ ଦୂର କରିବାରେ ସାହାଯ୍ୟ କରିନଥିଲା, ବରଂ ଭାରତକୁ ବିକାଶର ପଥରେ ଆଗେଇ ନେଇଥିଲା । ୧୯୯୧ରେ ଭାରତ ଗଭୀର ଆର୍ଥିକ ସଙ୍କଟରେ ପଡିଥିଲା ।
ଦ୍ୱିତୀୟ ପିଢିର ନେତାମାନେ ବେଶ୍ ପରିଶ୍ରମୀ । ସେମାନେ ଝାଳନାଳ ହୋଇ ଦଳ ପାଇଁ ଖଟିଲେ । ନିବାର୍ଚନ ପରିଚାଳନାରେ ଏମାନେ ନିଜର ପାରଦର୍ଶିତା ବେଶ୍ ପ୍ରଭାବୀ ଭାବେ ପ୍ରଦର୍ଶନ କରି ୨୦୦୪, ୨୦୦୯ ଓ ୨୦୧୪ରେ ଦଳକୁ ବିପୁଳ ସଫଳତା ଆଣିଦେଲେ । ଏହାପରେ ରାଜନୀତିରେ ବେଶ୍ ପରିପକ୍ୱ ନବୀନ ଦ୍ୱିତୀୟ ପିଢ଼ିର ଉତ୍ଥାନ ଉପରେ ଅତ୍ୟନ୍ତ କୁଶଳୀ ଭାବେ ବ୍ରେକ୍ ଲଗାଇଥିଲେ ।
ସବୁବେଳେ ସିଧା ସିଧା ଉତ୍ତର ଦେଉଥିବା ମନମୋହନଙ୍କ କଥା ବା ଭାଷଣରେ କେବେ ସାଏରୀ..କବିତା ଶୁଣିବାକୁ ମିଳି ନ ଥାଏ । ୧୫ତମ ଲୋକସଭା ଚାଲିଥାଏ । ଶାସକ ଦଳରେ କଂଗ୍ରେସ ଆଉ ବିରୋଧୀ ଆସନରେ ବିଜେପି । ମନମୋନହ ସିଂହ ପ୍ରଧାନମନ୍ତ୍ରୀ ଏବଂ ସ୍ୱର୍ଗତ ସୁଷମା ସ୍ୱରାଜ ବିରୋଧୀ ଦଳ ନେତ୍ରୀ । ସଂସଦରେ ଅନେକ ସମୟରେ ଉଭୟ ଦଳ ମଧ୍ୟରେ ବାକଯୁଦ୍ଧ ସ୍ଥିତି ଦେଖିବାକୁ ମିଳେ ।
୨୦୨୪ ନିର୍ବାଚନରେ ଲୋକସଭା ଆସନ ଜିତିବା କଷ୍ଟସାଧ୍ୟ ହୋଇପାରେ ବୋଲି ବିଜେଡି ପୂର୍ବରୁ ଆଶଙ୍କା କରିଥିଲା ! ବୋଧେ ସେଥିପାଇଁ ପ୍ରଥମଥର ଦଳ "ଯୋଡି ଶଙ୍ଖ' ଫର୍ମୁଲା ଅପଣାଇବାକୁ ପଡିଲା । ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଓ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସନ୍ଧ୍ୟାରେ ଦୁଇ ହାତରେ ଦୁଇଟି ବତୀଲଗା ଶଙ୍ଖ ଚିହ୍ନକୁ ଧରି "ଯୋଡି ଶଙ୍ଖ' ପ୍ରଚାରର ଶୁଭାରମ୍ଭ କଲେ । ଏହି ସମୟରେ ନବୀନଙ୍କୁ ଲୁଙ୍ଗିପିନ୍ଧା ଗେଟଅପ୍ରେ ଦେଖିବାକୁ ମିଳିଥିଲା ।
ଯଦି ସୂର୍ଯ୍ୟଙ୍କ ଶୁଭଦୃଷ୍ଟି ଗୃହ ଉପରେ ନ ରୁହେ ତେବେ ସେହି ଗୃହରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଯେଉଁ ଗୃହରେ ସୂର୍ଯ୍ୟଙ୍କ ଶୁଭଦୃଷ୍ଟି ବା ଶୁଭ ପ୍ରଭାବ ପଡ଼ିଥାଏ ସେହି ଗୃହରେ ଯଦି ବି ଅନ୍ୟ କିଛି ଛୋଟ ଛୋଟ ବାସ୍ତୁଦୋଷ ଥାଏ ତେବେ ସୂର୍ଯ୍ୟଙ୍କର ଶୁଭ ପ୍ରଭାବ ଯୋଗୁଁ ସେହି ବାସ୍ତୁଦୋଷ ନଷ୍ଟ ହୋଇଯାଇଥାଏ।
ସୂତା ଓ ବାଉଁଶ ପାତିଆରେ ତିଆରି ହୁଏ ସୁନ୍ଦର ସୁନ୍ଦର ଧାନର ମୂର୍ତ୍ତି ।
ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଏ ଯାବତ ଚାଲେଞ୍ଜ୍ପୂର୍ଣ୍ଣ ରହିଆସିଛି ଟିମ୍ ଇଣ୍ଡିଆର ଅଭିଯାନ । ତେବେ ଦମ୍ଦାର ବୋଲିଂ ପ୍ରଦର୍ଶନ ବଳରେ ଡବ୍ଲ୍ୟୁଟିସି ଫାଇନାଲ୍ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍ରା ।
ଆଜି ରଫି ସାହାବଙ୍କ ୧୦୦ ତମ ଜନ୍ମ ବାର୍ଷିକୀ । ୧୯୨୪ ମସିହା ୨୪ ଡିସେମ୍ବରରେ ଜନ୍ମିତ ରଫି ମହମ୍ମଦ ରଫି ୧୯୮୦ ଦୁନିଆକୁ ଅଲବିଦା କହିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ହାଜି ଅଲ୍ଲୀ ମହମ୍ମଦ । ଛଅ ଭାଇଭଉଣୀଙ୍କ ମଧ୍ୟରୁ ସେ ଦ୍ୱିତୀୟ । ୧୯୩୫ମସିହାରେ ଲାହୋର ଚାଲିଯାଇଥିଲେ ରଫିଙ୍କ ପିତା । ସେଠାର ଭାଟି ଗେଟର ନୂର ମହଲ୍ଲାଠାରେ ସେ ଏକ ସେଲୁନ ଚଳାଉଥିଲେ । ପିଲାଦିନେ ରଫି ସାହାବଙ୍କର ପାଠପଢ଼ାରେ ଆଦୌ ମନ ଲାଗୁନଥିଲା । ଦିନ ସାରା ଏଠି ସେଠି ବୁଲି ବୁଲି ସମୟ କଟାଉଥିଲେ । ସେଥିପାଇଁ ରଫିଙ୍କୁ ସେଲୁନରେ ବସାଉ ଦେଉଥିଲେ ପରିବାର ଲୋକ ।
ମୋହମ୍ମଦ ହିଦାୟତୁଲ୍ଲାହ ଦେଶର ପ୍ରଥମ ମୁସଲିମ ପ୍ରଧାନ ବିଚାରପତି । ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ହେଁ ସେ ଜଣେ ହିନ୍ଦୁ ଯୁବତୀଙ୍କ ପ୍ରେମରେ ପଡିଥିଲେ । ୫ ବର୍ଷ ସମ୍ପର୍କରେ ରହିବା ପରେ ତାଙ୍କୁ ସେ ବିବାହ କରିଥିଲେ । ଭିନ୍ନ ଧର୍ମରେ ବିବାହ କରିଥିଲେ ହେଁ ଖୁବ ଭଲରେ କଟିଥିଲା ତାଙ୍କର ଦାମ୍ପତ୍ୟ ଜୀବନ । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର ହିନ୍ଦୁ ପରମ୍ପରା ଅନୁସାରେ କରାଯାଇଥିଲା ।
ଘର ସଂସାର ଛାଡି କାହିଁକି ରାଜମାତା ସାନ୍ୟାସିନୀ ହେଲେ? କେମିତି ତୀର ଧାର ଉପରେ ଜନ୍ମିଲେ ଯାଆଁଳା ଭାଇ ଭଉଣୀ? କାହିଁକି ଜଣେ ରାଜା ତାଙ୍କ ପିଲାଦିନର ଗରିବ ସାଙ୍ଗକୁ ଅପମାନିତ କଲେ ଭରା ରାଜ ଦରବାରରେ? ଏପରି ଆହୁରି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ।
ନୂଆବର୍ଷ ୨୦୨୫ରେ ସୁନା ମୂଲ୍ୟ ସ୍ଥିର ରହିବ ବୋଲି ବିଶ୍ବ ସୁନା ପରିଷଦ ବା ୱାର୍ଲଡ ଗୋଲ୍ଡ କାଉନସିଲ (ଡବ୍ଲୁଜିସି) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ୨୦୨୪ ବର୍ଷରେ ସୁନା ଦର ଯେପରି ହୁ ହୁ ହୋଇ ବଢ଼ିଲା, ସେପରି ପରିସ୍ଥିତି ସୃଷ୍ଟି ହେବନି ବୋଲି ଆଶା କରାଯାଉଛି। ଡବ୍ଲୁଜିସିଙ୍କ ଅନୁସାରେ ୨୦୨୪ରେ ଏ ପର୍ଯ୍ୟନ୍ତ ବୁଲିୟନରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇସାରିଲାଣି। ତେଣୁ ଦର ଆଉ ନ ବଢ଼ି ସ୍ଥିର ରହିବ।
ପ୍ରତ୍ୟେକ ଋତୁର ବାୟୁମଣ୍ଡଳ ପରି ଶରୀର ଉପରେ ମଧ୍ୟ ପ୍ରଭାବ ରହିଥାଏ। ଚାଲନ୍ତୁ ଜାଣିବା ଶୀତ ଋତୁରେ କେଶର କ’ଣ ସବୁ ସମସ୍ୟା ଦେଖାଯାଏ। ଆଉ କେମିତି ସହଜରେ ଘରେ ଏହାର ଯତ୍ନ ନେଇପାରିବେ।
ଗୋଟେ ମାଂସ ପିଣ୍ଡୁଳାରୁ କେମିତି ଜନ୍ମିଲେ ଶହେ ପୁଅ ? ଶତ ସତର୍କତା ପରେ ବି କେମିତି ଫଳିଲା ଅଭିଶାପ? ସ୍ୱାମୀଙ୍କର ମୃତ୍ୟୁ ପରେ କାହିଁକି ଜଣେ ରାଣୀ ବଞ୍ଚି ରହିଲେ ଓ ଅନ୍ୟ ଜଣେ ସତୀ ହେଲେ? ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଅତୁଲଙ୍କର ବିବାହ ୨୦୧୯ରେ ହୋଇଥିଲା । ଅତୁଲ ଓ ନିକିତାଙ୍କର ଏକ ପୁଅ ମଧ୍ୟ ଅଛି । ତେବେ ସେମାନେ ଅଲଗା ରହୁଛନ୍ତି । ମୃତ୍ୟୁ ପୂର୍ବରୁ ଅତୁଲ ଦେଢ ଘଣ୍ଟାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏହି ଭିଡିଓରେ ସେ କହି ଯାଇଛନ୍ତି ତାଙ୍କ ନିର୍ଯାତନା କଥା । ଉଭୟଙ୍କ ମଧ୍ୟରେ ଡିଭୋର୍ସ ପାଇଁ ପ୍ରକ୍ରିୟା ଜୋନପୁର ଫ୍ୟାମିଲି କୋର୍ଟରେ ଚାଲିଥିଲା । ହେଲେ ତା ପୂର୍ବରୁ ସେ ଚରମ ନିଷ୍ପତ୍ତି ନେଇଥିଲେ । ହୁଏତ ବିବାହ ବିଚ୍ଛେଦ ହୋଇ ନ ଥିଲେ ଅତୁଲ ଏତେ ବଡ ନିଷ୍ପତ୍ତି ନେଇ ନ ଥାନ୍ତେ ।
ଡିଙ୍ଗା ଡିଙ୍ଗା ସଂକ୍ରମିତଙ୍କ ଠାରେ ଅନେକ ପ୍ରକାର ଲକ୍ଷଣ ଦେଖାଦେଉଛି । ଏହି ରୋଗରେ ପୀଡିତଙ୍କୁ ପ୍ରବଳ ଜ୍ୱର ହେଉଛି । ଏହା ବ୍ୟତୀତ ଅତ୍ୟଧିକ ଦୁର୍ବଳ ଅନୁଭବ କରିବା ସହ ପକ୍ଷାଘାତର ଶିକାର ମଧ୍ୟ ହେଉଛନ୍ତି ରୋଗୀ । ଡିଙ୍ଗା ଡିଙ୍ଗାର ଅନ୍ୟତମ ସାଧାରଣ ଲକ୍ଷଣ ହେଉଛି ଅଦ୍ଭୁତ ଭାବରେ ନାଚିବା । ଏହି ସଂକ୍ରମଣ ହେତୁ ଲୋକମାନେ ନିଜ ଶରୀରରେ କମ୍ପନ ଅନୁଭବ କରନ୍ତି ଏବଂ ରୋଗୀଙ୍କ ପାଇଁ ଚାଲିବା କଷ୍ଟକର ହୋଇପଡ଼େ ।
ଠିକ୍ ରୂପେ ପ୍ରାକୃତିକ ଉପାୟରେ ପାଚିଥିବା ଫଳ ପାଚନରେ ସହଜ ହୋଇଥାଏ ଏବଂ ଶରୀରର ଉର୍ଜ୍ଜା ବା ଓଜସ୍କୁ ଦୃଢ଼ କରିଥାଏ। ତେବେ ଆସନ୍ତୁ ଆଜି କଥା ହେବା ଫଳ ଖାଇବାର କିଛି ନିୟମ ଓ ଆମ ସ୍ୱାସ୍ଥ୍ୟ ପାଇଁ ଏହାର ମହତ୍ତ୍ୱ ବିଷୟରେ।
ବର୍ଡର-ଗାଭାସ୍କର ଟ୍ରଫି ମଝିରେ ଅଚାନକ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇଛନ୍ତି ଭାରତର ଅଫ୍ ସ୍ପିନ୍ ଅଲ୍ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ । ଏବେ କ୍ରିକେଟ୍ ଜଗତରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା ।
୧୯୭୮ ମସିହାର କଥା । ଆଜକୁ ୪୬ ବର୍ଷ ତଳେ ସମ୍ଭଲରେ ଏମିତି କିଛି ହୋଇଥିଲା ଯେଉଁଥିପାଇଁ ହିନ୍ଦୁମାନେ ସେଠାରୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ସମ୍ଭଲରେ ପାଖାପାଖି ୭୭ ପ୍ରତିଶତ ମୁସଲମାନ ଥିଲେ । ତେବେ ସମ୍ଭଲର ଯେଉଁ ଖଗ୍ଗୁସରାୟ ଅଞ୍ଚଳରେ ଭଗବାନ ଶଙ୍କରଙ୍କ ମନ୍ଦିର ମିଳିଥିଲା ସେଠାରେ ଅଧିକ ସଂଖ୍ୟକ ହିନ୍ଦୁ ପରିବାର ରହୁଥିଲେ । କୁହାଯାଏ, ସମ୍ଭଲରେ ହିଁ ଭଗବାନ ବିଷ୍ଣୁଙ୍କର କଳ୍କୀ ଅବତାର ମନ୍ଦିର ଥିଲା ।
୧୯୮୧ ମସିହାରେ ମହିଳାଙ୍କ ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ଅଷ୍ଟ୍ରିଆ କଲ୍ୟାଣ ଯୋଜନା ଅଧୀନରେ ବିଧବା ମହିଳାମାନେ ପେନସନ୍ ପାଆନ୍ତି । ସ୍ୱାମୀଙ୍କ ମୃତ୍ୟୁର ଗୋଟିଏ ବର୍ଷ ପରେ ମହିଳା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତା’ପୂର୍ବରୁ ତାଙ୍କୁ ସରକାରଙ୍କ ପକ୍ଷରୁ ୨୮,୪୦୫ ଡଲାର ବିଧବା ଭତ୍ତା ପ୍ରଦାନ କରାଯାଇଥିଲା । ହେଲେ ବିବାହ ପରେ ମହିଳାଙ୍କ ବିଧବା ଭତ୍ତା ବନ୍ଦ ହୋଇଯାଇଥିଲା ।
ନିଜ ମା ଓ ବାପାଙ୍କୁ ଦେଖି ସମଗ୍ର ସଂସାର ପାଇଁ କୋଉ ନିୟମ ପ୍ରଣୟନ କଲା ଜଣେ ପୁଅ ଓ କେମିତି ଆରମ୍ଭ ହେଲା ପରିବାର ? ମନ୍ତ୍ର ବଳରେ କେମିତି ଦେବତାମାନଙ୍କୁ ପୃଥିବୀକୁ ଡାକିଆଣିଲେ ଜଣେ ନାରୀ ଓ ଆହୁରି ଅନେକ ଚମତ୍କାର କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବୋଧହୁଏ ‘ରୋଟେସନ” ଶବ୍ଦର ଜଣେ ବଡ ଉପାସକ । ୭୮ ବର୍ଷିୟ ଏହି ରାଜନେତା ରୋଟେସନ ଶବ୍ଦର ମାର୍ମିକ ଅର୍ଥ କେବଳ ବୁଝନ୍ତି ନାହିଁ, ତାକୁ ପ୍ରୟୋଗ କରିବାରେ ସେ ଖୁବ୍ ଦକ୍ଷ ବୋଲି ପ୍ରମାଣିତ କରିଛନ୍ତି ।
ଗୃହକୁ ସବୁବେଳେ ବାସ୍ତୁ ମତରେ ନିର୍ମାଣ କରିବା ସହିତ ଯଦି ଆମେ ଆମ ମୁନି-ଋଷିମାନଙ୍କ ମହତ ଅମୃତବାଣୀକୁ ଶୁଣି ଜୀବନରେ ଲଗାଇ ପାରିବା ତେବେ ଆମେ ନିଶ୍ଚୟ ଶାନ୍ତି ପାଇବା । ଏଣୁ ଆମେ ଆମର ବେଦ ଓ ପୁରାଣରେ ଥିବା ବାସ୍ତୁ ନିୟମକୁ ମାନିବା ନିହାତି ଦରକାର।