ଆଜି ରଫି ସାହାବଙ୍କ ୧୦୦ ତମ ଜନ୍ମ ବାର୍ଷିକୀ । ୧୯୨୪ ମସିହା ୨୪ ଡିସେମ୍ବରରେ ଜନ୍ମିତ ରଫି ମହମ୍ମଦ ରଫି ୧୯୮୦ ଦୁନିଆକୁ ଅଲବିଦା କହିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ହାଜି ଅଲ୍ଲୀ ମହମ୍ମଦ । ଛଅ ଭାଇଭଉଣୀଙ୍କ ମଧ୍ୟରୁ ସେ ଦ୍ୱିତୀୟ । ୧୯୩୫ମସିହାରେ ଲାହୋର ଚାଲିଯାଇଥିଲେ ରଫିଙ୍କ ପିତା । ସେଠାର ଭାଟି ଗେଟର ନୂର ମହଲ୍ଲାଠାରେ ସେ ଏକ ସେଲୁନ ଚଳାଉଥିଲେ । ପିଲାଦିନେ ରଫି ସାହାବଙ୍କର ପାଠପଢ଼ାରେ ଆଦୌ ମନ ଲାଗୁନଥିଲା । ଦିନ ସାରା ଏଠି ସେଠି ବୁଲି ବୁଲି ସମୟ କଟାଉଥିଲେ । ସେଥିପାଇଁ ରଫିଙ୍କୁ ସେଲୁନରେ ବସାଉ ଦେଉଥିଲେ ପରିବାର ଲୋକ ।
ସିଭି ରମଣ ଭାରତର ସବୁଠାରୁ ବଡ ବୈଜ୍ଞାନିକ ଥିଲେ। ସେ ଜଣେ ପଦାର୍ଥ ବିଜ୍ଞାନୀ ଯିଏ ଆଧୁନିକ ବିଜ୍ଞାନରେ ଅନେକ ଆବିଷ୍କାର କରିଥିଲେ। ଆସନ୍ତୁ ଏହି ମହାନ ବୈଜ୍ଞାନିକଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜାଣିନେବା।
ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ । ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ । କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ ।
ସେ ଥିଲେ ଭାରତ ମାଆର ବୀରପୁଅ। ଯାହାଙ୍କ ନାଁ ଶୁଣିଲେ ଥରହର ହେଉଥିଲେ ଇଂରେଜ। ଯୁଦ୍ଧ କରିବା ତ ଦୂରର କଥା ତାଙ୍କ ନାଁ କାନରେ ପଡିଲେ ପଛେଇ ପଛେଇ ଧାଉଁଥିଲେ ଗୋରା ସାହେବ। ଆମେ କହୁଛୁ ଭାରତର ସେହି ଅଗ୍ରଣୀ ସ୍ଵାଧୀନତା ସଂଗ୍ରାମୀ ତଥା ସାରା ବିଶ୍ଵରେ ନେତାଜୀ ଭାବେ ପରିଚିତ ସୁଭାଷ ଚନ୍ଦ୍ର ବୋଷଙ୍କ କଥା। ସେହି ବିସ୍ମୟ ବିଦ୍ରୋହୀ ସଂଗ୍ରାମୀଙ୍କୁ ‘ଓଟିଭି’ର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି…
୧୮୬୩ ମସିହା ଜାନୁଆରି ୧୨ ତାରିଖରେ ପଶ୍ଚିମବଂଗର କୋଲକତାରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନେ ତାଙ୍କର ନାଁ ଥିଲା ନରେନ୍ଦ୍ରନାଥ ଦତ୍ତ । ଆଧ୍ୟାତ୍ମିକତା ପ୍ରତି ଆଗ୍ରହୀ ଥିବା ନରେନ୍ଦ୍ର ପିଲାଦିନରୁ ଧ୍ୟାନ ଅଭ୍ୟାସ କରୁଥିଲେ। ଭାରତୀୟ ଦର୍ଶନ ଓ ବେଦାନ୍ତଙ୍କୁ ବିଶ୍ୱରେ ଲୋକପ୍ରିୟ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।୧୮୯୩ ଚିକାଗୋ ଧର୍ମ ସମ୍ମିଳନୀରେ ତାଙ୍କର ଉଦବୋଧନ ଏବେ ବି ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ ।