• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ipsita Pradhan

ଯଦିଓ ଆମେ ଛୋଟବେଳୁ ଛ’ଟି ଋତୁ ବିଷୟରେ ପଢିଛେ କିନ୍ତୁ ସାଧାରଣତଃ ତିନୋଟି ପ୍ରମୁଖ ଋତୁ ଗ୍ରୀଷ୍ମ, ବର୍ଷା ଓ ଶୀତ ଋତୁ ଅନୁଭବ କରିଥାଉ। ପ୍ରତ୍ୟେକ ଋତୁର ତାପମାତ୍ରା, ପାଣିପାଗ ପରି ଆମ ଶରୀର, ତ୍ବଚା ଏବଂ କେଶ ଉପରେ ମଧ୍ୟ ଏହାର ପ୍ରଭାବ ରହିଥାଏ। ଆମ ତ୍ବଚା ଏବଂ କେଶ ଉଭୟ ବାୟୁମଣ୍ଡଳୀୟ ପରିବର୍ତ୍ତନ ପ୍ରତି ସମ୍ବେଦନଶୀଳ ଅଟନ୍ତି। ପ୍ରତ୍ୟେକ ଋତୁରେ scalp ର ଚର୍ମ ଓ କେଶର ଭିନ୍ନଭିନ୍ନ ସମସ୍ୟା ଦେଖା ଯାଉଥିବା ବେଳେ ତା’ର ଉପଚାର ମଧ୍ୟ ଭିନ୍ନ ହୋଇଥାଏ।

ଶୀତ ଋତୁରେ scalp ଓ କେଶର ସମସ୍ୟା:

ଶୁଷ୍କ ତ୍ବଚା ଏହାକୁ Dry Scalp ମଧ୍ୟ କୁହାଯାଏ: ଥଣ୍ଡା ଏବଂ ଶୁଖିଲା ପବନ scalp ତ୍ବଚାର ତୈଳ କ୍ଷରଣ କମାଇଦେବା କାରଣରୁ ତ୍ବଚା ଶୁଖିଯାଏ। ଏହା ଦ୍ବାରା ବାରମ୍ବାର ମୁଣ୍ଡ କୁଣ୍ଡାଇ ହୁଏ ଏବଂ ଅନେକ ସମୟରେ ଖୋଳପା ଛାଡେ (Flaky Scalp)।

ରୂପି ବା Dandruff ସମସ୍ୟା: ତ୍ବଚା ଶୁଖିଲା ଏବଂ ଶୁଷ୍କ ହେବା କାରଣରୁ, ତ୍ବଚା ସଫା ନକରିବା ଦ୍ବାରା କେଶ ମୂଳରେ fungal କିମ୍ବା oil build-up ଜମା ହେବା ଦ୍ବାରା ରୂପି ବା dandruff ସମସ୍ୟା ଦେଖାଯାଏ। ରୂପି ମଧ୍ୟ Flaky Scalp ର କାରଣ ହୋଇପାରେ। କେଶମୂଳ ବାରମ୍ବାର କୁଣ୍ଡାଇ ହେବା, ଖୋଳପା ଛାଡ଼ିବା ଏବଂ କେଶ ମୂଳ ତେଲିଆ ଲାଗିବା ଭଳି ସମସ୍ୟା ମଧ୍ୟ ରୂପି କାରଣରୁ ଦେଖାଯାଏ।

ଅସୁସ୍ଥ ତ୍ବଚା ବା Damaged Skin: ମୁଣ୍ଡ ସଫା ପାଇଁ ଗରମପାଣିର ବ୍ୟବହାର, ବାରମ୍ବାର ମୁଣ୍ଡ ରାମ୍ପିବା, ରୂପି ଦୂର କରିବା ପାଇଁ ବାରମ୍ବାର ସାମ୍ପୁ କରିବା ଦ୍ୱାରା scalp ତ୍ବଚାର କେରାଟିନ୍ ନଷ୍ଟ ହୋଇ, ଆଦ୍ରତା ହରାଇ ଅସୁସ୍ଥ ହୋଇଯାଏ। ଅନେକ ସମୟରେ ଏହା ଜଳାପୋଡା ଏବଂ କେଶ ଉପୁଡିବାର କାରଣ ହୋଇଥାଏ।

କେଶ ଶୁଷ୍କ ହେବା ଓ ଫାଟିବା: ଶୀତ ଋତୁରେ କେଶର ବାହ୍ୟ ଆବରଣ ବା cuticle ଢିଲା ବା open-up ହୋଇଯାଏ। ଏହା ଦ୍ବାରା କେଶ ଆର୍ଦ୍ରତା ହରାଏ ଏବଂ ଶୁଷ୍କ ଓ ଭଙ୍ଗୁର ହୋଇଯାଏ, କେଶର ଅଗ ଅ°ଶ ଫାଟି, ଦୋମୁହାଁ ହୁଏ, ଅଧାରୁ ଛିଣ୍ଡି ପଡେ, ଅଡୁଆ ହୋଇଯାଏ ଏବ° ଉଜ୍ଜ୍ୱଳତା ହରାଏ ।

କେଶ ଝଡିବା: ଅନେକଙ୍କ ଠାରେ ଶୀତ ଋତୁରେ ଅଚାନକ କେଶ ଝଡିବା ସମସ୍ୟା ବଢିଯାଏ। ଉପରେ ଦର୍ଶା ଯାଇଥିବା ସମସ୍ତ ସମସ୍ୟା ଏପ୍ରକାର କେଶ ଝଡିବାର କାରଣ ହୋଇପାରେ। କିନ୍ତୁ ଏହା ସାଧାରଣତଃ ଅସ୍ଥାୟୀ ବା temporary ହୋଇଥାଏ।

ଶୀତ ଋତୁରେ କେଶର ଯତ୍ନ:

ସାଧାରଣ ତାପମାତ୍ରାରାରେ ଥିବା ପାଣିରେ ମୁଣ୍ଡ ସଫା କରନ୍ତୁ। ଗରମ ପାଣି, Hair Dryer, Heat styling ଆଦି କରନ୍ତୁ ନାହିଁ।

ବାରମ୍ବାର କେଶରେ ରଙ୍ଗର ବ୍ୟବହାର କରନ୍ତୁ ନାହିଁ। ବାରମ୍ବାର ମୁଣ୍ଡ ସଫା କରନ୍ତୁ ନାହିଁ। ରୂପି ସମସ୍ୟା ଅଧିକ ହେଉଥିଲେ, ସପ୍ତାହକୁ ଦୁଇଥର Anti Dandruff ସାମ୍ପୁ ବ୍ୟବହାର କରନ୍ତୁ ଏବଂ କେଶ ହାଲୁକା ଶୁଖିବା ପରେ After Wash Salicylic acid serum ବ୍ୟବହାର କରନ୍ତୁ। ଶୀତ ଋତୁରେ Moisturizing shampoo ଏବଂ conditioner ନିହାତି ଜରୁରୀ। ଓଦା କେଶକୁ ବେଣୀ କିମ୍ବା ଖୋସା କରି ବାନ୍ଧନ୍ତୁ ନାହିଁ। କେଶ ସଫା କରିବା ପୂର୍ବରୁ ତେଲ ମାଲିସ କରିବା ଦ୍ବାରା କେଶ ମସୃଣ ଏବଂ ନରମ ରହିବା ସହ ସହଜରେ ଅଡ଼ୁଆ ହୁଏନି କିମ୍ବା ଭାଙ୍ଗେ ନାହିଁ।

ଶୀତ ଋତୁରେ Hair pack ବା mask ମଧ୍ୟ ଖୁବ୍ ଉପକାରୀ। ଯଦିଓ ବଜାରରେ ଅନେକ hair mask ଉପଲବ୍ଧ କିନ୍ତୁ ଆପଣ ଘରେ ବି ଆପଣ ଅତି ସହଜରେ ବନାଇ ପାରିବେ: ବସାଦହି, ନଡ଼ିଆ ତେଲ, ଆଲୋଭେରା ମିଶାଇ, scalp ତ୍ୱଚା ଓ କେଶର ସମ୍ପୂର୍ଣ୍ଣ ଦୈର୍ଘ୍ୟ ଉପରେ ଏହି ମିଶ୍ରଣକୁ ଲଗାଇ, ୧୫-୨୦ ମିନିଟ୍ ରଖିବା ପରେ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଅଣ୍ଡାର ଧଳା ଅ°ଶ ମଧ୍ୟ ଭଲ କଣ୍ଡିସନରର କାମ କରିଥାଏ। ଏକଦମ୍ ଶୁଖିବା ପାଇଁ ଦେବେ ନାହିଁ।

ଶୀତ ଋତୁରେ ଭ୍ରମଣ ଅଧିକ ହୁଏ, ତେଣୁ ନିଜ କେଶକୁ ଖରାରୁ ରକ୍ଷା କରିବା ଆବଶ୍ୟକ ଥାଏ। କେଶକୁ ଅଧିକ ସମୟ ଖୋଲା ଛାଡନ୍ତୁ ନାହିଁ, cap ବ୍ୟବହାର କରନ୍ତୁ ଏବଂ ଆବଶ୍ୟକ ସ୍ଥଳେ Hair Sunscreen ବ୍ୟବହାର କରି ପାରନ୍ତି।

ଶୋଇବା ସମୟରେ କେଶ ମୁକୁଳା ନରଖି ବାନ୍ଧି ଦିଅନ୍ତୁ। ଶୀତ ଋତୁରେ ଘୋଡେ଼ଇ ହୋଇ ଶୋଇବା ସମୟରେ ଶୁଷ୍କ କେଶ ଗୁଡିକ ଘଷି ହୋଇ ଭାଙ୍ଗି ଯିବାର ଆଶଙ୍କା ବଢିଯାଏ।

ଖାଦ୍ୟ ଓ ପାନୀୟ:

ଥଣ୍ଡା ପାଗ କାରଣରୁ ପାଣି ପିଇବା କମାନ୍ତୁ ନାହିଁ। ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯେମିତିକି ସୋୟା, ଅଣ୍ଡାର ଧଳା ଅ°ଶ, ଛେନା ସୁସ୍ଥ କେଶ ପାଇଁ ଜରୁରୀ। କଖାରୁ ମଞ୍ଜି, ଅଳସୀ ମଞ୍ଜି, ଚିଆ ସିଡ୍ସ, କଡ ଲିଭର୍ ଅଏଲ୍, ସାମୁଦ୍ରିକ ମାଛ ଆଦି Omega-3 fatty acid ଯୁକ୍ତ ଖାଦ୍ୟ ମଧ୍ୟ କେଶକୁ ସୁସ୍ଥ, ମଜବୁତ ଏବଂ ମସୃଣ କରେ। ସେହିପରି ଉପଲବ୍ଧ seasonal ଫଳ ଯେମିତିକି ଅଁଳା, କମଳା, ପିଜୁଳି ମଧ୍ୟ ସ୍ବାସ୍ଥ୍ୟ ପାଇଁ ଉପକାରୀ।

OTV is now on Whatsapp

Join and get latest news update delivered to you via whatsapp

Join Now