• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

lottle
ସାଇକେଲ୍‌ରେ ପରିବା ବିକ୍ରି କରୁଥିଲେ ଯୁବତୀ, ଟୁ-ହ୍ୱିଲର ଗିଫ୍ଟ କଲା ପୁଲିସ୍

ଦିବ୍ରୁଗଡ଼: କରୋନା ଭାଇରସ୍‌ ଯୋଗୁ ଦେଶ ବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଏଥିପାଇଁ ଅନେକ ଲୋକ ରୋଜଗାର ହରାଉଛନ୍ତି।  ପରିବାର ପୋଷିବା ବି କଷ୍ଟକର ହୋଇପଡ଼ୁଛି। ଏହି ସମୟରେ ନିଜ ପରିବାର ପୋଷିବା ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି ଆସାମ ଦିବ୍ରୁଗଡ଼ ଜିଲ୍ଲା ବୋଗିବୀଲ ଅଞ୍ଚଳର ସଫାକଟିରେ ରହୁଥିବା ଯୁବତୀ ଜନମୋନୀ ଗୋଗୋଇ। ଜନମୋନୀ ଏକ ବାଇସାଇକେଲ୍‌ରେ ଘରଠୁ ଘର ବୁଲି ପରିବା ବିକ୍ରି କରୁଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ବାପା ଅସୁସ୍ଥ ରହୁଥିବାରୁ ସେ […]

  • Monday, 26 July 2021
sd
ମୃତ ପୁଅ ଫଟୋକୁ ହାତରେ ଧରି ସ୍ୱାମୀଙ୍କୁ ଶେଷ ବିଦାୟ ଦେଲେ ସ୍ତ୍ରୀ

ଭୁବନେଶ୍ୱର: ସବୁ ସାମାଜିକ କଟକଣା ଓ ପରମ୍ପରାକୁ ପଛ କରି ଶ୍ମଶାନରେ ସ୍ୱାମୀଙ୍କୁ ମୁଖାଗ୍ନି ଦେଇଛନ୍ତି ସ୍ତ୍ରୀ। ପୁଣି ବର୍ଷକ ତଳୁ ଆରପାରିକୁ ଚାଲିଯାଇଥିବା ପୁଅର ଫଟୋକୁ ସାଙ୍ଗରେ ଧରି ଜୀବନ ସାଥିକୁ ଦେଇଛନ୍ତି ବିଦାୟ। ରାଜଧାନୀ ଉପକଣ୍ଠରେ ଗତ ୩ ତାରିଖ ଦିନର ଏ ଘଟଣା ଯେତିକି ହୃଦୟ ବିଦାରକ ସେତିକି ପ୍ରଶଂସନୀୟ ମଧ୍ୟ। ଦେଖିବା ଛାତିକୁ ପଥର କରି ସ୍ୱାମୀଙ୍କ ଆତ୍ମାକୁ ଶାନ୍ତି ଦେବାକୁ ଅନନ୍ୟ ଉଦ୍ୟମ କରି ଉଦାହରଣ ସାଜିଥିବା ସେହି ମହିଳାଙ୍କ […]

  • Monday, 26 July 2021
id
କରୋନା ସଂକ୍ରମଣ ରୋକିବାକୁ ଅଲଟ୍ରା ଭାୟୋଲେଟ ସି ସାନିଟାଇଜର ମେସିନ୍ ତିଆରି କଲା ବ୍ରହ୍ମପୁର ସରକାରୀ ଆଇଟିଆଇ

ବ୍ରହ୍ମପୁର: ବିଶ୍ୱ ମହାମାରୀ କରୋନା ସଂକ୍ରମଣ ରୋକିବାକୁ ହେଲେ ପ୍ରତିଷେଧକ ନିତାନ୍ତ ଜରୁରୀ। ଯେକୌଣସି ଜିନିଷ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ରହିଛି। ଏଭଳି ସ୍ଥଳେ ଏକ ଅଲଟ୍ରା ଭାୟୋଲେଟ ସି ସାନିଟାଇଜର ମେସିନ୍ ତିଆରି କରିଛି ବ୍ରହ୍ମପୁର ସରକାରୀ ଆଇଟିଆଇ। ପୂର୍ବରୁ ପେଡେଲ ହାତ ଧୁଆ ମେସିନ୍, ଫେସ୍ ସିଲ୍ଡ, ଏରୋ ସୋଲ୍ ବକ୍ସ, ସାନିଟାଇଜର ତିଆରି କରି ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ବ୍ରହ୍ମପୁର ସରକାରୀ ଆଇଟିଆଇ କରିଛି ଆଉ ଏକ ନୂତନ ପ୍ରୟାସ। […]

  • Monday, 26 July 2021
terro
ସେନାର ହିଟ୍‌ ଲିଷ୍ଟରେ ଥିବା ଟପ୍‌ ଆତଙ୍କବାଦୀ ମଧ୍ୟରୁ ଏହି ୫ ଜଣଙ୍କୁ ଏନ୍‌କାଉଣ୍ଟର କଲାଣି ସେନା

ଶ୍ରୀନଗର: ସେନା ଏନ୍‌କାଉଣ୍ଟରେ ନିହତ ହୋଇଛି ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କବାଦୀ ତଥା ହିଜ୍‌ବୁଲ୍‌ ମୁଜାହିଦ୍ଦିନର କମାଣ୍ଡର ରିୟାଜ୍ ନାୟକୁ। ତେବେ ଏହା ପୂର୍ବରୁ ୨୦୧୮ରେ ସେନା କିଛି ଟପ୍‌ ଟେରୋରିଷ୍ଟଙ୍କର ହିଟ୍‌ ଲିଷ୍ଟ ତିଆରି କରିଥିଲା। ଏହି ଲିଷ୍ଟରେ ମୋଟ ୧୭ ଆତଙ୍କବାଦୀ ଥିଲେ। ଏଥିରେ ମାତ୍ର ୫ ଜଣଙ୍କୁ ନିହତ କରିଛି ସେନା। ଆସନ୍ତୁ ଜାଣିନେବା ଏହି ୫ ଟେରୋରିଷ୍ଟ ସମ୍ପର୍କରେ। ରିୟାଜ ନାୟକୁ ଟପ୍‌ ଟେରୋରିଷ୍ଟଙ୍କର ହିଟ୍‌ ଲିଷ୍ଟରେ ସବୁଠୁ ଟପ୍‌ରେ ଥିଲେ ଏହି […]

  • Monday, 26 July 2021
pod
ଲକଡାଉନ୍ ମାଡ଼ରେ ପୂରା ବେହାଲ୍ ଓଡ଼ିଶାର ଯାତ୍ରା ଇଣ୍ଡଷ୍ଟ୍ରି

ଭୁବନେଶ୍ୱର: ଆଗରୁ ସଞ୍ଜ ହେଲେ ଦୈନିକ ଜମୁଥିଲା ମଞ୍ଚ। ଗୋଟିଏ ପଟେ ଲୋକଙ୍କ ମନୋରଞ୍ଜନ ଅନ୍ୟପଟେ ହଜାର ହଜାର ପେଷାଦାର କଳାକାରଙ୍କ କୁଟୁମ୍ବ ପୋଷା ଚାଲିଥିଲା। ସମତାଳରେ ଚାଲୁଥିଲା ସବୁକିଛି। ଚଳୁଥିଲେ ମାଲିକ, ବଞ୍ଚୁଥିଲେ କଳାକାର। ହେଲେ ଏବେ ସେ ସମୟ ନାହିଁ। ଲକଡାଉନ୍ ମାଡ଼ରେ ପୂରା ବେହାଲ ଓଡ଼ିଶାର ଯାତ୍ରା ଇଣ୍ଡଷ୍ଟ୍ରି। କରୋନାର କରାଳ ରୂପ ଏ ଶିଳ୍ପ ଉପରେ ନିର୍ଭର କରୁଥିବା କଳାକାର ଓ ଅନ୍ୟ କର୍ମଚାରୀଙ୍କ ଖାଲି ଯେ ରୋଜଗାର ଛଡ଼ାଇ ନେଇଛି […]

  • Monday, 26 July 2021
bhopal
ସବୁବେଳେ ମନେ ରହିବେ ଏହି ଦୁଇ କରୋନା ଯୋଦ୍ଧା...

ଭୋପାଲ: କରୋନା ଭାଇରସ ବିରୋଧରେ ଚାଲିଥିବା ଯୁଦ୍ଧ ହେଉଛି ଧୈର୍ଯ୍ୟ ଏବଂ କର୍ତ୍ତବ୍ୟର ଅଗ୍ନିପରୀକ୍ଷା।  ଏହି ବିପଦ ସମୟରେ କିଛି ଲୋକ ଅଛନ୍ତି ଯାହାଙ୍କର ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଏମିତି ଦୁଇଜଣ କରୋନା ଯୋଦ୍ଧା ହେଉଛନ୍ତି ଦୀପକ ପାଟିଲ ଓ ପ୍ରଗତି। ଏ ଦୁହିଁଙ୍କ ତ୍ୟାଗ ଓ ସେବାକୁ ସାରା ଦେଶ ମନେ ରଖିବ। ଭୋପାଳର ପୋଲିସ କଣ୍ଟ୍ରୋଲ ରୁମରେ ଡ୍ୟୁଟି କରୁଥିବା ଦୀପକ ପାଟିଲଙ୍କ ଗୋଡ ଭାଙ୍ଗି ଯାଇଛି। ତଥାପି […]

  • Monday, 26 July 2021
laxmana-pariba
ଭଦ୍ରକ ପରିବା ଚାଷୀ ଛାୟାରାଣୀଙ୍କୁ ଭୁରି ଭୁରି ପ୍ରଶଂସା କଲେ ପୂର୍ବତନ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ

ଭୁବନେଶ୍ୱର: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣଙ୍କ ମୁହଁରେ ଭଦ୍ରକର ପରିବା ଚାଷୀ ଛାୟାରାଣୀଙ୍କ ପ୍ରଶଂସା। ଛାୟାରାଣୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଲକ୍ଷ୍ମଣ। ସେ ଜଣେ ସଫଳ ପରିବା ଚାଷ ପାଇଁ ସେଥିପାଇଁ ନୁହେଁ, ବରଂ ତାଙ୍କର ମାନବିକତା ପାଇଁ ଲକ୍ଷ୍ମଣ ତାଙ୍କୁ ପ୍ରଶଂସା କରିଛନ୍ତି। କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବା ଯୋଗୁ ସାଧାରଣ ଲୋକ ନାନା ହଇରାଣ ହରକତ ହେଉଛନ୍ତି। ଏହି ସମୟରେ ଅନେକ ବଦାନ୍ୟ ବ୍ୟକ୍ତି ନିଜର […]

  • Monday, 26 July 2021
opo
ଦୁର୍ବଳିଆ କାନ୍ଧରେ ଦଇବ ଲଦି ଦେଇଛି, ପର୍ବତ ପ୍ରମାଣ ବୋଝ

କୋରାପୁଟ: ଦୁର୍ବଳିଆ କାନ୍ଧରେ ଦଇବ ଲଦି ଦେଇଛି, ପର୍ବତ ପ୍ରମାଣ ବୋଝ। ପାଖରେ ସ୍ୱାମୀ ଆଉ ତିନି ତିନିଟା ଭେଣ୍ଡିଆ ପୁଅ ଅଛନ୍ତି। ହେଲେ ବିଧାତା ଏମିତି ଦାଉ ସାଧିଛି ଯେ ସମସ୍ତେ ଥାଇ ବି ନଥିଲା ଭଳି। ୯୦ ବର୍ଷ ବୟସରେ ପୂରାପୂରି ଅସହାୟ ଜୟପୁର ବ୍ରାହ୍ମଣୀ ଗାଁର ଡି. ଶୁଭଲକ୍ଷ୍ମୀ। ଶୁଭଲକ୍ଷ୍ମୀଙ୍କ ସ୍ୱାମୀ ଓ ମଝିଆ ପୁଅ ପକ୍ଷାଘାତରେ ପୀଡ଼ିତ। ବଡ଼ପୁଅକୁ ମାଉଥ୍ କ୍ୟାନ୍ସର। ଆଉ ଏ ଦୁଃଖିନୀର ଏକ ମାତ୍ର ବଳ ସାନପୁଅ। […]

  • Monday, 26 July 2021
Labour Registration
କେମିତି ନିଜ ନାଁ ପଞ୍ଜୀକରଣ କରିବେ ଓଡ଼ିଶା ଫେରିବାକୁ ଚାହୁଁଥିବା ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ମେ ୩ରେ ଲକ୍‌ଡାଉନ୍ ସରିବା ପରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରିବେ। ପ୍ରବାସୀ ଓଡ଼ିଆଙ୍କ ପାଇଁ ନାଁ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆରମ୍ଭ ହୋଇଯାଇଛି ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଫର୍ମ ମଧ୍ୟ ଜାରି ହୋଇଛି। ଏହ ପଞ୍ଜିକରଣ ଫର୍ମରେ ସ୍ପଷ୍ଟ ଉଲ୍ଲେଖ ରହିବ ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ। ତା’ […]

  • Monday, 26 July 2021
briten
ନବଜାତ ସନ୍ତାନକୁ କୋଳକୁ ନେଇ ପାରିଲେନି, ଫଟୋକୁ ଚାହିଁ ଆଖି ବୁଜିଲେ ମା’

ବ୍ରିଟେନ:  ସନ୍ତାନକୁ ଜନ୍ମ ଦେଲେ, ହେଲେ ମାତୃତ୍ୱର ଆନନ୍ଦ ତାଙ୍କ ଭାଗ୍ୟରେ ନ ଥିଲା । ସେ ଏମିତି ଏକ ଅସହାୟ ମା’, ନବଜାତ ଶିଶୁ କୁଆଁ କୁଆଁ କାନ୍ଦୁଥିଲେ ମଧ୍ୟ ଛାତିରେ ଜାକି ପାରିଲେନି, ତାଙ୍କ ବକ୍ଷରୁ ଅମୃତର ଧାରା ଦେଇ ତାର କ୍ଷୁଧା ନିବାରଣ କରିପାରିଲେନି।  ମହାମାରୀ କରୋନା ତାଙ୍କଠାରୁ ସବୁକିଛି ଛଡେଇ ନେଲା। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବ୍ରିଟେନ୍‌ରେ। ଭାଇରସ ଯୋଗୁ  ସାରା ବିଶ୍ୱରେ ପ୍ରାୟ ୨ ଲକ୍ଷ ଲୋକଙ୍କର […]

  • Monday, 26 July 2021
gtr
ଏଥର ରଥ ନିର୍ମାଣ କାମରେ ବିଚ୍ୟୁତି ଘଟିବ: କେବେ ହେବ ରଥଯାତ୍ରା ?

ପୁରୀ: ମହାମାରୀ କରୋନା ପ୍ରକୋପ ଭିତରେ କିଭଳି ହେବ ଶ୍ରୀଜିଉଙ୍କ ଘୋଷଯାତ୍ରା? ସାମାଜିକ ଦୂରତ୍ୱ ରକ୍ଷା ନିୟମ ଭିତରେ କିଭଳି ପାଳନ ହେବ ଶହ ଶହ ବର୍ଷର ଏ ପରମ୍ପରା? ଲକ୍‌ଡାଉନ୍ ବେଳେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଜନ ଗହଳିକୁ ନିଷେଧ କରାଯାଇଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶକୁ ଦେଖି ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଯେଉଁଥିରେ ଭୁବନେଶ୍ୱରରୁ ଭିଡିଓ କନ୍‌ଫରେନ୍ସିଂରେ ଯୋଗ ଦେଇଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ […]

  • Monday, 26 July 2021
lodl
ମାସ୍କ ଲଗାଇ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିଶାଳ ଉଲ୍‌କା ପିଣ୍ଡ

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ମାଡ଼ି ଆସୁଛି ବଡ଼ ଉଲ୍‌କା ପିଣ୍ଡ। ଆସନ୍ତା ସପ୍ତାହରେ ଏହା ପୃଥିବୀ ପାଖ ଦେଇ ଅତିକ୍ରିମ କରିପାରେ ବୋଲି କୁହାଯାଉଛି ପ୍ୟୁର୍ଟୋ ରିକୋର ଅର୍‌ସିବୋ ଅବ୍‌ଜର୍ଭେଟୋରୀ (Arecibo Observatory) ରେଡିଓ ଟେଲିସ୍କୋପ୍‌ ପକ୍ଷରୁ ଏହି ଉଲ୍‌କା ପିଣ୍ଡର ଅନେକଗୁଡ଼ିଏ ଫଟୋ ଟ୍ୱିଟ୍‌ରରେ ଅପ୍‌ଲୋଡ କରାଯାଇଛି। ଏହି ଫଟୋ ଅପ୍‌ଲୋଡ୍ କରିବା ସହିତ ଉଲ୍‌କାପିଣ୍ଡଟି ମାସ୍କ ଲଗାଇଥିବା ଘଟଣାକୁ ବଡ଼ ମଜାଦାର ଶୈଳୀରେ ଦର୍ଶା ଯାଇଛି। ଅର୍‌ସିବୋ ଅବ୍‌ଜର୍ଭେଟୋରୀ  ତାଙ୍କ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି […]

  • Monday, 26 July 2021
Mote Dakani
ମୃତ୍ୟୁର ପଞ୍ଝାରୁ ଜୀବନ ଖୋଜି ଥକି ଯାଇଥିଲା ସେ, ଏତେବଡ଼ ଦୁନିଆରେ ତା ପାଇଁ ଜାଗା ନଥିଲା, ଶେଷରେ ଏଇଠି ଏମିତ ଶୋଇପଡ଼ିଲା ନିରବ ନିଥର ହୋଇ

#ଫଟୋ_ପଛର_କାହାଣୀ ଆଜି ଆପଣଙ୍କୁ ଏମିତି ଗୋଟିଏ ଫଟୋ ପଛରେ ଲୁଚି ରହିଥିବା କାହାଣୀ ବିଷୟରେ କହିବୁ, ଯାହା ଦିନେ ଲୋକଲୋଚନକୁ ଆସିବା ପରେ ସାରା ବିଶ୍ୱର ମାନବିକତା ଲଜ୍ଜିତ ହୋଇଥିଲା। ଲୁହରେ ଭିଜିଥିଲା ଆଖି। ଦେଶ ବିଦେଶରେ ଉଠିଥିଲା ରାଜନୈତିକ ଝଡ଼। ୩ ବର୍ଷର କୁନି ବାଳକ ଏଲାନ୍‌ କୁର୍ଦ୍ଦୀଙ୍କର ଦୁଃଖଦ ମୃତ୍ୟୁର କାହାଣୀ ହୁଏତ ଆପଣ ଜାଣିଥିବେ। ଘଟଣାକୁ ୪ ବର୍ଷରୁ ଅଧିକ ସମୟ ବିତିଯାଇଥିବାରୁ ହୁଏତ ଆପଣଙ୍କ ମାନସ ପଟହଃରେ କଥାଟି ଧୀରେ ଧୀରେ […]

two marraige
ଲକ୍‌ଡାଉନ୍‌ ଯୋଗୁ ବାପଘରୁ ଆସି ପାରିଲେନି ସ୍ତ୍ରୀ, ଏପଟେ ସ୍ୱାମୀ କଲେ ଏମିତି କାଣ୍ଡ

ବିହାର: ବିହାରରେ ଲକ୍‌ଡାଉନ୍‌ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପାଟନାଠାରୁ ୬୦ କିମି ଦୂରରେ ଥିବା ଦୁଲ୍ଲହନ୍‌ ବଜାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ପ୍ରଥମ ପତ୍ନୀଥିବାବେଳେ ସେ ନିଜର ଗାର୍ଲଫ୍ରେଣ୍ଡକୁ ୨ୟ ବିବାହ କରିଛନ୍ତି। ଲକ୍‌ଡାଉନ୍‌ର ସୁଯୋଗ ନେଇ ବ୍ୟକ୍ତି ଜଣଙ୍କ ଏପରି  କାଣ୍ଡ କରିଥିଲେ। ଖବର ଅନୁଯାୟୀ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଜାରି କରିଥିଲେ। ଗୁଡ଼ିଆ ଦେବୀ ନାମ୍ନୀ ଜଣେ ମହିଳା ଲକ୍‌ଡାଉନ୍‌ ହେବା ପୂର୍ବରୁ ସେ ତାଙ୍କ […]

  • Monday, 26 July 2021
bhopal
କରୋନା ଭୟରେ ବାପାଙ୍କ ମୃତଦେହ ନେଲାନି ପୁଅ, ତହସିଲଦାର କଲେ ଅନ୍ତିମ ସଂସ୍କାର

ଭୋପାଳ: କରୋନା ଭାଇରସକୁ ଡରି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ପୁଅ ତାଙ୍କ ପିତାଙ୍କ ମୃତଦେହ ନେବାକୁ ମନା କରିଦେଇଛନ୍ତି। ବାପା କରୋନାରେ ସଂକ୍ରମିତ ହୋଇଥିଲେ, ମଙ୍ଗଳବାର ଭୋପାଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଜିଲ୍ଲା ପ୍ରଶାସନ ଟିମ୍‌ ପୁଅକୁ ବାରମ୍ୱାର ଅନ୍ତିମ ସଂସ୍କାର କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସଂକ୍ରମଣ ଭୟରେ ପୁଅ ଅନ୍ତିମ ସଂସ୍କାର ପାଇଁ ଆସିନଥିଲେ। ଶେଷରେ ତହସିଲଦାର ନିଜେ ଅନ୍ତିମ ସଂସ୍କାର କରିଥିଲେ। ମୃତଦେହ ନେବାରେ ଅସମର୍ଥ ବୋଲି ପୁଅ ପ୍ରଶାସନକୁ ଚିଠି […]

  • Monday, 26 July 2021
med
ବଲିଉଡ୍‌ ଷ୍ଟାର୍‌ଙ୍କଠାରୁ ଆରମ୍ଭ କରି ନେତା, ଜନତା ବା କ୍ରିକେଟର୍‌ ସବୁଠି Me@20 କ୍ରେଜ୍‌

ଭୁବନେଶ୍ୱର: କରୋନା ସଂକଟ ବେଳେ ଭବିଷ୍ୟତକୁ ନେଇ ସମସ୍ତେ ବେଶ୍ ଚିନ୍ତିତ ହୋଇପଡ଼ୁଛନ୍ତି। ତେବେ ୟା ଭିତରେ ଅଳ୍ପ କିଛି ଫୁରସତ୍ ସମୟ କାଢ଼ି, ନିଜ ଅତୀତକୁ ମନେ ପକାଉଛନ୍ତି ସେଲିବ୍ରିଟି ଓ ସାଧାରଣ ଜନତା।  ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଛି ହାଶ୍ ଟ୍ୟାଗ୍ ମି ଆଟ୍ ଟ୍ୱେଣ୍ଟି। ତେବେ ଏଥିରେ କେଉଁମାନେ ଭାଗ ନେଇଛନ୍ତି ଓ କେଉଁଭଳି ଫଟୋ ଛାଡ଼ିଛନ୍ତି ଆସନ୍ତୁ ଜାଣିବା। ସେଲିବ୍ରିଟିଙ୍କଠୁ ସାଧାରଣ ଜନତା  ସବୁଠି ଏବେ ମି ଆଟ୍ ଟ୍ୱେଣ୍ଟିର କ୍ରେଜ୍।  […]

  • Monday, 26 July 2021
ss
ଲକ୍‌ଡାଉନ୍‌ ବେଳେ ଅସହାୟ ଦିବ୍ୟାଙ୍ଗ ମହିଳାଙ୍କୁ ନିଜ ହାତରେ ଖୁଆଇ ଦେଲେ ପୁଲିସ୍ ଅଫିସର୍

କଟକ: ବର୍ତ୍ତମାନର ସ୍ଥିତି ଦେଖି ଅନେକ ଭାବୁଛନ୍ତି ମାଟିଆ ବର୍ଦ୍ଦି ପିନ୍ଧା ପୋଲିସ୍‌ମାନେ ଖୁବ୍ ବେଦରଦୀ। ଖରାପ୍ ବ୍ୟବହାର କରନ୍ତି, ଖାଲି ଲାଠି ପ୍ରହାର କରନ୍ତି। କିନ୍ତୁ ଅନେକ ସ୍ଥାନରେ  ତାହା ଭୁଲ୍‌ ପ୍ରମାଣିତ ହୋଇଛି।  ଶକ୍ତ ମାଟିଆ ପୋଷାକ ତଳେ ବି ଲୁଚି ରହିଛି ଗୋଟେ ଦରାଦୀ ହୃଦୟ। ପୁଲିସ୍‌ କେବଳ ଲାଠି ଧରି ଅମାନିଆକୁ ସାବାଡ୍‌ କରୁନି, ଗରିବ ଅସହାୟଙ୍କ ମୁହଁରେ ଦାନା ବି ଦେଉଛି। ଦରକାର ପଡ଼ିଲେ ଅସହାୟ ଯାଯାବରଙ୍କୁ ନିଜ ହାତରେ […]

  • Monday, 26 July 2021
bycycle
ବାହାହେବାକୁ ସାଇକେଲରେ ଯାଉଥିଲେ; ବେଦି ବଦଳରେ କ୍ୱାରେଣ୍ଟାଇନ୍‌କୁ ଗଲେ

ଲୁଧିଆନା: ସମଗ୍ର ବିଶ୍ୱ ମହାମାରୀ କରୋନା ଭାଇରସ ସହିତ ଯୁଦ୍ଧ କରୁଛି। ଏହି ମାରାତ୍ମକ ଭାଇରସ ଯୋଗୁଁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଲୋକମାନଙ୍କର କାମ ସବୁ ବନ୍ଦ‌ ହୋଇଯାଇଛି, ଘରେ ବନ୍ଦୀ ଜୀବନ ବିତାଉଛନ୍ତି। କିନ୍ତୁ ଏହି ସମୟରେ ଜଣେ ଯୁବକ ବିବାହ କରିବା ପାଇଁ ସାଇକେଲରେ ଏକ ହଜାର କିଲୋମିଟର ଯିବାକୁ ସ୍ଥିର କରିଥିଲେ। କିନ୍ତୁ ଦୁଃଖର ବିଷୟ ଯୁବକ ଜଣକ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା। ଉତ୍ତରପ୍ରଦେଶର […]

  • Monday, 26 July 2021
muslaman
ହିନ୍ଦୁ ଶ୍ରମିକଙ୍କ ପାଇଁ ଦେବଦୂତ ସାଜିଲେ ମୁସଲମାନ ଗ୍ରାମବାସୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ସବୁଆଡେ ଦୁଃଖ ଆଉ ଯନ୍ତ୍ରଣାର ଚିତ୍ର। କରୋନା ପାଇଁ କିଏ ଜୀବିକା ହରାଇଲାଣି ତ କରୋନା କାହାର ଜୀବନ ନେଲାଣି। ପୁଣି କିଏ ଖାଦ୍ୟ ମୁଠାଏ ଯୋଗାଡ କରିବା ପାଇଁ ସଂଘର୍ଷ କରି ଥକି ଗଲାଣି। ଏମିତି ସମୟରେ ଏକ ଖୁସିର ଖବର ସାମ୍ନାକୁ ଆସିଛି। ୟୁପିର ହାପୁଡ଼ ଜିଲ୍ଲାର ଏକ ଗାଁରେ ରହୁଥିବା ମୁସଲମାନ ସଂପ୍ରଦାୟର ଲୋକେ ଲକ୍‌ଡାଉନ୍‌ ଯୋଗୁ ଫସି ରହିଥିବା […]

  • Monday, 26 July 2021
data
Zoom ଆପ୍ ବ୍ୟବହାରକାରୀ ସାବଧାନ: ମୋବାଇଲ୍‌ରୁ ଚୋରି ହୋଇଯାଉଛି ଡାଟା

ନୂଆଦିଲ୍ଲୀ: zoom app ଆପ୍ ବ୍ୟବହାର କରିବା ଲୋକଙ୍କ ପାଇଁ ସୁରକ୍ଷିତ ନୁହେଁ। ଆଜି ଏନେଇ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। zoom ଭିଡିଓ କନ୍‌ଫରେସିଂ app ବ୍ୟବହାର କରୁଥିବା ଲୋକେ ଏଣିକି ସାବଧାନ ରହିବେ। କାରଣ ଏଥିରେ ବ୍ୟକ୍ତିଗତ ତଥ୍ୟ ଓ ସୂଚନା ଲିକ୍ ହେଉଥିବା ନେଇ ଆଶଙ୍କା ପ୍ରକାଶ କରିଛି ମନ୍ତ୍ରଣାଳୟ। ଏହି ଆପ୍‌ ଦ୍ୱାରା ଗୋଟିଏ ସମୟରେ ଏକାଧିକ ଲୋକେ ଭିଡିଓ କନ୍‌ଫରେସିଂ ମାଧ୍ୟମରେ କଥାବାର୍ତ୍ତା କରିପାରିବେ। ଏହି ସମୟରେ […]

  • Monday, 26 July 2021
iphone se2020
ଲଞ୍ଚ୍ ହେଲା iPhoneର ସବୁଠୁ ଶସ୍ତା ଫୋନ୍‌: କମ ଦାମ୍‌ରେ ଜବରଦସ୍ତ ଫିଚର୍‌

ଭୁବନେଶ୍ୱର: ବହୁପ୍ରତିକ୍ଷିତ ଆପଲ୍‌ର ଚର୍ଚ୍ଚିତ ଫୋନ୍‌ iPhone SE 2020 ଶେଷରେ ଲଞ୍ଚ୍‌ ହୋଇଛି। ଅନେକ ଦିନ ଧରି ଏହି ଫୋନ୍ ବିଷୟରେ ନାନା ପୂର୍ବାନୁମାନ ଶୁଣିବାକୁ ମିଳୁଥିଲା। କିଏ କହୁଥିଲା ଏହା ଆଇଫୋନ୍‌-୮ ଭଳି ହେବ ଏହାର ନାଁ ଆଇଫୋନ୍‌-୯ କିମ୍ବା ଏସ୍‌ସି-୨ ହେବ। ତେବେ ଗତକାଲି ଏହି ଫୋନ୍‌ iPhone SE ନାଁରେ ଆମେରିକାରେ ଲଞ୍ଚ୍‌ ହୋଇଛି। ଏପ୍ରିଲ୍‌ ୨୪ ତାରିଖରୁ ଏହା ବିକ୍ରି ପାଇଁ ଉପଲବ୍ଧ ହେବ। ସବୁଠାର ଭଲ କଥା ହେଲା […]

  • Monday, 26 July 2021
chatisgada
ମା’ କରୋନାରେ ଆକ୍ରାନ୍ତ ହେବାପରେ କୁନି ଝିଅର ଯତ୍ନ ନେଉଛନ୍ତି ନର୍ସ

ଛତିଶଗଡ: ମହାମାରୀ କରୋନା ଭାଇରସ ଭାରତ ସମେତ ସାରା ବିଶ୍ୱକୁ ନିଜ କବ୍‌ଜାରେ ରଖିଛି। ଭାଇରସ ଯୋଗୁଁ ଭାରତ ସମେତ ଅନେକ ଦେଶରେ ଲକଡାଉନ୍ ଜାରି କରାଯାଇଛି। କିନ୍ତୁ ମେଡିକାଲ୍ କର୍ମଚାରୀମାନେ ଲୋକଙ୍କୁ ଏହି ଭାଇରସଠୁ ରକ୍ଷା କରିବା ପାଇଁ ସମସ୍ତ ଚେଷ୍ଟା କରୁଛନ୍ତି। ଏହି ସମୟରେ, ଏପରି କିଛି ଘଟଣା ଅଛି ଯାହା ଆପଣଙ୍କୁ ଭାବପ୍ରବଣ କରିଦେବ। ଘଟଣାଟି ଘଟିଛି ଛତିଶଗଡର ରାଜଧାନୀ ରାୟପୁରରେ। ଜଣେ ମହିଳା କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସା ହେଉଛନ୍ତି। […]

  • Monday, 26 July 2021
banana
ଭୋକ ବିକଳରେ ମଶାଣିରେ ପଡିଥିବା ସଢ଼ା କଦଳୀକୁ ଖାଇଲେ ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଦେଶରେ ଜାରି ହୋଇଛି ଲକ୍‌ଡାଉନ୍‌। ହେଲେ ଏହି ଲକ୍‌ଡାଉନ ଯୋଗୁ ସବୁଠାରୁ ବେଶି ପ୍ରଭାବିତ ହୋଇଛି ପ୍ରବାସୀ ଶ୍ରମିକମାନଙ୍କର ଜୀବନ ଜୀବିକା ।  ଏସବୁ ଭିତରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଭୋକିଲା ପେଟରେ ଆଉ ପାଉଟ ହେଉଥିବା ପ୍ରବାସୀ ଶ୍ରମିକମାନେ ମଶାଣିରେ ପଡ଼ି ଖରାରେ ଶଢ଼ି ଯାଇଥିବା କଦଳୀ ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଦିଲ୍ଲୀର ଯମୁନା ନଦୀ କୂଳରେ ଦୀର୍ଘ ଦିନ ହେଲା ପଡ଼ି […]

  • Monday, 26 July 2021
docter
ବାପାଙ୍କୁ ଦେଖି କାନ୍ଦୁଥିଲା ଝିଅ, ହେଲେ କୋଳକୁ ନେଇ ପାରୁ ନ ଥିଲେ ଡାକ୍ତର ବାପା..

କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଘରେ ବନ୍ଦୀ ଜୀବନ ବିତାଉଥିବାବେଳେ,ଡାକ୍ତରମାନେ ସେମାନଙ୍କ ପରିବାରଠାରୁ ଦୂରରେ ରହି ରୋଗୀଙ୍କ ସେବା କରୁଛନ୍ତି । ଏହି ସୁପରହିରୋମାନେ ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବା ସହିତ ପରିବାରକୁ ମଧ୍ୟ ସମୟ ଦେଇପାରୁ ନାହାନ୍ତି। This has made me real sad pic.twitter.com/mkY8GvuCmb — Madhur (@ThePlacardGuy) April 15, 2020 କିଛି ଡାକ୍ତରମାନେ ଡାକ୍ତରଖାନାରେ ରହୁଥିବାବେଳେ କେତେଜଣ କାରକୁ ନିଜ ଘର […]

  • Monday, 26 July 2021
til
ଜଗା ପାଖରେ ଫୁଲ ଓ ତୁଳସୀ ଅଭାବ ଶୁଣି କାନ୍ଦି ପକାଇଲେ; ବିଳମ୍ବ ନକରି ଚାଲିଲେ ଶ୍ରୀକ୍ଷେତ୍ର

ପୁରୀ: ଫୁଲ ଓ ତୁଳସୀ ପ୍ରିୟ ଜଗା ପାଖରେ ତୁଳସୀ ଅଭାବ ! ଶୁଣିବା ପରେ ମୋ’ ଆଖିରୁ ଦି’ ଟୋପା ଲୁହ ବୋହିଗଲା। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କର ତୁଳସୀ ଅଭାବ ରହିଛି!! ମୁଁ କେମିତି ଶ୍ରୀକ୍ଷେତ୍ରରେ ପହଞ୍ଚାଇବି ଫୁଲ ଓ ତୁଳସୀ? ଏହି କଥା ଭାବି ଭାବି ରାତି ପାହିଲା। ତା’ପର ଦିନ ଜିଲ୍ଲାପାଳଙ୍କଠାରୁ ଅନୁମତି ନେଇ ଢେଙ୍କାନାଳରୁ ବାଇକ୍‌ରେ ଫୁଲ ଓ ତୁଳସୀ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ଚିଣ୍ଟୁ ବାବା। […]

  • Monday, 26 July 2021