• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାହା ପାଇଁ ସେ ଦେବଦୂତ, ଆଉ କାହା ପାଇଁ ଦ୍ୱିତୀୟ ଈଶ୍ୱର । କିଏ ତାଙ୍କୁ ମହାନ୍ କହେ, କିଏ ପୁଣି କହେ ମାଟିର ଗର୍ବ । ବୁର୍ଲା ଭିମସାରର ଗାଇନିକ୍ ସ୍ପେଶାଲିଷ୍ଟ ଡାକ୍ତର ବେଣୁଧର ପାଣ୍ଡେ । ମାସ ସାରା ସହରରେ ଡାକ୍ତରୀ କରୁଥିଲେ ବି, ବେଣୁଧର ଅପେକ୍ଷା କରିଥାନ୍ତି ପ୍ରତି ମାସର ଚତୁର୍ଥ ଶନିବାରକୁ । କାରଣ ସେଦିନ ସେ ଜୀବିକାର ନୁହେଁ, ଜନ୍ମମାଟିର ଡାକ ଶୁଣନ୍ତି । ଆଉ ଛୁଟି ଯାଆନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକୀ ଛୋଟିଆ ଗାଁ ସଂସାମୁରାକୁ ।

ମାସର ଗୋଟିଏ ଦିନ ସେଠି ଖୋଲେ ତାଙ୍କର ମାଗଣା କ୍ଲିନିକ୍ । ବିନା କୌଣସି ଫିରେ ଡାକ୍ତରଙ୍କ ପରାମର୍ଶ ନେବାକୁ ସକାଳୁ ସା ଯାଏଁ ଲାଗିରହେ ରୋଗୀଙ୍କ ଲମ୍ବା ଲାଇନ୍ । ଗାଁ ଗହଳିର ଗରିବଗୁରୁବା, ବିଶେଷ କରି ମହିଳା ଓ ପ୍ରସୂତିଙ୍କ ପାଇଁ ବାରମ୍ବାର ସହରକୁ ଯାଇ ଡାକ୍ତର ଦେଖାଇବା ସହଜ ନୁହେଁ । ଖର୍ଚ୍ଚକୁ ଖର୍ଚ୍ଚ, ତା ଉପରେ ପରିଶ୍ରମ । ଏହାକୁ ଅନୁଭବ କରି ପ୍ରାୟ ୧୦ ବର୍ଷ ହେଲାଣି ଏମିତି ନିଆରା ଅଭିଯାନ ଚଳାଇଛନ୍ତି ଦରଦୀ ଡାକ୍ତର ଜଣକ । ଆବଶ୍ୟକ ପଡ଼ିଲେ ବଲାଙ୍ଗିର ଓ ବୁର୍ଲା ନେଇ ମାଗଣାରେ ବିଭିନ୍ନ ପରୀକ୍ଷା ଓ ଅସ୍ତ୍ରୋପଚାର ଆଦି ମଧ୍ୟ କରାଉଛନ୍ତି ।

ଦିନ ଥିଲା ଅନ୍ୟ ଡାକ୍ତରଙ୍କ ଭଳି ବେଣୁଧର ବି କ୍ଲିନିକ୍ ଖୋଲି ଫି ନେଇ ରୋଗୀ ଦେଖୁଥିଲେ । ହେଲେ ଦିନେ ବାପାଙ୍କର ଗୋଟିଏ ତାଗିଦ, କେବଳ ତାଙ୍କ ଜୀବନର ମୋଡ଼ ନୁହେଁ, ଡାକ୍ତରୀ ବୃତ୍ତି ପ୍ରତି ଦୃଷ୍ଟିଭଙ୍ଗୀକୁ ବି ବଦଳାଇ ଦେଇଥିଲା ।

ବେଣୁଧରଙ୍କ ବାପା ମାଛ ମାରି ପେଟ ପୋଷୁଥିଲେ । ହେଲେ ଡାକ୍ତର ହେବାର ସ୍ୱପ୍ନ ଆଗରେ ବାଧକ ସାଜିପାରିନଥିଲା ଦାରିଦ୍ର୍ୟ । ୧୯୯୧ରେ ଏମବିବିଏସ୍ ଓ ୧୯୯୬ରେ ପିଜି ପରେ, ବେଣୁଧର ସୁବର୍ଣ୍ଣପୁର ତରଭା ବ୍ଲକ୍ କମସରା, ସୋନପୁର, ନାଇକେନପାଲି ଓ ବଲାଙ୍ଗିର ଜିଲ୍ଲାର ସଇଁନ୍ତଳା ଆଦି ସ୍ଥାନରେ ଡାକ୍ତର ଥିଲେ । ଏବେ ବୁର୍ଲା ଭିମ୍ସାରରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଆସୋସିଏଟ୍ ପ୍ରଫେସର ।

ତେବେ ନିଜର ବ୍ୟସ୍ତବହୁଳ ଜୀବନ ସତ୍ତ୍ୱେ, କୌଣସି ମାସ ଚତୁର୍ଥ ଶନିବାର ନିଜ ଗାଁକୁ ଯାଇ ରୋଗୀସେବା କରିବା ଭୁଲିନାହାନ୍ତି ବେଣୁଧର । ସେଠାରେ ଲୋକଙ୍କ ସମସ୍ୟାକୁ ଅତି ନିକଟରୁ ଦେଖିବା ପରେ, ବିନିକା ଓ ଧର୍ମଶାଳାରେ ବି ସେ ମାଗଣା କ୍ଲିନିକ୍ ଖୋଲିଛନ୍ତି ।