• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଅ ପାଇଁ ମାଆ କାନ୍ଦୁଛି ତ ସ୍ୱାମୀ ପାଇଁ ସ୍ତ୍ରୀ କାନ୍ଦୁଛି । ଖାଲି କାନ୍ଦୁଛି ତାହା ନୁହେଁ ବରଂ ଚେତା ବି ହରାଇ ଦେଉଛି । ପାଖ ପଡିଶା ଲୋକ ପାଣି ଛାଟିବା ପରେ ଚେତା ଫେରିଛି । ଆଉ ହୋସ୍‌ରେ ଆସିବା ପରେ ସ୍ୱାମୀଙ୍କ ଫଟୋକୁ ଦେଖି ଭୋ ଭୋ କାନ୍ଦୁଛି । କୋଳରେ ପୁଣି କୁନି ଛୁଆକୁ ଧରିଛି, ସେ ନିଜେ ବି ଜାଣିପାରୁନି କେତେବେଳେ କଣ କରିବ ? ଛୁଆଙ୍କ କଥା ବୁଝିବ ନାଁ ମେଡିକାଲରେ ପଡିଥିବା ସ୍ୱାମୀ ପାଇଁ ଟଙ୍କା ଯୋଗାଡ଼ କରିବ । କାରଣ ଯେତେଶୀଘ୍ର ଟଙ୍କା ଯୋଗାଡ଼ ହେବ ସେତେ ଶୀଘ୍ର ସ୍ୱାମୀ ଭଲ ହେବେ ।

ଅଧିକ ପଢ଼ନ୍ତୁ: ପ୍ରତି ଗାଁକୁ ଏମିତି ଜଣେ ଦିଗା ଭାଇନା ଲୋଡ଼ା, ଲୋକଙ୍କର ରହିବନି ଅସୁବିଧା..!

ମେଡିକାଲ ବେଡ୍‌ରେ ପଡ଼ିଥିବା ତାଙ୍କ ସ୍ୱାମୀ ହେଉଛନ୍ତି ବାଲେଶ୍ୱର ଔପଦା କମାରପାଳର ବୈକୁଣ୍ଠ ଜେନା । ଯିଏ କି ଜୀବନ ପାଇଁ କରୁଛନ୍ତି ସଂଗ୍ରାମ । ସେ ଘରର ଏକମାତ୍ର ପୁଅ । ବାହାର ରାଜ୍ୟରେ କାମ କରି ଘର ଚଳାଉଥିଲେ। ଘରେ ସ୍ତ୍ରୀ, ଦୁଇ ପିଲା ଓ ମାଆ ରହୁଥିବାରୁ ମଝିରେ ମଝିରେ ସେମାନଙ୍କୁ ଦେଖା କରିବାକୁ ବି ଆସୁଥିଲେ । ଆଉ ଏଥର ଏମିତି ବେଳରେ ସେ ଆସିଲେ ଯେ ଆଉ ଫେରିବାର ବାଟ ସବୁ ବନ୍ଦ ହୋଇଯାଇଛି ।

ଆଜକୁ ଠିକ୍‌ ୨୮ ଦିନ ତଳେ ସୋର ଯାଉଥିବା ବେଳେ ହଠାତ୍‌ ଦୁର୍ଘଟଣାର ଶିକାର ହେଲେ ବୈକୁଣ୍ଠ । ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ  ସେ ସେହିଠାରେ ହିଁ ପଡିଯାଇଥିଲେ । ଆଉ ଭୋର ସମୟ ହୋଇଥିବାରୁ ହଠାତ୍‌ ତାଙ୍କ ପାଖରେ କେହି ପହଞ୍ଚିନଥିଲେ । ହେଲେ ମର୍ଣ୍ଣିଂ ୱାକ୍‌ କରୁଥିବା କିଛି ସହୃଦୟ ବ୍ୟକ୍ତି ବୈକୁଣ୍ଠଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ବାଲେଶ୍ୱର ଆଉ ଏବେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ବୈକୁଣ୍ଠ ।

ବାହାର ରାଜ୍ୟରେ ଖଟିଲେ ପରିବାର ଚଳୁଥିଲା, ଆଜି ସେଇ ରୋଜଗାରିଆ ପୁଅ ଯେତେବେଳେ ମେଡିକାଲ ବିଛଣାରେ ପଡିଛି । ସେତେବେଳେ ପରିବାର ପାଖରେ ପଇସା ଆସିବ ବା କେଉଁଠୁ ? ଆଜିକା ମହରଗ ଯୁଗରେ ଘରୋଇ ମେଡିକାଲର ପାଉଣା ଏ ଗରିବ ପରିବାର ଦେଇପାରିବ ବା କେଉଁଠୁ ? ସେପଟେ ଭେଣ୍ଡିଆ ପୁଅ ପାଇଁ କାନ୍ଦି କାନ୍ଦି ମାଆ ଓ ସ୍ତ୍ରୀ ସାହାଯ୍ୟ ମାଗୁଛନ୍ତି । ଯଦି ସରକାର କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ବୈକୁଣ୍ଠଙ୍କୁ ସାହାଯ୍ୟ କରନ୍ତେ ତେବେ ତାଙ୍କ ଜୀବନ ବଂଚିଯିବା ସହିତ ପରିବାରକୁ ଫେରିଆସନ୍ତେ ବୈକୁଣ୍ଠ ।

ତେବେ ଆପଣ ବି ଯଦି ବୈକୁଣ୍ଠଙ୍କ ପରିବାରକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏଇ ଠିକଣା ଟିପିରଖନ୍ତୁ ଓ ସାହାଯ୍ୟର ହାତ ବଢ଼ାନ୍ତୁ । Bank Account Number- 10080110054789, IFSC CODE-UCBA0001008 । CONTACT NUMBER-9178554422 ।

(ରିପୋର୍ଟ- ନିରଞ୍ଜନ ବେହେରା, ବାଲେଶ୍ୱର)