/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666594959.jpg)
Special story
ପେଷାରେ ଜଣେ ବ୍ୟବସାୟୀ, କିନ୍ତୁ ନିଶା କିଛି ଭିନ୍ନ କରିବା । ଜଣେ ସଫଳ ବ୍ୟବସାୟୀ ହୋଇ ମଧ୍ୟ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ବିଭିନ୍ନ ଦେଶର ମୁଦ୍ରା ଓ ନୋଟ ସଂଗ୍ରହ କରି ସେ ସାଇତି ରଖିଛନ୍ତି । ଏହା ସହ ଗୋଟିଏ ଚାଉଳରେ ୩୫ ଗୋଟି ଅକ୍ଷର ଲେଖି ପାରୁଛନ୍ତି । ବ୍ୟବସାୟୀଙ୍କ ଏଭଳି କାର୍ଯ୍ୟଶୈଳୀ ପାଇଁ ସମସ୍ତେ ତାଙ୍କର ପ୍ରସଂଶା କରୁଛନ୍ତି।
ଗଞ୍ଜାମ ଭଞ୍ଜନଗର ସହରର ପି.ବାଲଜି ସୁବୁଦ୍ଧି । ପେଷାରେ ଜଣେ ବ୍ୟବସାୟୀ । ସହରର ମୁଖ୍ୟ ରାସ୍ତାରେ ତାଙ୍କର ଏକ କଲର ଦୋକାନ ରହିଛି । ପ୍ରତିଦିନ ବ୍ୟବସାୟ କରିବା ସହିତ ମୁଦ୍ରା ଓ ନୋଟ ସଂଗ୍ରହ କରିବା ପାଇଁ ମଧ୍ୟ ସମୟ ବାହାର କରନ୍ତି । ଛାତ୍ର ଜୀବନରୁ ମୁଦ୍ରା ସଂଗ୍ରହ ପ୍ରତି ତାଙ୍କର ଆଗ୍ରହ ଥିଲା । ବଡ଼ଭାଇ ଦେଇଥିବା କିଛି ପୁରୁଣା ମୁଦ୍ରା ସଂଗ୍ରହ କରି ସେ ତାଙ୍କର ସଉକ୍ ଆରମ୍ଭ କରିଥିଲେ ।
ପରବର୍ତି ସମୟରେ ସାଙ୍ଗସାଥୀ ଗୁରୁଜନଙ୍କ ସହଯୋଗରେ ସେ ଧୀରେ ଧୀରେ ମୁଦ୍ରା ସଂଗ୍ରହ କରିବା ଆରମ୍ଭ କରିଥିଲେ । ଆଜିକୁ ପାଖାପାଖି ତିରିଶି ବର୍ଷ ହେଲା ପାଞ୍ଚ ହଜାରରୁ ଅଧିକ ନୂତନ ଓ ପୁରାତନ ମୁଦ୍ରା ନୋଟ ସଂଗ୍ରହ କରିପାରିଛନ୍ତି । ଦେଶ ବିଦେଶର ମୁଦ୍ରା ସଂଗ୍ରହ କରି ରଖିବା ଟିଭିରୁ ଦେଖି ଜାଣିବା ପରେ ସେବେଠାରୁ ମୁଦ୍ରା ସଂଗ୍ରହ ପ୍ରତି ମନ ବଳାଇଛନ୍ତି । ଆଗକୁ ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପାଇଁ ଲକ୍ଷ ରଖିଥିବା କହିଛନ୍ତି ବାଲଜି ।
ବାଲାଜି ଛୋଟ ଥିବା ସମୟରୁ ହିଁ କିଛି ନୂଆ କରିବା ପାଇଁ ଚିନ୍ତା କରୁଥିଲେ । ପିଲାବେଳେ ପୂର୍ବରୁ ଭାରତରେ ପ୍ରଚଳିତ ଥିବା ମୁଦ୍ରା ଯେପରିକି ଅଣା, କଣା ପଇସା,ପୁରୁଣାଟଙ୍କା,ସଂଗ୍ରହ କରି ରଖିବା ଆରମ୍ଭ କରିବା ପରେ ଥାଇଲାଣ୍ଡ,ମାଲେସିଆ, ୟୁକେ,ଚାଇନା,ସାଉଦୀଆରବ,ଭୁଟାନ ଭଳି ୫୦ରୁ ଅଧିକ ଦେଶର ନୋଟ ସଂଗ୍ରହ କରିର ଖିଥିବା ତାଙ୍କର ପଡ଼ୋଶୀ ମାନେ କହିଛନ୍ତି । ଏହି ପୁରୁଣା ଦେଶ ବିଦେଶର ମୁଦ୍ରା ଗୁଡିକୁ ଏତେ ସଂଖ୍ୟାରେ ଦେଖିବା ପରେ ବେଶ ଖୁସି ଅନୁଭବ ହେଉଥିବା କହିଛନ୍ତି ପଡ଼ୋଶୀ ।
କେବଳ ଯେ ମୁଦ୍ରା ସଂଗ୍ରହ ରଖି ରଖିବା ତାହା ନୁହେଁ ସେ ଚାଉଳରେ ମଧ୍ୟ ନାଁ ଲେଖପାରନ୍ତି । ଏମିତିକି ଗୋଟିଏ ଚାଉଳରେ ୩୬ଟି ଅକ୍ଷର ଲେଖିପାରୁଛନ୍ତି ସେ । ଚାଉଳରେ ସାଙ୍ଗ ସାଥୀଙ୍କ ନାମ ଲେଖି ଚାବି ରିଙ୍ଗ ବନାଇ ଉପହାର ସ୍ୱରୂପ ଦେଇଥାନ୍ତି ।
(ରିପୋର୍ଟ- ରାଜେଶ କୁମାର ପଣ୍ଡା, ଭଞ୍ଜନଗର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)