Advertisment

ଜଳିଗଲା ଚଳନ୍ତା ଇ-ସ୍କୁଟର ! ଡେଇଁପଡ଼ି ଜୀବନ ବଞ୍ଚାଇଲେ ଡେଲିଭରି ବୟ

ହଠାତ୍‌ ସ୍କୁଟରରେ ଲାଗିଗଲା ନିଆଁ, ବସିଥିଲେ ଡେଲିଭରି ବୟ ।

author-image
Prangyan Parimita
ଅଦ୍ୟତନ ହୋଇଛି
E scooter

e scooter

ଚାଲୁଥିବା ସମୟରେ ହଠାତ୍‌ ଇ-ସ୍କୁଟରକୁ ଧରିଲା ନିଆଁ । ସୌଭଗ୍ୟବଶତଃ ଅଳ୍ପକେ ଡେଲିଭରି ବୟଙ୍କ ଜୀବନ ବଞ୍ଚିଯାଇଛି । ସେ ଇ ସ୍କୁଟରରୁ ଡେଉଁ ପଡ଼ି ନିଜ ଜୀବନ ବଞ୍ଚାଇଛନ୍ତି । ଉତ୍ତରପ୍ରଦେଶ ନଏଡାର କୋତବାଲି ସେକ୍ଟର-୧୧୩ର ମୁଖ୍ୟ ରାସ୍ତାରେ ଏପରି ଅଘଟଣ ଘଟିଛି । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଜଳିଯାଇଥିବା ସ୍କୁଟର ଉଦ୍ଧାର କରିଛି ପୋଲିସ୍ । ତେବେ ସ୍କୁଟରଟି ସମ୍ପୂର୍ଣ୍ଣ ଜଳିଯାଇଥିବା କୁହାଯାଉଛି ।

Advertisment

ବିଗ୍ ବାସ୍କେଟ୍‌ର ଡେଲିଭରୀ ବୟ ଚନ୍ଦ୍ର ନିଜ ଇ-ସ୍କୁଟର୍‌ରେ କିଛି ସାମଗ୍ରୀ ଦେବା ପାଇଁ ଜାତୀୟ ରାଜପଥରେ ଯାଉଥିଲେ । ଆଉ ସେତିକି ବେଳେ ହଠାତ୍ ସ୍କୁଟର୍‌ରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସ୍କୁଟର୍‌ରୁ ସଙ୍ଗେ ସଙ୍ଗେ ଡେଇଁପଡି ଡେଲିଭରୀ ବୟ ନିଜ ଜୀବନ ବଞ୍ଚାଇଥିଲେ । ପରେ ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ନିଆଁ ଲିଭିବା ବେଳକୁ ସ୍କୁଟର୍‌ଟି ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇସାରିଥିଲା ।

ତେବେ ତାଙ୍କ ଇ-ସ୍କୁଟର୍‌ରେ କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏବେ ପ୍ରାୟ ସମୟରେ ଏପରି ଖବର ଶୁଣିବାକୁ ମିଳୁଛି । ଆଉ ସବୁଠାରୁ ବଡ଼ କଥା ହେଲା ଇସ୍କୁଟରରେ ହିଁ ଅଧିକ ନିଆଁ ଲାଗୁଥିବା ଦେଖିବାକୁ ମିଳୁଛି ।

Electric Scooter
Advertisment
Advertisment