Advertisment

କାର ପଛ ସିଟ୍‌ରେ ଲୁଚି ବସିଥିଲା ଏଲିଏନ, ଫଟୋ ନେଲେ ଗୁଗୁଲ ଅର୍ଥ ୟୁଜର

ଏଲିଏନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। ଅନେକ ସମୟରେ ଏଲିଏନ ପୃଥିବୀକୁ ଆସିଥିବା, କେହି କେହ ଏହାକୁ ଦେଖିଥିବା ନେଇ ମଧ୍ୟ ଦାବି କରିଥାନ୍ତି।  ନିକଟରେ ଜଣେ ଗୁଗୁଲ ଅର୍ଥ ୟୁଜର ଦାବି କରିଛନ୍ତି ଯେ, ସେ କାରର ପଛସିଟରେ ଏଲିଏନ ଲୁଚି ବସିଥିବା ଦେଖିବାକୁ ପାଇଛନ୍ତି।

author-image
Minati Mishra
ଅଦ୍ୟତନ ହୋଇଛି
କାର ପଛ ସିଟ୍‌ରେ ଲୁଚି ବସିଥିଲା ଏଲିଏନ, ଫଟୋ ନେଲେ ଗୁଗୁଲ ଅର୍ଥ ୟୁଜର

ଏଲିଏନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। ଅନେକ ସମୟରେ ଏଲିଏନ ପୃଥିବୀକୁ ଆସିଥିବା, କେହି କେହ ଏହାକୁ ଦେଖିଥିବା ନେଇ ମଧ୍ୟ ଦାବି କରିଥାନ୍ତି।  ନିକଟରେ ଜଣେ ଗୁଗୁଲ ଅର୍ଥ ୟୁଜର୍ସ ଦାବି କରିଛନ୍ତି ଯେ, ସେ କାରର ପଛସିଟରେ ଏଲିଏନ ଲୁଚି ବସିଥିବା ଦେଖିବାକୁ ପାଇଛନ୍ତି। ୪୫ ବର୍ଷୀୟ କ୍ରାଇଷ୍ଟାଲ ପାଟର୍ସନ ୟୁଏସର ମାପ୍‌ଲେଟନ ସହରରେ ଗ୍ୟାରେଜ କିଣିବା ପାଇଁ ଖୋଜୁଥିଲେ। ଯେତେବେଳେ ସେ ଏକ ଇମେଜିଙ୍ଗ ପ୍ଲାଟଫର୍ମରେ ଗାରେଜର ଲୋକେଶନ ଖୋଜୁଥିଲେ ସେତେବେଳେ ସେ ଏପରି ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ପାଇଥିଲେ। 

Advertisment

ଉତ୍ସୁକତା ବଢିବାରୁ  ପାଟରସନ୍‌ ଏହାକୁ ଜୁମ୍‌ କରି ଦେଖିଲେ। ହେଲେ ସେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଦେଖିଲେ ଏକ ଏଲିଏନ୍ ମୁହଁ ପରି ଦିଶୁଥିବା କିଛି ଜିନିଷ ଏକ ଗାଡିର ପଛସିଟରେ ଚିକ୍‌ ଚିକ୍‌ କରୁଛି। ଡ୍ରାଇଭର ଖାଲି ଦେହରେ ଥିଲେ।  କାଳେ ମୁଁ ଭୁଲ ଦେଖୁଥିବି ତେଣୁ ମୁଁ ତାଙ୍କୁ ଜୁମ୍‌ କରି  ଦେଖାଇଥିଲି ବୋଲି ସେ କହିଛନ୍ତି। ପ୍ରଥମ ଦେଖାରେ ଏହା ଏକ ଏଲିଏନ ବୋଲି ଜାଣି ସାରିଥିଲେ। ଏହାକୁ ସୋଶିଆଲ ମିଡିଆରେ ସେୟାର କରିବା ପରେ ମାପେଲଟାଉନ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ବାକ୍‌ ଯୁଦ୍ଧ। ପୃଥିବୀକୁ ଏଲିଏନ କେମିତି ଆସିଲା ଏହାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇ ଯାଇଛି । 

ଯେଉଁ ମାନଙ୍କ ପାଖରେ  କିଛି  ଗୁରୁତ୍ୱପୂର୍ଣ  ଫଟୋ ଥାଏ କିନ୍ତୁ ଖାଲି ଆଖିରେ ତାହା ଅସ୍ପଷ୍ଟ ଦେଖାଯାଏ ସେମାନେ ଗୁଗୁଲ ଆର୍ଥ ଆପକୁ  ବ୍ୟବହାର କରିଥାନ୍ତି। ଏହି ଆପ୍‌ ଉକ୍ତ ସ୍ଥାନର ଫଟୋ ଏବଂ ସାଟେଲାଇଟ ଛବି ନେଇ  ଉକ୍ତ ଅସ୍ପଷ୍ଟ ଫଟୋକୁ 3D ଇମେଜ ଦେଇଥାଏ। 

Advertisment
Google Earth Alien
Advertisment
Advertisment