/odishatv-khabar/media/post_attachments/uploadimage/library/16_9/16_9_0/Bamboo_Art_1666249159.jpg)
Bamboo Art
Bamboo Artଦ୍ରୁତ ଶିଳ୍ପାୟନ ଯୁଗରେ କମୁଛି କୁଟୀର ଶିଳ୍ପର ଆଦର । କାରିଗର ବି ଛାଡିଦେଲେଣି କୁଲବେଉସା । ହେଲେ କୁଟୀର ଶିଳ୍ପର ଦୁଃସ୍ଥିତି ମଧ୍ୟରେ ଆସିଛି ଭଲ ଖବର । କୁଟୀର ଶିଳ୍ପକୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡିଛନ୍ତି କଟକ ବାଙ୍କୀ ତାଳବସ୍ତର କିଛି କାରିଗର । ବାଉଁଶରେ ଆଖି ଝଲସିଲା ଭଳି ବିଭିନ୍ନ ପ୍ରକାରର ଉପକରଣ ତିଆରି କରିଛନ୍ତି । କୁଟୀର ଶିଳ୍ପର ଆଦର ଫେରାଇ ଆଣିବାକୁ ଚେଷ୍ଟ କରିଛନ୍ତି । ଆଉ ପ୍ରୟାସ କରିଛନ୍ତି ନିଜେ ଓ ଅନ୍ୟଙ୍କୁ ସ୍ୱାବଲମ୍ବୀ କରିବାକୁ ।
Bamboo Artବାଉଁଶ ପାତିରେ ତିଆରି କରାଯାଇଛି ଭଳିକି ଭଳି ସୁନ୍ଦର କାରୁକାର୍ଯ୍ୟ । କିଏ ମାଆଙ୍କ ମୂର୍ତ୍ତି ତିଆରି କରୁଛି ତ, ଆଉ କିଏ ଅଳଙ୍କାର, ପୁଣି କିଏ ଘରୋଇ ଉପକରଣ । ଏମାନଙ୍କ ହାତରେ ବାଉଁଶ ପାତି ପାଇଛି ନୂଆ ପରିଚୟ । କଟକ ଜିଲ୍ଲା ବାଙ୍କୀ ତାଳବସ୍ତର ଏକାଦଶୀ ବାରିକ, ଶିଳ୍ପାୟନର ଯୁଗରେ କୁଟୀରଶିଳ୍ପର ଆଦର ବଢାଇବାକୁ କରୁଛନ୍ତି ପ୍ରୟାସ । ପାଖାପାଖି ୫୦ ପ୍ରକାର ବାଉଁଶରେ ତିଆରି ଉପକରଣ କରୁଛନ୍ତି ତିଆରି । ଏକାଦଶୀଙ୍କ ଠାରୁ ବାଉଁଶ ଉପକରଣ ତିଆରି କଳା ଶିକ୍ଷା କରି ଆଖପାଖ ଅଞ୍ଚଳର କିଛି ଉତ୍ସାହୀ ଯୁବକ ବି ହୋଇପାରିଛନ୍ତି ସ୍ୱାବଲମ୍ବୀ ।
ତାଳବସ୍ତର ବାଉଁଶ କାରୁକାର୍ଯ୍ୟର ଧିରେ ଧିରେ ବଢୁଛି ଚାଦିହା । ମାତ୍ର ସରକାରୀ ପ୍ରୋତ୍ସାହନ ମିଳିପାରିଲେ ଏହାର ପ୍ରଚାର ପ୍ରସାର ସହ ନୂଆପୀଢି ଏହି କଳା ଶିଖିବା ସହ ବୃତ୍ତି ଭାବେ ଗ୍ରହଣ କରିବାକୁ ଆଗଭର ହୁଏନ୍ତେ ବୋଲି କହିଛନ୍ତି କାରିଗର । ବାଉଁଶ ତିଆରି ଉପରକରଣ କେବଳ କୁଟୀର ଶିଳ୍ପକୁ ପୂର୍ବଗୌରବ ଫେରାଇ ଆଣିବ ତାହା ନୁହେଁ ବରଂ ପ୍ଲାଷ୍ଟିକ ସାମଗ୍ରୀ ଉପରେ ଅତି ନିର୍ଭରଶୀଳ ସମାଜକୁ ଦେଖାଇପାରିବ ନୂଆ ଦିଶା ।
(ରିପୋର୍ଟ- ସଞ୍ଜୀବ ନାୟକ, ବାଙ୍କୀ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)