ନୂଆଦିଲ୍ଲୀ: ଆସୁଛି ଏହିସବୁ ଦମ୍ଦାର ଫୋନ୍। ସବୁ ସୁପର ଫାଷ୍ଟ 5G ସେବା ସହିତ ଲଞ୍ଚ ହୋଇପାରେ। ତେବେ କେତେକ ମୋବାଇଲ୍ ଦମ୍ଦାର୍ କ୍ୟାମେରା ରହିଛି । ଆସନ୍ତୁ ଜାଣିବା ଲଞ୍ଚ୍ ହେବାକୁ ଥିବା ଏହି ସ୍ମାର୍ଟପୋନ୍ଗୁଡ଼ିକ ବିଷୟରେ। vivo x50 series ଭିଭୋ ମୋବାଇଲ୍ କାମ୍ପାନୀ ନିଜର ନୂଆ X ସିରିଜ୍ର ଘୋଷଣା କରିଛି। ଏହି ମୋବାଇଲ୍ ଫ୍ଲାଗ୍ସିପ୍ ଲେବଲର ହେବ। ଏଥିରେ କ୍ୟାମେରା ସବୁଠାରୁ ଆକର୍ଷଣର କେନ୍ଦ୍ର ରହିବ। ଫଟୋଗ୍ରାଫି ଲଭରଙ୍କ ପାଇଁ ଫୋନ୍ଟି […]
ଭୁବନେଶ୍ୱର: ଖଇରୀ ଅଶୀ ଦଶକର ଏକ ଚର୍ଚ୍ଚିତ ନାଁ। ସେ ମଣିଷ ନଥିଲା, ତଥାପି ମଣିଷର ନିରବଛିନ୍ନ ସ୍ନେହ ଆଉ ଶ୍ରଦ୍ଧା ପାଇ ଭୁଲିଯାଇଥିଲା ନିଜ ଭିତରେ ଥିବା ସହଜାତ ହିଂସ୍ର ପ୍ରବୃତ୍ତିକୁ। ପଶୁ ହୋଇ ବି ବନିଯାଇଥିଲା ମଣିଷର ସାଥୀ। ଆଜି କିନ୍ତୁ ସେହି ବାଘୁଣି ଖଇରୀ ଅଛି କେବଳ ସ୍ମୃତିର ଖିଅ ହୋଇ। ଖଇରୀକୁ ଯିଏ ସନ୍ତାନ ଭଳି ପାଳି ପୋଶି ବଡ଼ କରିଥିଲେ, ଆଜି ସେ ବୟସର ସାୟାହ୍ନରେ ଝୁରୁଛନ୍ତି ତାକୁ। ଖଇରୀ […]
ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ। ୪୬୦ କୋଟି ବର୍ଷ ପୂର୍ବେ ସୌରଜଗତର ସୃଷ୍ଟି ସହ ବିଭିନ୍ନ ଗ୍ରହ ତିଆରି ହୋଇଥିଲେ। ସେହି ସମୟରେ ବଳକା ରହିଯାଇଥିବା ପଥର ଖଣ୍ଡଗୁଡ଼ିକ ମଙ୍ଗଳ ଓ ବୃହସ୍ପତି ମଝିରେ ଏକ ବଳୟ ଆକାରରେ ସୂର୍ଯ୍ୟ ଚାରିପଟେ ଘେରି ରହିଛନ୍ତି। ଏହାକୁ ଆଷ୍ଟେରୋଏଡ୍ ବେଲ୍ଟ ବୋଲି କୁହାଯାଏ। ସେଠାରୁ ବହୁ ଛୋଟବଡ଼ ଗ୍ରହାଣୁ ବିଭିନ୍ନ ସମୟରେ ପୃଥିବୀ ଆଡ଼କୁ ଆସିବା ସହ ପୃଥିବୀରେ ଧକ୍କା ମଧ୍ୟ ହୋଇଛି। ଏକ ବିଶାଳ ଗ୍ରହାଣୁ […]
ହାଇଦ୍ରାବାଦ: ସ୍କୁଲ ବହିରେ ସ୍ଥାନ ପାଇବ ୭ ବର୍ଷର କୁନି ଝିଅ ଜନ୍ନତର କାହାଣୀ। ଭାରତର ଜନ୍ନତ(ସ୍ୱର୍ଗ) କୁହାଯାଉଥିବା ଜମ୍ମୁ-କାଶ୍ମୀରରେ ରହୁଛନ୍ତି କୁନି ଝିଅ ଜନ୍ନତ। କୁନି ବୟସରେ ତାଙ୍କର ମହତ କାର୍ଯ୍ୟ ସାରା ବିଶ୍ୱ ଉଦାହରଣ ପାଲଟିଛି। ଦୀର୍ଘ ଦୁଇ ବର୍ଷ ଧରି ଜନ୍ନତ ତାଙ୍କ କୁନି କୁନି ହାତରେ ଜମ୍ମୁ-କଶ୍ମୀର ଡଲ୍ ହ୍ରଦକୁ ସଫା କରିଆସୁଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ହାଇଦ୍ରାବାଦର ଏକ ସ୍କୁଲ୍ ଜନ୍ନତଙ୍କ କାହାଣୀକୁ ପଢ଼ା ବହିରେ ସ୍ଥାନ […]
ମାଙ୍ଗାଲୁରୁ: କେହି ରାଜି ନହେବାରୁ ବାଧ୍ୟ ହୋଇ ରାସ୍ତା ମଝିରେ ଥିବା ମ୍ୟାନ୍ ହୋଲ୍ ଭିତରେ ପଶି ପାଣି ପାଇପରୁ ଅଳିଆ ସଫା କଲେ ବିଜେପି କର୍ପୋରେଟର ମନହୋର ଶେଟ୍ଟୀ। ଡ୍ରେନ୍ ଭିତରୁ ବାହାରିବା ସମୟର ତାଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।। ଏପରି କାର୍ଯ୍ୟ ପାଇଁ ସୋସିଆଲ୍ ମିଡିଆରେ ପ୍ରଶଂସାର ସୁଅ ଛୁଟିଛି। ଘଟଣା ଅନୁସାରେ, କାଦ୍ରି- କମ୍ବଲା ୱାର୍ଡରେ ଥିବା ଏକ ମ୍ୟାନ୍ହୋଲ୍ ଦେଇ ପାଣି ରାସ୍ତା ଉପରକୁ ବାହାରି ଆସୁଥିଲା। […]
କୋଲକାତା: ଆଇଆଇଟି ଖଡ଼ଗପୁରର ଏକ ଗବେଷଣା ଟିମ୍ ଏମିତି ଏକ ମେସିନ୍ ତିଆରି କରିଛନ୍ତି ଯାହା ସାମାଜିକ ଦୂରତା ନିୟମକୁ ମାନିବାରେ ସାହାଯ୍ୟ କରିବ। ଯଦି କେହି ସାମାଜିକ ଦୂରତା ନିୟମ ଭାଙ୍ଗନ୍ତି ତେବେ ତୁରନ୍ତ ଏହା ସତର୍କ ସୂଚନା ଦେଇଦେବ। ଏହି ଗବେଷଣା ଟିମ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(କୃତିମ ବୁଦ୍ଧି ସମ୍ପନ୍ନ) ଉପରେ ଆଧାରିତ ଏକ ସାଇବର୍ ଫିସିକାଲ୍ ସିଷ୍ଟମ୍ ଡେଭଲପ୍ କରିଛନ୍ତି ଯାହା ପବ୍ଲିକ୍ ପ୍ଲେସ୍ ବା ସର୍ବସାଧାରଣ ସ୍ଥାନଗୁଡ଼ିକରେ ସୋସିଆଲ୍ ଡିଷ୍ଟାନ୍ସିଂକୁ ପରିଚାଳନା କରିବାରେ […]
ନୁଆଦିଲ୍ଲୀ। ଏଣିକି କୋବିଡ-୧୯ ଯାଞ୍ଚ କେନ୍ଦ୍ରକୁ ନିଜ ମୋବାଇଲ ମାଧ୍ୟମରେ ଖୋଜି ବାହାର କରିହେବ। ଆଜ୍ଞା ହଁ, ଗୁଗଲ ୟୁଜର୍ସମାନଙ୍କ ପାଇଁ ଗୁଗଲ ସର୍ଚ, ଆସିଷ୍ଟାଣ୍ଟ ତଥା ମ୍ୟାପ୍ରେ ଏହି ସୁବିଧା ଉପଲବ୍ଧ। ଲୋକଙ୍କୁ କରୋନା ଯାଞ୍ଚ କେନ୍ଦ୍ରର ସଠିକ ଲୋକେଶନ ଦେବା ପାଇଁ ଗୁଗୁଲ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଓ ମାଇ ଗଭର୍ଣ୍ଣମେଣ୍ଟ ସହିତ କାମ କରୁଛି। ଏହି ନୂଆ ସୁବିଧାଟି ଭାରତର ଇଂରାଜୀ ସହ ଅନ୍ୟ ଆଠଟି ଭାଷାରେ ଯଥା – ହିନ୍ଦୀ, […]
ନୂଆଦିଲ୍ଲୀ: ଜଙ୍ଗଲର ଦ୍ରୁତ ହରିଣକୁ ମାଡ଼ିବସିଥିଲା ବିରାଟ ଅଜଗର। ଧୀରେ ଧୀରେ ହରିଣର ଶ୍ୱାସରୁଦ୍ଧ ହେଉଥିଲା। ଏତିକିବେଳେ ଜଣେ ବ୍ୟକ୍ତି ଆସି ଅଜଗରକୁ ଘଉଡ଼ାଇବା ସହିତ ହରିଣର ଜୀବନ ବଞ୍ଚାଇଲେ। ଏମିତି ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ନାନା ମତ ଦେଖିବାକୁ ମିଳୁଛି। ଅନେକ ଏହାକୁ ଠିକ୍ ଭୁଲ୍ର ମାପ କାଠିରେ ମାପୁଥିବା ବେଳେ କେହି କେହି ଏହି ଦୃଶ୍ୟକୁ ବିପଦଜନକ ବୋଲି କହିଛନ୍ତି। ବିନୀତ ବିଶିଷ୍ଟ ନାମକ […]
ନୂଆଦିଲ୍ଲୀ: ଭାରତ ସରକାରଙ୍କ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଜବରଦସ୍ତ ନୂଆ ପ୍ଲାନ୍ ଆଣିଛି। ପ୍ରତିଦିନ ୨ଜିବି ଡାଟା ସହିତ ଅନ୍ଲିମିଟେଡ୍ କଲିଂ ଓ PRBTର ସୁବିଧା ବି ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ନୂଆ ପ୍ଲାନ୍ଗୁଡ଼ିକ ବିଷୟରେ। ବିଏସ୍ଏନ୍ଏଲ୍ର ୩୬୫ ଟଙ୍କାର ପ୍ଲାନ୍ ୩୬୫ ଟଙ୍କାର ରିଚାର୍ଜ କଲେ ପ୍ରତିଦିନ ୨ ଜିବି ଜାଟା ସହିତ ୟୁଜର୍ସ ସବୁ ନେଟ୍ୱର୍କକୁ ଅନ୍ଲିମିଟେଡ୍ ଫ୍ରି କଲିଂ ସୁବିଧା ପାଇପାରିବେ। ତେବେ ପ୍ଲାନ୍ ଉପରେ ୨୫୦ ଟଙ୍କାର ଫେୟର୍(FUP) ପଲିସି […]
ନୂଆଦିଲ୍ଲୀ: କରୋନା ଆତଙ୍କ ଚାଲିଥିବା ବେଳେ ଦକ୍ଷିଣ କୋରିଆ ସ୍ମାର୍ଟଫୋନ୍ ମେକର କମ୍ପାନୀ ସାମ୍ସଙ୍ଗ୍ ତାର ମିଡ୍ ରେଞ୍ଜ୍ ଫୋନ୍ Galaxy A21sକୁ ଲଞ୍ଚ୍ କରିଛି। ଫୋନ୍ରେ ଦମ୍ଦାର ବ୍ୟାଟେରୀ ଲାଇଫ୍ ସହ ଫଟୋଗ୍ରାଫୀ ପାଇଁ ୪ ସେନ୍ସର ଯୁକ୍ତ କ୍ୱାର୍ଡ କ୍ୟାମେରା ଦିଆଯାଇଛି। ଡିସ୍ପ୍ଲେ ମଧ୍ୟ ଦମ୍ଦାର ରହିଛି। ସ୍ମାର୍ଟଫୋନ୍ ବଜାରରେ ଉପଲବ୍ଧ ମିଡ୍ରେଞ୍ଜ୍ ଫୋନ୍ଙ୍କ ମଧ୍ୟରୁ ସାମ୍ସଙ୍ଗର୍ ଏହି ଫୋନ୍ଟି ଖୁବ୍ ଦମ୍ଦାର ରହିଛି। ଏଥିରେ ଫ୍ଲାଗ୍ସିପ୍ ଲେବଲର ଅନେକ ସୁବିଧା ଦିଆଯାଇଛି। ଫୋନ୍ଟି […]
ଦିବ୍ରୁଗଡ଼: କରୋନା ଭାଇରସ୍ ଯୋଗୁ ଦେଶ ବ୍ୟାପୀ ଲକ୍ଡାଉନ୍ ଜାରି ରହିଛି। ଏଥିପାଇଁ ଅନେକ ଲୋକ ରୋଜଗାର ହରାଉଛନ୍ତି। ପରିବାର ପୋଷିବା ବି କଷ୍ଟକର ହୋଇପଡ଼ୁଛି। ଏହି ସମୟରେ ନିଜ ପରିବାର ପୋଷିବା ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି ଆସାମ ଦିବ୍ରୁଗଡ଼ ଜିଲ୍ଲା ବୋଗିବୀଲ ଅଞ୍ଚଳର ସଫାକଟିରେ ରହୁଥିବା ଯୁବତୀ ଜନମୋନୀ ଗୋଗୋଇ। ଜନମୋନୀ ଏକ ବାଇସାଇକେଲ୍ରେ ଘରଠୁ ଘର ବୁଲି ପରିବା ବିକ୍ରି କରୁଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ବାପା ଅସୁସ୍ଥ ରହୁଥିବାରୁ ସେ […]
ଭୁବନେଶ୍ୱର: ସବୁ ସାମାଜିକ କଟକଣା ଓ ପରମ୍ପରାକୁ ପଛ କରି ଶ୍ମଶାନରେ ସ୍ୱାମୀଙ୍କୁ ମୁଖାଗ୍ନି ଦେଇଛନ୍ତି ସ୍ତ୍ରୀ। ପୁଣି ବର୍ଷକ ତଳୁ ଆରପାରିକୁ ଚାଲିଯାଇଥିବା ପୁଅର ଫଟୋକୁ ସାଙ୍ଗରେ ଧରି ଜୀବନ ସାଥିକୁ ଦେଇଛନ୍ତି ବିଦାୟ। ରାଜଧାନୀ ଉପକଣ୍ଠରେ ଗତ ୩ ତାରିଖ ଦିନର ଏ ଘଟଣା ଯେତିକି ହୃଦୟ ବିଦାରକ ସେତିକି ପ୍ରଶଂସନୀୟ ମଧ୍ୟ। ଦେଖିବା ଛାତିକୁ ପଥର କରି ସ୍ୱାମୀଙ୍କ ଆତ୍ମାକୁ ଶାନ୍ତି ଦେବାକୁ ଅନନ୍ୟ ଉଦ୍ୟମ କରି ଉଦାହରଣ ସାଜିଥିବା ସେହି ମହିଳାଙ୍କ […]
ବ୍ରହ୍ମପୁର: ବିଶ୍ୱ ମହାମାରୀ କରୋନା ସଂକ୍ରମଣ ରୋକିବାକୁ ହେଲେ ପ୍ରତିଷେଧକ ନିତାନ୍ତ ଜରୁରୀ। ଯେକୌଣସି ଜିନିଷ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କା ରହିଛି। ଏଭଳି ସ୍ଥଳେ ଏକ ଅଲଟ୍ରା ଭାୟୋଲେଟ ସି ସାନିଟାଇଜର ମେସିନ୍ ତିଆରି କରିଛି ବ୍ରହ୍ମପୁର ସରକାରୀ ଆଇଟିଆଇ। ପୂର୍ବରୁ ପେଡେଲ ହାତ ଧୁଆ ମେସିନ୍, ଫେସ୍ ସିଲ୍ଡ, ଏରୋ ସୋଲ୍ ବକ୍ସ, ସାନିଟାଇଜର ତିଆରି କରି ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ବ୍ରହ୍ମପୁର ସରକାରୀ ଆଇଟିଆଇ କରିଛି ଆଉ ଏକ ନୂତନ ପ୍ରୟାସ। […]
ଶ୍ରୀନଗର: ସେନା ଏନ୍କାଉଣ୍ଟରେ ନିହତ ହୋଇଛି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ତଥା ହିଜ୍ବୁଲ୍ ମୁଜାହିଦ୍ଦିନର କମାଣ୍ଡର ରିୟାଜ୍ ନାୟକୁ। ତେବେ ଏହା ପୂର୍ବରୁ ୨୦୧୮ରେ ସେନା କିଛି ଟପ୍ ଟେରୋରିଷ୍ଟଙ୍କର ହିଟ୍ ଲିଷ୍ଟ ତିଆରି କରିଥିଲା। ଏହି ଲିଷ୍ଟରେ ମୋଟ ୧୭ ଆତଙ୍କବାଦୀ ଥିଲେ। ଏଥିରେ ମାତ୍ର ୫ ଜଣଙ୍କୁ ନିହତ କରିଛି ସେନା। ଆସନ୍ତୁ ଜାଣିନେବା ଏହି ୫ ଟେରୋରିଷ୍ଟ ସମ୍ପର୍କରେ। ରିୟାଜ ନାୟକୁ ଟପ୍ ଟେରୋରିଷ୍ଟଙ୍କର ହିଟ୍ ଲିଷ୍ଟରେ ସବୁଠୁ ଟପ୍ରେ ଥିଲେ ଏହି […]
ଭୁବନେଶ୍ୱର: ଆଗରୁ ସଞ୍ଜ ହେଲେ ଦୈନିକ ଜମୁଥିଲା ମଞ୍ଚ। ଗୋଟିଏ ପଟେ ଲୋକଙ୍କ ମନୋରଞ୍ଜନ ଅନ୍ୟପଟେ ହଜାର ହଜାର ପେଷାଦାର କଳାକାରଙ୍କ କୁଟୁମ୍ବ ପୋଷା ଚାଲିଥିଲା। ସମତାଳରେ ଚାଲୁଥିଲା ସବୁକିଛି। ଚଳୁଥିଲେ ମାଲିକ, ବଞ୍ଚୁଥିଲେ କଳାକାର। ହେଲେ ଏବେ ସେ ସମୟ ନାହିଁ। ଲକଡାଉନ୍ ମାଡ଼ରେ ପୂରା ବେହାଲ ଓଡ଼ିଶାର ଯାତ୍ରା ଇଣ୍ଡଷ୍ଟ୍ରି। କରୋନାର କରାଳ ରୂପ ଏ ଶିଳ୍ପ ଉପରେ ନିର୍ଭର କରୁଥିବା କଳାକାର ଓ ଅନ୍ୟ କର୍ମଚାରୀଙ୍କ ଖାଲି ଯେ ରୋଜଗାର ଛଡ଼ାଇ ନେଇଛି […]
ଭୋପାଲ: କରୋନା ଭାଇରସ ବିରୋଧରେ ଚାଲିଥିବା ଯୁଦ୍ଧ ହେଉଛି ଧୈର୍ଯ୍ୟ ଏବଂ କର୍ତ୍ତବ୍ୟର ଅଗ୍ନିପରୀକ୍ଷା। ଏହି ବିପଦ ସମୟରେ କିଛି ଲୋକ ଅଛନ୍ତି ଯାହାଙ୍କର ତ୍ୟାଗ ଓ ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ। ଏମିତି ଦୁଇଜଣ କରୋନା ଯୋଦ୍ଧା ହେଉଛନ୍ତି ଦୀପକ ପାଟିଲ ଓ ପ୍ରଗତି। ଏ ଦୁହିଁଙ୍କ ତ୍ୟାଗ ଓ ସେବାକୁ ସାରା ଦେଶ ମନେ ରଖିବ। ଭୋପାଳର ପୋଲିସ କଣ୍ଟ୍ରୋଲ ରୁମରେ ଡ୍ୟୁଟି କରୁଥିବା ଦୀପକ ପାଟିଲଙ୍କ ଗୋଡ ଭାଙ୍ଗି ଯାଇଛି। ତଥାପି […]
ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣଙ୍କ ମୁହଁରେ ଭଦ୍ରକର ପରିବା ଚାଷୀ ଛାୟାରାଣୀଙ୍କ ପ୍ରଶଂସା। ଛାୟାରାଣୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଲକ୍ଷ୍ମଣ। ସେ ଜଣେ ସଫଳ ପରିବା ଚାଷ ପାଇଁ ସେଥିପାଇଁ ନୁହେଁ, ବରଂ ତାଙ୍କର ମାନବିକତା ପାଇଁ ଲକ୍ଷ୍ମଣ ତାଙ୍କୁ ପ୍ରଶଂସା କରିଛନ୍ତି। କରୋନା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଚାଲିଥିବା ଯୋଗୁ ସାଧାରଣ ଲୋକ ନାନା ହଇରାଣ ହରକତ ହେଉଛନ୍ତି। ଏହି ସମୟରେ ଅନେକ ବଦାନ୍ୟ ବ୍ୟକ୍ତି ନିଜର […]
କୋରାପୁଟ: ଦୁର୍ବଳିଆ କାନ୍ଧରେ ଦଇବ ଲଦି ଦେଇଛି, ପର୍ବତ ପ୍ରମାଣ ବୋଝ। ପାଖରେ ସ୍ୱାମୀ ଆଉ ତିନି ତିନିଟା ଭେଣ୍ଡିଆ ପୁଅ ଅଛନ୍ତି। ହେଲେ ବିଧାତା ଏମିତି ଦାଉ ସାଧିଛି ଯେ ସମସ୍ତେ ଥାଇ ବି ନଥିଲା ଭଳି। ୯୦ ବର୍ଷ ବୟସରେ ପୂରାପୂରି ଅସହାୟ ଜୟପୁର ବ୍ରାହ୍ମଣୀ ଗାଁର ଡି. ଶୁଭଲକ୍ଷ୍ମୀ। ଶୁଭଲକ୍ଷ୍ମୀଙ୍କ ସ୍ୱାମୀ ଓ ମଝିଆ ପୁଅ ପକ୍ଷାଘାତରେ ପୀଡ଼ିତ। ବଡ଼ପୁଅକୁ ମାଉଥ୍ କ୍ୟାନ୍ସର। ଆଉ ଏ ଦୁଃଖିନୀର ଏକ ମାତ୍ର ବଳ ସାନପୁଅ। […]
ଭୁବନେଶ୍ୱର: ମେ ୩ରେ ଲକ୍ଡାଉନ୍ ସରିବା ପରେ ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରିବେ। ପ୍ରବାସୀ ଓଡ଼ିଆଙ୍କ ପାଇଁ ନାଁ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆରମ୍ଭ ହୋଇଯାଇଛି ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଫର୍ମ ମଧ୍ୟ ଜାରି ହୋଇଛି। ଏହ ପଞ୍ଜିକରଣ ଫର୍ମରେ ସ୍ପଷ୍ଟ ଉଲ୍ଲେଖ ରହିବ ଓଡ଼ିଶା ଫେରନ୍ତାଙ୍କ ନାଁ, ଗାଁ ଓ ଠିକଣା ସହ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ। ତା’ […]
ବ୍ରିଟେନ: ସନ୍ତାନକୁ ଜନ୍ମ ଦେଲେ, ହେଲେ ମାତୃତ୍ୱର ଆନନ୍ଦ ତାଙ୍କ ଭାଗ୍ୟରେ ନ ଥିଲା । ସେ ଏମିତି ଏକ ଅସହାୟ ମା’, ନବଜାତ ଶିଶୁ କୁଆଁ କୁଆଁ କାନ୍ଦୁଥିଲେ ମଧ୍ୟ ଛାତିରେ ଜାକି ପାରିଲେନି, ତାଙ୍କ ବକ୍ଷରୁ ଅମୃତର ଧାରା ଦେଇ ତାର କ୍ଷୁଧା ନିବାରଣ କରିପାରିଲେନି। ମହାମାରୀ କରୋନା ତାଙ୍କଠାରୁ ସବୁକିଛି ଛଡେଇ ନେଲା। ଏମିତି ଏକ ଦୁଃଖଦ ଘଟଣା ଘଟିଛି ବ୍ରିଟେନ୍ରେ। ଭାଇରସ ଯୋଗୁ ସାରା ବିଶ୍ୱରେ ପ୍ରାୟ ୨ ଲକ୍ଷ ଲୋକଙ୍କର […]
ପୁରୀ: ମହାମାରୀ କରୋନା ପ୍ରକୋପ ଭିତରେ କିଭଳି ହେବ ଶ୍ରୀଜିଉଙ୍କ ଘୋଷଯାତ୍ରା? ସାମାଜିକ ଦୂରତ୍ୱ ରକ୍ଷା ନିୟମ ଭିତରେ କିଭଳି ପାଳନ ହେବ ଶହ ଶହ ବର୍ଷର ଏ ପରମ୍ପରା? ଲକ୍ଡାଉନ୍ ବେଳେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଜନ ଗହଳିକୁ ନିଷେଧ କରାଯାଇଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶକୁ ଦେଖି ଆଜି ବସିଥିଲା ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଯେଉଁଥିରେ ଭୁବନେଶ୍ୱରରୁ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ […]
ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ମାଡ଼ି ଆସୁଛି ବଡ଼ ଉଲ୍କା ପିଣ୍ଡ। ଆସନ୍ତା ସପ୍ତାହରେ ଏହା ପୃଥିବୀ ପାଖ ଦେଇ ଅତିକ୍ରିମ କରିପାରେ ବୋଲି କୁହାଯାଉଛି ପ୍ୟୁର୍ଟୋ ରିକୋର ଅର୍ସିବୋ ଅବ୍ଜର୍ଭେଟୋରୀ (Arecibo Observatory) ରେଡିଓ ଟେଲିସ୍କୋପ୍ ପକ୍ଷରୁ ଏହି ଉଲ୍କା ପିଣ୍ଡର ଅନେକଗୁଡ଼ିଏ ଫଟୋ ଟ୍ୱିଟ୍ରରେ ଅପ୍ଲୋଡ କରାଯାଇଛି। ଏହି ଫଟୋ ଅପ୍ଲୋଡ୍ କରିବା ସହିତ ଉଲ୍କାପିଣ୍ଡଟି ମାସ୍କ ଲଗାଇଥିବା ଘଟଣାକୁ ବଡ଼ ମଜାଦାର ଶୈଳୀରେ ଦର୍ଶା ଯାଇଛି। ଅର୍ସିବୋ ଅବ୍ଜର୍ଭେଟୋରୀ ତାଙ୍କ ଟ୍ୱିଟର୍ ହ୍ୟାଣ୍ଡେଲ୍ରେ ଲେଖିଛନ୍ତି […]
#ଫଟୋ_ପଛର_କାହାଣୀ ଆଜି ଆପଣଙ୍କୁ ଏମିତି ଗୋଟିଏ ଫଟୋ ପଛରେ ଲୁଚି ରହିଥିବା କାହାଣୀ ବିଷୟରେ କହିବୁ, ଯାହା ଦିନେ ଲୋକଲୋଚନକୁ ଆସିବା ପରେ ସାରା ବିଶ୍ୱର ମାନବିକତା ଲଜ୍ଜିତ ହୋଇଥିଲା। ଲୁହରେ ଭିଜିଥିଲା ଆଖି। ଦେଶ ବିଦେଶରେ ଉଠିଥିଲା ରାଜନୈତିକ ଝଡ଼। ୩ ବର୍ଷର କୁନି ବାଳକ ଏଲାନ୍ କୁର୍ଦ୍ଦୀଙ୍କର ଦୁଃଖଦ ମୃତ୍ୟୁର କାହାଣୀ ହୁଏତ ଆପଣ ଜାଣିଥିବେ। ଘଟଣାକୁ ୪ ବର୍ଷରୁ ଅଧିକ ସମୟ ବିତିଯାଇଥିବାରୁ ହୁଏତ ଆପଣଙ୍କ ମାନସ ପଟହଃରେ କଥାଟି ଧୀରେ ଧୀରେ […]
ବିହାର: ବିହାରରେ ଲକ୍ଡାଉନ୍ ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପାଟନାଠାରୁ ୬୦ କିମି ଦୂରରେ ଥିବା ଦୁଲ୍ଲହନ୍ ବଜାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ପ୍ରଥମ ପତ୍ନୀଥିବାବେଳେ ସେ ନିଜର ଗାର୍ଲଫ୍ରେଣ୍ଡକୁ ୨ୟ ବିବାହ କରିଛନ୍ତି। ଲକ୍ଡାଉନ୍ର ସୁଯୋଗ ନେଇ ବ୍ୟକ୍ତି ଜଣଙ୍କ ଏପରି କାଣ୍ଡ କରିଥିଲେ। ଖବର ଅନୁଯାୟୀ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ଲକ୍ଡାଉନ୍ ଜାରି କରିଥିଲେ। ଗୁଡ଼ିଆ ଦେବୀ ନାମ୍ନୀ ଜଣେ ମହିଳା ଲକ୍ଡାଉନ୍ ହେବା ପୂର୍ବରୁ ସେ ତାଙ୍କ […]
ଭୋପାଳ: କରୋନା ଭାଇରସକୁ ଡରି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ପୁଅ ତାଙ୍କ ପିତାଙ୍କ ମୃତଦେହ ନେବାକୁ ମନା କରିଦେଇଛନ୍ତି। ବାପା କରୋନାରେ ସଂକ୍ରମିତ ହୋଇଥିଲେ, ମଙ୍ଗଳବାର ଭୋପାଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଜିଲ୍ଲା ପ୍ରଶାସନ ଟିମ୍ ପୁଅକୁ ବାରମ୍ୱାର ଅନ୍ତିମ ସଂସ୍କାର କରିବାକୁ ଅନୁରୋଧ କରିଥିଲେ ମଧ୍ୟ ସଂକ୍ରମଣ ଭୟରେ ପୁଅ ଅନ୍ତିମ ସଂସ୍କାର ପାଇଁ ଆସିନଥିଲେ। ଶେଷରେ ତହସିଲଦାର ନିଜେ ଅନ୍ତିମ ସଂସ୍କାର କରିଥିଲେ। ମୃତଦେହ ନେବାରେ ଅସମର୍ଥ ବୋଲି ପୁଅ ପ୍ରଶାସନକୁ ଚିଠି […]