Advertisment

ଆନାସ୍ଥେସିଆ ନଦେଇ ବ୍ରେନ ଟ୍ୟୁମର ଅପରେସନ: ଏମିତି ହେଲା ରୋଗୀଙ୍କ ଅବସ୍ଥା...

ଆପଣ ଜାଣିଥିବେ, ବଡ ଧରଣର  ଅସ୍ତ୍ରୋପଚାର ପୂର୍ବରୁ ସାଧାରଣତଃ ରୋଗୀଙ୍କୁ ଅଚେତ କରାଯାଇଥାଏ। ଏହାଦ୍ୱାରା ରୋଗୀ ଯନ୍ତ୍ରଣାକୁ ଅନୁଭବ କରିପାରେନି । ଯଦି ଚେତା ଥିବା ଅବସ୍ଥାରେ କୌଣସି ବଡ ଧରଣର ଅପରେସନ କରାଯାଏ ? କେତେ କଷ୍ଟ ହେଉଥିବ ରୋଗୀଙ୍କୁ ! ତଥାପି ଡାକ୍ତର ଆଜିକାଲି ଏପରି ଉପାୟକୁ କାହିଁକି ଅପଣାଇଥାନ୍ତି ?

author-image
Minati Mishra
ଅଦ୍ୟତନ ହୋଇଛି
Awake Operation in Rome

Awake Operation in Rome

ଆପଣ ଜାଣିଥିବେ, ବଡ ଧରଣର  ଅସ୍ତ୍ରୋପଚାର ପୂର୍ବରୁ ସାଧାରଣତଃ ରୋଗୀଙ୍କୁ ଅଚେତ କରାଯାଇଥାଏ। ଏହାଦ୍ୱାରା ରୋଗୀ ଯନ୍ତ୍ରଣାକୁ ଅନୁଭବ କରିପାରେନି । ହେଲେ  ଇଟାଲିର ରାଜଧାନୀ ରୋମରେ ଡାକ୍ତର ଏକ ବିରଳ ବ୍ରେନ ସର୍ଜରୀ କରିଛନ୍ତି। ୯ ଘଣ୍ଟା ଧରି ଏହି ଅପରେସନ ଚାଲିଥିଲା। ସବୁଠାରୁ ବଡ କଥା ହେଲା ଏହି ଅପରେସନ ଚାଲିଥିବାବେଳେ ରୋଗୀଙ୍କର ସମ୍ପୂର୍ଣ୍ଣ ଚେତା ଥିଲା ଏବଂ ସେ ସବୁକିଛି ଜାଣି ପାରୁଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ସମୟରେ ରୋଗୀ ତୁରୀ ବଜାଉଥିଲେ। ରୋମର ପେଡିଆ ଇଣ୍ଟରନାଶନାଲ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର ହୋଇଥିଲା। ୩୫ ବର୍ଷ ବୟସ୍କ ଜଣେ ବ୍ୟକ୍ତି ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ଥିଲେ। ସାଧାରଣତଃ ରୋଗୀଙ୍କୁ ଆନାସ୍ଥେସିଆ ଦିଆଯାଇ ଅସ୍ତ୍ରୋପଚାର କରାଯାଏ। କିନ୍ତୁ ଏଠାରେ ଏମିତି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେଉଁଠି ଚେତା ଥିବା ଅବସ୍ଥାରେ ଅପରେସନ କରାଯାଇଥିଲା। ଏପରି ଅପରେଶନକୁ ଏୱାକ୍‌ ସର୍ଜରୀ (Awake Surgery) କୁହାଯାଇଥାଏ ।

Advertisment

ଏ ପ୍ରକାର ଅସ୍ତ୍ରୋପଚାର ଧୀରେ ଧୀରେ ପ୍ରଚଳିତ ହେବାକୁ ଆରମ୍ଭ କରିଛି। ଭାରତରେ ବି ଏପରି ଅପରେସନ କରିବା ଡାକ୍ତରମାନେ ଆରମ୍ଭ କଲେଣି। ଅବଶ୍ୟ ଏପରି ଅପରେନର ନାଁ ଶୁଣିଲେ ଲୋକେ ଭୟଭୀତ ହୋଇଯାନ୍ତି। ହେଲେ ଡାକ୍ତର ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରିଛନ୍ତି ।ତେବେ ଏଠି ଗୋଟିଏ ପ୍ରଶ୍ନ ଭୟଭୀତ କରିଦିଏ ଯେ, ଅପରେସନ ବେଳେ ଯନ୍ତ୍ରଣା ହୁଏନି ? ଏପରି ପଦ୍ଧତିକୁ ଡାକ୍ତରମାନେ କାହିଁକି ଆପଣାଉଛନ୍ତି?

ୱାଶିଂଟନ ପୋଷ୍ଟ ଅନୁସାରେ,ସାରା ବିଶ୍ୱରେ ପ୍ରତିବର୍ଷ ୫୦ ଏୱେକ ସର୍ଜରୀ କରାଯାଉଛି। ଏପରି ଟେକ୍‌ନିକରେ ଅପରେସନ କରିବା ଦ୍ୱାରା ଡାକ୍ତରମାନେ ଏହି ସମୟରେ ମସ୍ତିଷ୍କ କେମିତି କାମ କରୁଛି ତାହା  ଜାଣିପାରିଥାନ୍ତି। ଅର୍ଥାତ୍‌ ରୋଗୀ କେମିତି ମନେ ରଖିପାରୁଛନ୍ତି, କଥା କହିପାରୁଛନ୍ତି କି ନାହିଁ, ଖେଳକୁଦରେ ରୋଗୀ ପୂର୍ବପରି ଆକ୍ଟିଭ ରହୁଛନ୍ତି ନା ନାହିଁ ଏସବୁ ବିଷୟରେ ଡାକ୍ତରମାନେ ଜାଣିବାରେ ସଫଳ ହୋଇଥାନ୍ତି। ଏହାଦ୍ୱାରା ଅସ୍ତ୍ରୋପଚାର ସଫଳ ହେବାର ସମ୍ଭାବନା ଅଧିକ ଥାଏ। ଏପରି ଅପରେସନ ଦ୍ୱାରା ମସ୍ତିଷ୍କର କାମ କରୁଥିବା ସୂକ୍ଷ୍ମ ତଥା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର କ୍ଷତି ଆଶଙ୍କା କମ ଥାଏ। ସାଧାରଣତଃ ବଡ ବଡ ଅପରେସନ ପରେ ରୋଗୀ ମନେ ରଖିବା ଏବଂ କଥା କହିବା ଶକ୍ତି ହରାଇଥାନ୍ତି। ହେଲେ ଏୱାକ୍‌ ଅପରେସନ ଦ୍ୱାରା ଏ ଭୟ କମ୍‌ ଥାଏ।

Advertisment

ଏଠି କହିରଖିବୁ, ଏପରି ଅପରେସନ ସମୟରେ ରୋଗୀ ଚେତା ଥାନ୍ତି କିନ୍ତୁ ଯେଉଁ ସ୍ଥାନରେ ଅପରେଶନ କରାଯାଉଥାଏ ସେଠାରେ ଲୋକାଲ ଆନାସ୍ଥେସିଆ ଦିଆଯାଇଥାଏ। ଏହା ଚେତନ ଶକ୍ତି ଉପରେ ପ୍ରଭାବ ପକାଏ ନାହିଁ। ଅନ୍ୟପକ୍ଷରେ ଯନ୍ତ୍ରଣା ବି କମ କରାଏ।

Brain Tumour Brain Tumour Treatment
Advertisment
Advertisment