• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁବକଙ୍କ ହାତରେ ଲାଗିଛି ଚିପ୍‌ । ପକେଟ୍‌ରେ କ୍ରେଡିଟ୍‌ କାର୍ଡ କିମ୍ବା ଡେବିଟ୍‌ କାର୍ଡ ରଖିବା ପାଇଁ ଇଚ୍ଛା କରୁନଥିବାରୁ ବ୍ରିଟେନ୍‌ର ଜଣେ ଯୁବକ ନିଜ ହାତରେ ଚିପ୍‌ ଲଗାଇଛନ୍ତି । ଫଳରେ ଗ୍ରୋସରି ହେଉ କି ସପିଂ ସବୁ ବିନା କାର୍ଡରେ କରିପାରୁଛନ୍ତି । 

ସଂପୃକ୍ତ ଯୁବକଙ୍କ ଟିକଟକ ନାମ @ ପେବାଇହାଣ୍ଡ । ହାତରେ ଏକ କଣ୍ଟାକ୍ଟଲେସ ଚିପ ଲଗାଇବା ପାଇଁ ସେ ପ୍ରାୟ ୧୯୦୦୦ ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଏଥରେ ତାଙ୍କୁ ଆଦୌ କଷ୍ଟ ହୋଇନି । ଏହା ଏକ 'ଯନ୍ତ୍ରଣାହୀନ ପ୍ରଣାଳୀ' ବୋଲି ସେ ବର୍ଣ୍ଣନା କରିଛନ୍ତି । ଫଳରେ ଏବେ ତାଙ୍କୁ ଆଉ କ୍ରେଡିଟ୍ କାର୍ଡ କିମ୍ବା ଡେବିଟ୍‌ କାର୍ଡ ସାଥୀରେ ଧରି ଯିବାକୁ ପଡ଼ୁନି । ୟୁକେ-ଷ୍ଟାର୍ଟ ଅପ୍ ୱାଲେଟମୋର ମାଧ୍ୟମରେ ଯୁବକ ଜଣକ ହାତରେ ଚିପ୍‌ ଲଗାଇଛନ୍ତି । ମାତ୍ର ୧୫ ମିନିଟ୍‌ରେ ହିଁ ଏହି ପ୍ରକ୍ରିୟା ଶେଷ ହୋଇଯାଏ ବୋଲି ସୂଚନା ମିଳିଛି ।

ଏହା କିପରି କାମ କରେ?

ଯୁବକଙ୍କ ହାତରେ ଲଗାଯାଇଥିବା ଚିପର ଆକାର ପ୍ରାୟ ଅଧ ମିଲିମିଟର ମୋଟା । ଏହା ଏକ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଆଣ୍ଟିନା ଭାବରେ କାର୍ଯ୍ୟ କରେ ।

ୱାଲେଟମୋର ଅନୁଯାୟୀ, ଏଥିପାଇ ଆପଣଙ୍କୁ ଆପ୍ ଡାଉନଲୋଡ୍ କରି ଏକ ଆକାଉଣ୍ଟ୍ ସେଟ୍ ଅପ୍ କରିବା ପାଇଁ ପଡ଼ିବ । ତେବେ ଚିପ୍‌ ଲଗାଇବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ । ଏହି ପ୍ରକ୍ରିୟା ଖୁବ୍‌ ସରଳ । ଆଉ ତା’ପରେ ଖାଲି ହାତରେ ଯାଇ ଆପଣ ଦୋକାନରୁ ସବୁ କିଛି କିଣିପାରିବେ ।