• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବେଆଇନ ବାଣ ଗୋଦାମରେ ପୋଲିସ ଚଢ଼ାଉ । କଟକ ସଦର ଥାନା ଅଞ୍ଚଳ ଶାଇଁସୋରେ ବେଆଇନ ବାଣ ଗୋଦାମରେ ଚଢ଼ାଉ କରିଛି ପୋଲିସ । ବେଆଇନ ଭାବେ ବାଣ ତିଆରି ଓ ବିକ୍ରି ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି । ଏଥିସହ ଲକ୍ଷାଧିକ ଟଙ୍କାର ବାଣ ଜବତ କରାଯାଇଛି ।

ଅନ୍ୟପଟେ ବଜାରରେ ଲାଗିଛି ଭଳିକି ଭଳି ବାଣର ପସରା । ହେଲେ ଗ୍ରାହକଙ୍କ ଦେଖା ନାହିଁ । କାଁ ଭା ଗ୍ରାହକ ଆସୁଛନ୍ତି ବାଣ କିଣିବାକୁ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦକ୍ଷିଣ ଓଡ଼ିଶାର ସର୍ବବୃହତ୍ତ ବାଣ ବଜାର ବ୍ରହ୍ମପୁରରେ । ବାଣ ବଜାର ଏବେ ବ୍ରହ୍ମପୁର ସହରଠୁ ୨୦ କିମି ଦୂର ଡେଙ୍ଗାପଦରକୁ ଘୁଞ୍ଚି ଆସିଛି । ଶିବକାଶୀ, ରାୟପୁର ଓ କୋଲକାତାରୁ ବାଣ ଆଣି ପସରା ମେଲାଇଛନ୍ତି ବ୍ୟବସାୟୀ । କରୋନା କଟକଣା ଯୋଗୁଁ ଦୁଇ ବର୍ଷ ହେଲା ଫିକା ପଡ଼ିଥିଲା ବାଣ । ବ୍ୟବସାୟ ଏଥର କିଛିଟା ମେକ୍ଅପ୍ ହେବ ବୋଲି ବ୍ୟବସାୟୀ ଆଶା ରଖିଥିଲେ । ମାତ୍ର ବାତ୍ୟା ଆଶଙ୍କା ବାଣ ବଜାରକୁ ପ୍ରଭାବିତ କରିଛି । ଦର ବି ପୂର୍ବ ଅପେକ୍ଷା ଦୁଇଗୁଣା ହୋଇଯାଇଥିବା ଗ୍ରାହକ କହିଛନ୍ତି ।

ଠିକ୍‌ ସେହିଭଳି ଖୋର୍ଦ୍ଧାର ଜଟଣୀ ସହର ବାଣବଜାର ସ୍ଥିତି । ବାଣ ବ୍ୟବସାୟ ପାଇଁ ପ୍ରସିଦ୍ଧି ଲାଭ କରିଥବା ଏହି  ସହରରେ ୧୫ରୁ ୨୦ଟି ବଡ଼ ବଡ଼ ବାଣ ଗୋଦାମ ରହିଛି । ୨୦ ତାରିଖରୁ ବାଣ ବ୍ୟବସାୟ ଲାଗି କମିଶନରେଟ୍ ପୋଲିସ ଅନୁମତି ଦେଇଥିଲେ । ହେଲେ ଗ୍ରାହକଙ୍କର କିନ୍ତୁ ଦେଖା ନାହିଁ । ଏପଟେ କଟକ ସାଲେପୁରରେ ବି ବାତ୍ୟା ଆଶଙ୍କା ଯୋଗୁଁ ବାଣ କାରିଗରଙ୍କ ମନରେ ହରଷ ନାହିଁ । ବାତ୍ୟା ଭୟ ଯୋଗୁଁ ଚଳିତ ବର୍ଷ ବିଶେଷ ଅର୍ଡର ବି ମିଳିନି । ଯାହାକୁ ନେଇ କାରିଗରମାନେ ଚିନ୍ତାରେ ପଡ଼ିଛନ୍ତି ।

ଏପଟେ କଟକରେ ଏଯାଏଁ ବାଣ ଦୋକାନ ଖୋଲିନଥିବା ବେଳେ ଡିସିପି କହିଛନ୍ତି ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କ ସାଇସେନ୍ସ ଯାଞ୍ଚ ପରେ ଅନୁମତି ଦିଆଯିବ । ଯେଉଁମାନେ ବେଆଇନ ଭାବେ ବାଣ ବିକ୍ରି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୀପାବଳି ଦିନ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।