ପ୍ରାଥମିକ ପୁସ୍ତକଚୟନ ମଣ୍ଡଳୀରେ ଡ. ବିରଞ୍ଚି କୁମାର ସାହୁ, ମଧୁସୁଦନ ଦାସ, ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ରତ୍ନମାଳାସ୍ୱାଇଁ, ଡ. ଜ୍ଞାନୀ ଦେବାଶିଷ ମିଶ୍ର ବିଚାରକ ଥିଲାବେଳେ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକମାନେ ଥିଲେ ଡ. ଭଗବାନ ଜୟସିଂହ, ପ୍ରଫେସର କାଳୀଦାସ ମିଶ୍ର, ଡ. ଗୌରହରି ଦାସ, ସଦାନନ୍ଦ ତ୍ରିପାଠୀ, ବୈଜୟନ୍ତୀ ମିଶ୍ର, ସଂଯୁକ୍ତା ମହାନ୍ତି ଏବଂ ତାପସ କୁମାର ସାମନ୍ତରାୟ।
ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାହିତ୍ୟ କୃତି ଲାଗି ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଏ ।
ଇମ୍ଫା ଗ୍ରୁପ ଦ୍ୱାରା ପରିଚାଳିତ IMPACT ପକ୍ଷରୁ ଗତ ୨୮ବର୍ଷ ହେଲା ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡା କ୍ଷେତ୍ରରେ ସୁନାମ ଆଣିଥିବା ଓଡିଶାର ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସମ୍ମାନୀତ ଅତିଥି ଭାବେ ହକି ଅଲିମ୍ପିଆନ ପଦ୍ମଶ୍ରୀ ଦିଲ୍ଲୀପ ର୍ତିକୀଙ୍କ ସମେତ ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ କୃତୀ ଖେଳାଳିଙ୍କୁ ସମ୍ମାନୀତ କରିଥିଲେ ।