• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୂର୍ଯ୍ୟୋପରାଗରେ ଆମିଷ ଭକ୍ଷଣ ଠିକ୍ ନା ଭୁଲ ? ପାକନୀତି ନିଷେଧ ସମୟରେ ଚିକେନ୍ ବିରିୟାନୀ ଖାଇବା ଉଚିତ ନା ଅନୁଚିତ ? ଗତ ୨୫ ତାରିଖ ସୂର୍ଯ୍ୟୋପରାଗ ବେଳେ ଅଧିକାଂଶ ଲୋକ ଅନ୍ନ ଭୋଜନ ଓ ରନ୍ଧାଖାଦ୍ୟରୁ ବିରତ ରହିଥିବା ବେଳେ ଏପଟେ କିଛି ହେତୁବାଦୀ ଏହାକୁ ଅନ୍ଧବିଶ୍ୱାସ କହି ଚିକେନ୍ ବିରିୟାନୀ ଖାଇବା ପରେ ତୀବ୍ର ହୋଇଛି ଏ ବିବାଦ ।

ଏ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଏଭଳି ଲୋକଙ୍କୁ ଧର୍ମ ବିରୋଧୀ ଆଖ୍ୟା ଦେଇ ସେମାନଙ୍କୁ ଆଦୌ ଗୁରୁତ୍ୱ ନଦେବାକୁ କହିଛନ୍ତି ଶଙ୍କରାଚାର୍ଯ୍ୟ । ସେହିଭଳି ଆଧ୍ୟାତ୍ମିକ ଗୁରୁ ବାବା ବଳିଆଙ୍କ ମତରେ ହେତୁବାଦୀଙ୍କ ଏ ଆଚରଣ ଆମ ଧର୍ମ, ସଂସ୍କୃତି ଓ ଉପସନା ପ୍ରତି ଘୋର ଅପମାନ । ସେପଟେ ହେତୁବାଦୀଙ୍କ କାର୍ଯ୍ୟକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ଓଡ଼ିଶା ମଠ ମନ୍ଦିର ସେବାୟତ ସଂଘ ସଭାପତି । ସଂଗଠନ କହିଛି ହିନ୍ଦୁ ଧର୍ମପ୍ରତି ବିପଦ ସୃଷ୍ଟି କରୁଥିବା ହେତୁବାଦୀ, ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସେମାନଙ୍କୁ ଭଗବାନ କ୍ଷମା ଦିଅନ୍ତୁ ।

ହିନ୍ଦୁ ପଞ୍ଚାଙ୍ଗ ତିଥି ଓ କ୍ୟାଲେଣ୍ଡର ଅନୁସାରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣର ୧୨ ଘଣ୍ଟା ପୂର୍ବରୁ ସାଧାରଣ ପାକତ୍ୟାଗ ବା ରନ୍ଧାଖାଦ୍ୟକୁ ନିଷେଧ କରିଯାଇଥାଏ । ତେବେ ବୃଦ୍ଧ, ଶିଶୁ, ରୋଗୀଙ୍କ ପାଇଁ ଏହି ନିୟମ ବର୍ଜନୀୟ ବୋଲି ଦର୍ଶାଯାଇଥାଏ । ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ଲୋକେ ଏହି ପ୍ରଥାକୁ ବର୍ଷ ବର୍ଷ ଧରି ବିଶ୍ୱାସ ଓ ସମ୍ମାନ କରି ଆସୁଛନ୍ତି ।

ଏପରିସ୍ଥଳେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣରେ ଏହି ବିଧିକୁ ଅନ୍ଧବିଶ୍ୱାସ କହି ଏହା ପଛରେ କୌଣସି ବିଜ୍ଞାନ ସମତ କାରଣ ନଥିବା ବାରାମ୍ବର ଦାବି କରି ଆସୁଛନ୍ତି ହେତୁଦେବୀ । ତେଣୁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ଲାଗି ସେମାନେ ଏଭଳି ପଦକ୍ଷେପ ନେଇଥିବା ବେଳେ ଆଗକୁ ମଧ୍ୟ ଏ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ।

ପରାଗ ଓ ଗ୍ରହଣ ସହ ଖାଦ୍ୟର କୌଣସି ସମ୍ପର୍କ ନଥିବା ଦର୍ଶାଇ ଗତ ମଙ୍ଗଳବାର ସୂର୍ଯ୍ୟୋପରାଗରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ଆୟୋଜିତ ହୋଇଥିଲା ସାମୁହିକ ଭୋଜନ ଉତ୍ସବ । ଯେଉଁଥିରେ ହେତୁବାଦୀଙ୍କ ସହ ଶହ ଶହ ଲୋକ ସାମିଲ ହୋଇ ଚିକେନ୍ ବିରିୟାନୀ ଭୋଜନ କରିଥିଲେ ।