/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666423470.jpg)
Gas Cylinder Blast
ରାଉରକେଲାରେ ଏକ ଦୋକାନରେ ନିଆଁଲାଗି ଜଣେ ମୃତ । ୨ ଗୁରୁତର । ପାନପୋଷ ଛକରେ ଏକ ମିଠା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଏଭଳି ଅଘଟଣ ଘଟିଛି । ଗ୍ୟାସ୍ ସିଲିଣ୍ଡର ଫାଟି ଦୋକାନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ତେବେ ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସିଲିଣ୍ଡର ବିସ୍ଫୋରଣର ଶବ୍ଦ ଏତେ ତୀବ୍ର ଥିଲା ଯେ, ପୁରା ଅଞ୍ଚଳ ଥରି ଉଠିଥିଲା । ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି । ପୋଲିସ ପ୍ରଶାସନ ମଧ୍ୟ ପୁରା ଅଞ୍ଚଳକୁ ଘେରି ରହିଛି । ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)