• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଚ୍‌ ରାସ୍ତାରେ ବସ୍‌କୁ ଅଟକାଇଲେ ଗଜରାଜ । କେବେଳ ଯେ ଅଟକଟାଇଲେ ତାହା ନୁହେଁ ବରଂ ବସରେ ଚଢ଼ିବା ପାଇଁ ମଧ୍ୟ ଚେଷ୍ଟା କରୁଥିବା ଦେଖାଯାଉଛି । ହାତୀର ଏଇ ଭିଡିଓ ଦେଖିବା ବେଳେ ଆପଣ ନିଶ୍ଚୟ ହସି ହସି ବେଦମ ହୋଇଯିବେ । ହେଲେ ବସ୍‌ ଭିତରେ ପଶିଲା ବେଳକୁ ଡ୍ରାଇଭର ସାଇଡ୍‌ କରି ବସ୍‌ ଚଳାଇ ନେଉଛନ୍ତି । ଆଉ ହାତୀ ରାସ୍ତା ଉପରେ ରହିଯାଉଛି । ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆ ରେ ବେଶ୍‌ ଭାଇରାଲ ହେଉଛି ।

ଭାଇରାଲ ଭିଡିଓ ରେ ଦେଖିବାକୁ ମିଳୁଛି , ଏକ ଖାଲି ରାସ୍ତାରେ ସାମ୍ନା ପଟୁ ଏକ ବସ୍‌ ଆସୁଛି । ବସ୍‌ଟିକୁ ଦେଖି ହାତୀଟି ସେହି ବସ୍‌ ଆଡ଼କୁ ଚାଲି ଚାଲି ଯାଉଛି । ଆଉ ନିଜ ଶୁଣ୍ଢକୁ ହଲେଇ ହଲେଇ ବସ୍‌ଟିକୁ ଅଟକାଉଛି । ବିଶାଳକାୟ ହାତୀକୁ ଦେଖି ବସ୍‌ ଡ୍ରାଇଭର ଗାଡିକୁ କିଛି ସମୟ ପାଇଁ ଅଟକାଇ ଦିଅନ୍ତି । ହେଲେ ହାତୀ ଯେତେବେଳେ ବସ୍‌କୁ ଚଢିବାକୁ ଉଦ୍ୟମ କରୁଛି ସେତେବେଳେ ବସ୍‌ ପଳାଉଛି।

ଅଧିକ ପଢ଼ନ୍ତୁ: ଟ୍ରେନ୍‌ ଯାତ୍ରା କଲା ଷଣ୍ଢ, ଦେଖନ୍ତୁ ଭିଡିଓ..

ଭିଡିଓ ପୋଷ୍ଟ ହେବା ପର ଠାରୁ ଏବେ ସୁଦ୍ଧା ଭିଡିଓକୁ ୨ ଲକ୍ଷରୁ ଅଧିକ ଭିୟୁ ହୋଇସାରିଛି । ତେବେ ହାତୀର ବସ୍‌ ଚଢା ଭିଡିଓକୁ ଆଇପିଏସ୍‌ ଅଧିକାରୀ ଦୀପାଂଶୁ କାବ୍ରା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଆଉ କ୍ୟାପସନରେ ଲେଖିଛନ୍ତି, ଦୀପାବଳିର ମାହୋଲ ଚାଲୁଥିବାରୁ ସମସ୍ତେ ଘରକୁ ଯିବାକୁ ବ୍ୟସ୍ତ । ୟୁଜର ଭିଡିଓ ଦେଖି ବିଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । କେହି କହୁଛି, ଚାଲି ଚାଲି ଥକିଗଲା ପରେ ଆରାମ କରିବାକୁ ଗଜରାଜ ଗାଡ଼ି ଅଟକାଉଛନ୍ତି, ପୁଣ ଆଉ କେହି କହୁଛି , ସେ କଣ ବସରେ ଯାଇପାରିବେ ନାହିଁ ।