ବାଉଁଶରୁ ତିଆରି ହେଉଛି ଭଳିକି ଭଳି ଜିନିଷ । ସୁନ୍ଦର ସୁନ୍ଦର ଫୁଲଦାନୀ, ପେନ ଷ୍ଚାଣ୍ଡ, ମନି ପର୍ସ ଓ ଲ୍ୟାମ୍ପ ଭଳି ଅନେକ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । ୮ ବର୍ଷ ତଳେ ସୋନପୁରର ଏକ ସଂସ୍ଥା ଏହି ମହିଳାମାନଙ୍କୁ ବାଉଁଶ କାରିଗରୀ ଉପରେ ତାଲିମ ଦେଇଥିଲେ ।
ଏକାଦଶୀଙ୍କ ଠାରୁ ବାଉଁଶ ଉପକରଣ ତିଆରି କଳା ଶିକ୍ଷା କରି ଆଖପାଖ ଅଞ୍ଚଳର କିଛି ଉତ୍ସାହୀ ଯୁବକ ବି ହୋଇପାରିଛନ୍ତି ସ୍ୱାବଲମ୍ବୀ ।
ଘରେ ଘରେ ଏବେ ପ୍ଲାଷ୍ଟିକ୍ ସାମଗ୍ରୀ। ଯାହା ଦେନି ବାଉଁଶରେ ଥିଲା ଆଜି ତାହା ପ୍ଲାଷ୍ଟିକରେ। ଏମିତିକି ଚାଉଳ ପାଛୁଡ଼ା କୁଲା ବି ପ୍ଲାଷ୍ଟିକ୍। ତେବେ ଆମ ଓଡ଼ିଆ ବାଉଁଶ କାରିଗରଙ୍କ ଚୁଲି ଜଳିବ କେମିତି ?
ଯୁଗ ବଦଳିବା ସହ ସମୟ ମଧ୍ୟ ବଦଳିଯାଇଛି । ପୂର୍ବର ପ୍ରତ୍ୟେକଙ୍କ ଘରେ ବାଉଁଶ ସାମଗ୍ରୀର କିଛି ନା କିଛି ଜିନିଷ ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହା ଲୋକଙ୍କ ଘରେ ଦେଖିବାକୁ ମିଳୁନାହିଁ । ଯାହା ଫଳରେ ବାଉଁଶ କାରିଗର ନିଜର କୌଳିକ ବୃତ୍ତିକୁ ଛାଡି ଅନ୍ୟ ବ୍ୟବସାୟ ଆଡେ ମୁହଁ ବୁଳାଇଲେଣି । ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ ।
ଭୁବନେଶ୍ୱର ଶିଳ୍ପୀ ସୁଦର୍ଶନ ସାହୁ । ସେ କୌଣସି ତାଲିମ ପ୍ରାପ୍ତ ଶିଳ୍ପୀ ନୁହଁନ୍ତି । ସୁଦର୍ଶନଙ୍କ ପେଶା ଚାଟ୍ ବିକ୍ରି କରିବା କିନ୍ତୁ ଏକ ପରିସ୍ଥିତି ତାଙ୍କୁ ଏହି ବାଉଁଶ କାର୍ଯ୍ୟପ୍ରତି ଆକୃଷ୍ଟ କରେଇଥିଲା । ୨୦୦୬ରେ ପ୍ରଦର୍ଶନୀ ପଡିଆରେ ଜଣେ ବାଉଁଶ ବ୍ୟବସାୟୀ ତାଙ୍କୁ ଘରେ ବାଉଁଶ ତିଆରି କାର୍ଯ୍ୟ ପାଇଁ ଆହ୍ୱାନ ଦେଇଥିଲେ । ତା ପରଠୁ ସୁଦର୍ଶନ ବାଉଁଶ କାମକୁ ନିଶା ଭାଗରେ ଗ୍ରହଣ କରିନେଇଛନ୍ତି ସୁଦର୍ଶନ ।