• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

til
ଜଗା ପାଖରେ ଫୁଲ ଓ ତୁଳସୀ ଅଭାବ ଶୁଣି କାନ୍ଦି ପକାଇଲେ; ବିଳମ୍ବ ନକରି ଚାଲିଲେ ଶ୍ରୀକ୍ଷେତ୍ର

ପୁରୀ: ଫୁଲ ଓ ତୁଳସୀ ପ୍ରିୟ ଜଗା ପାଖରେ ତୁଳସୀ ଅଭାବ ! ଶୁଣିବା ପରେ ମୋ’ ଆଖିରୁ ଦି’ ଟୋପା ଲୁହ ବୋହିଗଲା। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କର ତୁଳସୀ ଅଭାବ ରହିଛି!! ମୁଁ କେମିତି ଶ୍ରୀକ୍ଷେତ୍ରରେ ପହଞ୍ଚାଇବି ଫୁଲ ଓ ତୁଳସୀ? ଏହି କଥା ଭାବି ଭାବି ରାତି ପାହିଲା। ତା’ପର ଦିନ ଜିଲ୍ଲାପାଳଙ୍କଠାରୁ ଅନୁମତି ନେଇ ଢେଙ୍କାନାଳରୁ ବାଇକ୍‌ରେ ଫୁଲ ଓ ତୁଳସୀ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି ଚିଣ୍ଟୁ ବାବା। […]

  • Monday, 26 July 2021
briten
କରୋନା ରୋଗୀଙ୍କ ସେବା କରୁଥିଲେ, କିନ୍ତୁ ବାପାଙ୍କୁ ବଞ୍ଚାଇ ପାରିଲେନି

ବ୍ରିଟେନ୍‌: ମହାମାରୀ କରୋନା ପାଇଁ ଅନେକ ପରିବାର ଉଜୁଡ଼ି ଯାଉଛି। ଆପଣାର ମଣିଷଙ୍କୁ ହରାଇ ଅନେକ ଅସହାୟ ହୋଇ ପଡୁଛନ୍ତି।  ତା ଭିତରେ ବି ଏମିତି ଲୋକ ଅଛନ୍ତି ଯେଉଁମାନେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସେବାରେ ଲାଗିଛନ୍ତି। ଏମିତି ଜଣେ ବ୍ୟକ୍ତି ଡେନ୍ ବେଭିସ୍‌। ବୁଲି ବୁଲି କରୋନା ଆକ୍ରନ୍ତଙ୍କୁ ଡାକ୍ତରଖାନାରେ ପହଞ୍ଚାଉଥିଲେ। ଲୋକଙ୍କୁ ସଚେତନ କରାଉଥିଲେ। ହେଲେ କରୋନାରେ ତାଙ୍କ ବାପାଙ୍କୁ ବଞ୍ଚାଇ ପାରିଲେ ନାହିଁ। ବାପାଙ୍କ ମୃତ୍ୟୁରେ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି ବେଭିସ୍‌।  ସେ […]

  • Monday, 26 July 2021
8years old
ଓପାସରେ ମା’, ୮ ଦିନର ଶିଶୁ ମୁହଁରେ ଦେଇପାରୁନି ଆହାର

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ସାରା ଦେଶ ଏବେ ଲକ୍‌ଡାଉନ୍‌। ଲକ୍‌ଡାଉନ୍‌ର ଅବଧି ବଢ଼ିଥିବାରୁ ଦିଲ୍ଲୀ ଏବଂ ଏହାର ଆଖପାଖ ଜିଲ୍ଲାରେ ଫସି ରହିଥିବା ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। ଫସି ରହିଥିବା ଶ୍ରମିକମାନେ ଦିନରେ ଥରେ ମାତ୍ର ଖାଦ୍ୟ ଖାଇବାକୁ ପାଉଛନ୍ତି। ସେମାନେ କହିଛନ୍ତି,  କରୋନା କ’ଣ ଜଣା ନାହିଁ । କିନ୍ତୁ କରୋନା ପାଇଁ  ଖାଇବାକୁ ନପାଇ ଭୋକରେ ମରିଯିବୁ। ତେବେ ଏହି ଲକ୍‌ଡାଉନ କଟକଣା ବେଳେ ଜଣେ […]

  • Monday, 26 July 2021
air-pid
କୋଭିଡ୍‌-୧୯ ରୋଗୀଙ୍କୁ ଉଦ୍ଧାର କରିବା ପାଇଁ ବାୟୁ ସେନା ତିଆରି କଲା ଏଇପି

ନୂଆଦିଲ୍ଲୀ: ଭାରତୀୟ ନୌସେନା ନିର୍ମାଣ କଲା ଏୟାର ଇଭାକୁଏସନ୍ ପଡ୍‌(ଏଇପି) ବା ସ୍ୱତନ୍ତ୍ର ବାକ୍ସ। ଏହା ସାହାଯ୍ୟରେ କରୋନା ରୋଗୀଙ୍କୁ ଏୟାର ଲିଫ୍ଟ କରିହେବ। କୋଚିରେ ଥିବା ଭାରତୀୟ ନୌସେନା ପକ୍ଷରୁ ଏହାକୁ ନିର୍ମାଣ କରାଯାଇଛି। ଏହି ଏଇପି ସାହାଯ୍ୟରେ ଦୀପ ସମୂହ ଓ ଜାହାଜରେ ଫସି ରହିଥିବା କୋଭିଡ-୧୯ ରୋଗୀଙ୍କୁ ଉଦ୍ଧାର କରାଯାଇପାରିବେ। ଏହା ସମ୍ପୂର୍ଣ୍ଣ ସିଲ୍ ହୋଇଥିବାରୁ ଉଦ୍ଧାରକାରୀ ଦଳ କିମ୍ବା ପାଇଲଟ୍‌ଙ୍କୁ ସଂକ୍ରମଣ ହେବାର ଚାନ୍ସା ନାହିଁ। ଏହି ସ୍ୱତନ୍ତ୍ର ବାକ୍ସ ସାହାଯ୍ୟରେ […]

  • Monday, 26 July 2021
amedakar
ସମାନତା ଓ ଜ୍ଞାନର ଅନ୍ୟ ନାମ ଆମ୍ବେଦକର

ମୁମ୍ୱାଇ: ଆଜି ହେଉଛି ଭାରତୀୟ ସମ୍ବିଧାନର ଲେଖକ ଡକ୍ଟର ଭୀମ୍‌ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ। ପ୍ରତିବର୍ଷ ଏପ୍ରିଲ୧୪ ତାରିଖକୁ ଆମ୍ବେଦକର ଜନ୍ମ ଜୟନ୍ତୀ ଭାବେ ପାଳନ କରାଯାଏ। ବାବା ସାହେବ ନାମରେ ଜଣାଶୁଣା ଭାରତ ରତ୍ନ ଆମ୍ୱେଦକର ତାଙ୍କ ଜୀବନସାରା ସମାନତା ପାଇଁ ସଂଘର୍ଷ କରିଥିଲେ। ଏହି କାରଣରୁ ଭାରତରେ ଭୀମ୍‌ ଜୟନ୍ତୀଙ୍କୁ ‘ସମାନତା ଦିବସ’ ଏବଂ ‘ଜ୍ଞାନ ଦିବସ’ ଭାବରେ ପାଳନ କରାଯାଏ। ଡକ୍ଟର ଭୀମ୍‌ରାଓ ଆମ୍ବେଦକର ୧୪ଏପ୍ରିଲ ୧୮୯୧ ରେ ମଧ୍ୟପ୍ରଦେଶର ଏକ ଛୋଟ […]

  • Monday, 26 July 2021
mann
ଲକ୍‌ଡାଉନ୍‌: ଭୋକ ବିକଳରେ ଖାଦ୍ୟ ପାଇଁ ମଣିଷ ଓ କୁକୁର ପ୍ରତିଯୋଗିତା

ଲକ୍ଷ୍ନୌ: କରୋନା ମହାମାରୀର ସାରା ବିଶ୍ୱକୁ ଦୋହଲେଇ ଦେଇଛି।  ପ୍ରତିଦିନ ହଜାର ହଜାର ମଣିଷଙ୍କର ଜୀବନ ଯାଉଛି। ଭାଇରସ୍‌କୁ ରୋକିବାକୁ ପାଇଁ ସବୁ ଏବେ ଘରେ ବନ୍ଦୀ। ସାରା ବିଶ୍ୱ ସମେତ ଭାରତରେ ବି ଲକ୍‌ଡାଉନ୍‌ ଜାରି ରହିଛି। ଅତି ଜରୁରୀ କାମ ନଥିଲେ କେହି ଘରୁ ବାହାରକୁ ବାହାରୁନାହାନ୍ତି। ଜନଜୀବନ ଏକ ପ୍ରକାର ଅଚଳ ହୋଇଯାଇଛି। ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଶ୍ରେଣୀର ଲୋକେ। ପ୍ରବାବିତ ହୋଇଛି ତାଙ୍କ ଜୀବନ ଜୀବିକା। ଏପରି ସ୍ଥିତିରେ […]

  • Monday, 26 July 2021
tiger
ଜଙ୍ଗଲରେ ଲଢୁଥିଲେ କଲରାପତରିଆ-ଅଜଗର, ଆଉ ଶେଷରେ....

ଇଣ୍ଡିଆନ ଫରେଷ୍ଟ ସର୍ଭିସ (ଆଇଏଫଏସ) ଅଧିକାରୀ ସୁଶାନ୍ତ ନନ୍ଦା ଅନେକ ସମୟରେ ବନ୍ୟପ୍ରାଣୀଙ୍କ ନିଆରା ଭିଡିଓ ସବୁ ସୋଶାଲ ମିଡିଆରେ ପୋଷ୍ଟ କରି ବେଶ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହା ସୋଶାଲ ମିଡିଆରରେ ଭାଇରାଲ ହୋଇଛି।  ଏଥର କଲରାପତରିଆ ‍ବାଘ ଏବଂ ଅଜଗର ମଧ୍ୟରେ ଲାଗିଥିବା ଯୁଦ୍ଧର ଏକ ଭିଡିଓ ସେୟାର କରିଛନ୍ତି। Leopard & Python squaring upto each other. As the python constricts, leopards […]

  • Monday, 26 July 2021
baranashi
୧୬୦୦ କିମି ଚାଲିଚାଲି ଘରକୁ ଗଲେ, ହେଲେ ମା’ ଖୋଲିଲେନି କବାଟ

ବାରଣାସୀ: ମହାମାରୀ କରୋନା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍‌। ସମସ୍ତେ ନିଜ ନିଜ ଘରେ ରହୁଛନ୍ତି। ନିହାତି ଆବଶ୍ୟକ ହେଲେ ଘରୁ ବାହାରକୁ ଆସଛୁନ୍ତି। ସବୁକିଛି ଠପ୍‌ ହୋଇଯାଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ସହରକୁ ଟଙ୍କା ରୋଜଗାର କରିବାକୁ ଆସିଥିବା ଲୋକଙ୍କ ସାମ୍ନାରେ ଜୀବିକା ସଙ୍କଟ ଆହୁରି ଗମ୍ଭୀର ହୋଇ ଯାଇଛି। କମ୍ପାନୀ ବନ୍ଦ, ଦରମା ନାହିଁ। ତେଣୁ ଘରଭଡା, ଖାଇବା ଯୋଗାଡ କରିବା କାଠିକର ପାଠ ହୋଇପଡ଼ୁଛି। ଏପଟେ ଲକ୍‌ ଡାଉନ୍‌ ଯୋଗୁ […]

  • Monday, 26 July 2021
corona
କରୋନା ରୋଗୀ ଥରେ ସୁସ୍ଥ ହେବା ପରେ ପୁଣିଥରେ କରୋନା ସଂକ୍ରମଣ ହେବ କି ?

ନୂଆଦିଲ୍ଲୀ: କୋଭିଡ୍-୧୯ ଭାଇରସ୍‌ ପାଇଁ ସାରା ବିଶ୍ୱ ଚିନ୍ତିତ ଥିବା ବେଳେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି। କରୋନାରୁ ଭଲ ହୋଇଥିବା ବ୍ୟକ୍ତି ପୁଣିଥରେ ଆକ୍ରାନ୍ତ ହେବାର ଆଶଙ୍କା ଅଛି କି ? ଏହାର ଉତ୍ତର ଖୋଜିବା ପାଇଁ ଏକ ସର୍ଭେ ହୋଇଥିଲା। ଏହି ସର୍ଭେ ରିପୋର୍ଟରେ କଣ ନିଷ୍କର୍ସ ବାହାରିଲା ଆସନ୍ତୁ ଜାଣିବା। କରୋନା ଭାଇସର୍‌ ସମ୍ପର୍କରେ ଅନେକ ସମୟରେ ଗୋଟିଏ ତର୍କ ଶୁଣାଯାଏ। ତାହା ହେଲା କୋଭିଡ୍-୧୯ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପାଖରେ […]

  • Monday, 26 July 2021
hindu
ହିନ୍ଦୁ ରୀତିନୀତିରେ ଅନ୍ତିମ ସଂସ୍କାର କଲେ ମୁସଲମାନ

ମୁମ୍ୱାଇ: ଦେଶରେ କରୋନା ଭାଇରସ ବୃଦ୍ଧି ପାଉଥିବା ବେଳେ ମୁମ୍ବାଇର ବାନ୍ଦ୍ରା ସହରର ଗରିବ ନଗରରେ ଲୋକମାନେ ଏକ ମହାନ କାର୍ଯ୍ୟ କରିଛନ୍ତି। ଏକ ମୁସଲମାନ ବସ୍ତିରେ ଜଣେ ହିନ୍ଦୁ ବୃଦ୍ଧାଙ୍କ ମୃତ୍ୟୁ ପରେ ପଡୋଶୀ ମୁସଲମାନମାନେ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁସାରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରି ଶବଦାହ କରିବା ପାଇଁ ଶ୍ମଶାନକୁ ନେଇଥିଲେ। ମାନବିକତାର ଏହି ଉଦାହରଣ ଦେଖିବାକୁ ମିଳିଛି ବାନ୍ଦ୍ରା ଷ୍ଟେସନ ନିକଟରେ ଥିବା ଗରିବ ନଗର ବସ୍ତିରେ। ମୃତ ବୃଦ୍ଧାଙ୍କର ନାଁ […]

  • Monday, 26 July 2021
pand
ବିନା ଖର୍ଚ୍ଚରେ ମାତ୍ର ୫ ମିନିଟ୍‌ରେ ପାନ୍‌କାର୍ଡ ବନାନ୍ତୁ

ଭୁବନେଶ୍ୱର: ଆୟକର ବିଭାଗ ପାନ୍‌ କାର୍ଡ ବନାଇବା ଏବେ ଖୁବ୍ ସହଜ କରିଦେଇଛି। ପୂର୍ବରୁ ପାନ୍‌ କାର୍ଡ ବନାଇବା ପାଇଁ ୧୫୦ ଟଙ୍କା ଦେବା ସହିତ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ ଏହା ଏବେ ଖୁବ୍‌ ସହଜ ଓ ମାଗଣା ମଧ୍ୟ ହୋଇଯାଇଛି। କେବଳ ୫ ମିନିଟ୍‌ରେ ଆପଣ ପାନ୍‌ କାର୍ଡ ତିଆରି କରି ନେଟ୍‌ରୁ ଡାଉନ୍‌ଲୋଡ୍ ମଧ୍ୟ କରିପାରିବେ। ଏଥିପାଇଁ ଆପଣଙ୍କ ଆଧାର କାର୍ଡ ସହିତ  ମୋବାଇଲ୍ ନମ୍ବର୍‌ ଲିଙ୍କ୍ ହୋଇଥିବା ନିହାତି ଆବଶ୍ୟକ। ତାହା […]

  • Monday, 26 July 2021
mask
ମାସ୍କ ପିନ୍ଧିବା ନେଇ କଣ କହୁଛି ସର୍ଭେ ରିପୋର୍ଟ

ଭୁବନେଶ୍ୱର: କରୋନା ଭାଇରସ୍ ଆରମ୍ଭରୁ ମାସ୍କ ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ ଆସୁସ୍ଥ ଲୋକମାନେ କିମ୍ବା କରୋନା ଲକ୍ଷଣ ଥିବା ଲୋକ ବା ତାଙ୍କ ଚିକିତ୍ସା ତାଙ୍କ ଦେଖାରେଖା କରୁଥିବା ଲୋକମାନେ ହିଁ ମାସ୍କ ପିନ୍ଧିବା ଦରକାର। କିନ୍ତୁ ବର୍ତ୍ତମାନ ମାସ୍କ ପିନ୍ଧିବାକୁ ନେଇ କଥା ଏବେ ବଦଳି ଯାଇଛି। ଆମେରିକାରେ ହୋଇଥିବା ଏକ ସର୍ଭେରେ ଜଣାପଡ଼ିଛି ଯେ କୋଭିଡ୍ ଭାଇରସ୍ ଛିଙ୍କିବା ଦ୍ୱାରା ୬ରୁ ୮ ମିଟର ଦୂର ପର୍ଯ୍ୟନ୍ତ ଯାଇପାରେ। […]

  • Monday, 26 July 2021
love
ଘରେ ଥିଲେ କେଉଁ ସବୁ ସାବଧାନତା ଆପଣେଇବେ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ

ନୂଆଦିଲ୍ଲୀ: ଘରେ ବି ମୁହଁ ଘୋଡ଼ାଇ ରୁହନ୍ତୁ। ଯଦି, ଜ୍ୱର, କାଶ, ଥଣ୍ଡା ରହିଛି ଅଥବା ଏଭଳି ରୋଗୀ ଘରେ ଅଛନ୍ତି ତାହା ହେଲେ ମୁହଁ ଘୋଡ଼ାଇବା ନିତ୍ୟାନ୍ତ ଆବଶ୍ୟକ। ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଲୋକଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ। ମାସ୍କ ନୁହେଁ ମୁହଁକୁ କୌଣସି ସଫା କପଡ଼ାରେ ଘୋଡ଼ାଇ ରଖିପାରିବେ। ହେଲେ ଘରେ ଥିବା ସବୁ ସଦସ୍ୟଙ୍କ ପାଇଁ ଅଲଗା ଅଲଗା କପଡ଼ା ବ୍ୟବହାର କରନ୍ତୁ। […]

  • Monday, 26 July 2021
money
ନୋଟ୍ କିମ୍ବା କଏନ୍‌ରୁ କରୋନା ଭାଇରସ୍ ବ୍ୟାପେ କି ?

କରୋନା ଭାଇରସ୍ ମହାମାରୀକୁ ରୋକିବା ପାଇଁ  ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକମାନଙ୍କୁ ନଗଦ ଟଙ୍କା କାରବାର ନକରି ଡିଜିଟାଲ୍ ପେମେଣ୍ଟ କରିବାକୁ ପରାମର୍ଶ ଦେଇଥିଲା। ଆରବିଆଇର ମୁଖ୍ୟ ମହାପ୍ରବନ୍ଧକ ଯୋଗେଶ ଦୟାଲ୍ କହିଥିଲେ ନଗଦ କାରବାର ପାଇଁ ଆପଣଙ୍କୁ ଭିଡ଼ ଜାଗାକୁ ଯାଇପାରନ୍ତି। ଫଳରୋ କରୋନା ସଂକ୍ରମଣ ଆଶଂକା ଦେଖାଦେଇପାରେ। ଆଉ ବର୍ତ୍ତମାନ ପରିସ୍ଥିତିରେ ଏଥିରୁ ବର୍ତ୍ତିବା ଦରକାର। ତେବେ ଆରବିଆଇ ପୂର୍ବରୁ ସିଏଆଇଟି (ଅଖିଳ ଭାରତୀୟ ବ୍ୟାପାରୀ ପରିଷଦ ସଂଘ) ମଧ୍ୟ ନଗଦ ଟଙ୍କା କାରବାର […]

  • Monday, 26 July 2021
aap
ଆପଣ କରୋନା ସଂକ୍ରମିତ ହେବାର ଆଶଙ୍କା ଅଛି କି ନାହିଁ କହିଦେବ ଏହି ସରକାରୀ ଆପ୍‌

ଭୁବନେଶ୍ୱର: ସାରା ଦେଶରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହି  ଭାଇରସ୍‌କୁ ଟ୍ରାକ୍‌ କରିବା ପାଇଁ କେନ୍ଦ୍ର ସରକାର ଏକ ଆପ୍ ଲଞ୍ଚ କରିଛନ୍ତି। ଏହି ଆପ୍‌ର ନାଁ ହେଉଛି ଆରୋଗ୍ୟ ସେତୁ (Aarogya setu)। ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ସହ ମିଶି ଏହି ଆପ୍‌କୁ ତିଆରି କରିଛି। କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଏହି ଆପ୍‌ ତିଆରି କରାଯାଇଛି। ଯଦି ଆପଣ କୌଣସି […]

amnulance
ମୃତ ବୋଲି କହି ଆମ୍ୱୁଲାନ୍ସରେ ଯାଉଥିଲେ, ଧରିଲା ପୋଲିସ

ସୁରନକୋଟ: ମହାମାରୀ କରୋନା ଭାଇରସକୁ ମାତ୍‌ ଦେବାପାଇଁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ସରକାର। ଲକଡାଉନ୍ କାରଣରୁ ଫସି ରହିଥିବା ଲୋକମାନେ ନିଜ ଘରକୁ ଯିବା ପାଇଁ ଅଜବ ପ୍ରକାରର ଉପାୟମାନ ଅବଲମ୍ୱନ କରୁଛନ୍ତି। ଜଣେ ବ୍ୟକ୍ତି ନିଜର ମୃତ୍ୟୁ ଷଡ଼ଯନ୍ତ୍ର ରଚି ୩ଜଣ ସାଙ୍ଗଙ୍କ ସହ ଆମ୍ୱୁଲାନ୍ସରେ ଗାଁକୁ ଯାଉଥିଲାବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି। ଘଟଣାଟି ଘଟିଛି ପୁଞ୍ଚ ଜିଲ୍ଲାର ସୁରନକୋଟରେ। ସେମାନେ ଗାଁରେ ପହଁଞ୍ଚିବା ପୂର୍ବରୁ ପୋଲିସ ଘଟଣାର ପର୍ଦାଫାଶ […]

  • Monday, 26 July 2021
handwash
କରୋନା ଭାଇରସକୁ ରୋକିବାକୁ କେଉଁଟା ଭଲ; ସାବୁନ୍ ନା ସାନିଟାଇଜର ?

ଭୁବନେଶ୍ୱର: ଚୀନ୍‌ର ଉହାନ ସହରରୁ ଆସିଥିବା ଏହି କରୋନା ଭାଇରସ ପୃଥିବୀର ଅନେକ ଦେଶକୁ ନିଜର କବ୍‌ଜାକୁ ନେଇସାରିଲାଣି। ଏମିତିକି ଭାରତରେ କରୋନା ଭାଇରସ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦେଶର ସବୁଆଡ଼େ ଲକ୍‌ଡାଉନ୍ ହୋଇଥିଲେ ମଧ୍ୟ କରୋନା ଭାଇରସ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶରେ ଏପର୍ଯ୍ୟନ୍ତ ୮୭୩ ସଂକ୍ରମଣ ମାମଲା ଆସିଥିଲାବେଳେ ସେଥିମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମାରାତ୍ମକ କରୋନା ଭାଇରସ ଆରମ୍ଭ ହେବା ଦିନଠାରୁ ଲୋକମାନେ ସାବୁନ୍ କିମ୍ବା […]

  • Monday, 26 July 2021
satge
ଭାରତରେ କରୋନା ଷ୍ଟେଜ୍-୨: ଜାଣନ୍ତୁ ଏହା କଣ ?

ଭୁବନେଶ୍ୱର: ଭାରତରେ କରୋନା ସ୍ଥିତି ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା  ୨୮୩ ଛୁଇଁଲାଣି। ତେବେ ଭାରତରେ ବର୍ତ୍ତମାନ କରୋନା ସ୍ଥିତି ଷ୍ଟେଜ୍‌-୨ରେ ଅଛି। ଯଦି ଏହା ଷ୍ଟେଜ୍‌-୩ ଓ ଷ୍ଟେଜ୍‌-୪କୁ ଆଡ଼େ ଗତି କରିବ ତେବେ ସ୍ଥିତି ଆହୁରି ଜଟିଳ ହେବ। ଜନସଂଖ୍ୟା ବହୁଳ ରାଷ୍ଟ୍ର ଭାରତ ପାଇଁ କରୋନାକୁ ମୁକାବିଲା କରିବା କଷ୍ଟକର ହୋଇପଡ଼ିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏଥିପାଇଁ ଆମକୁ ସତର୍କ ରହିବାକୁ ହେବ। ସୋସିଆଲ୍ ଡିଷ୍ଟାନ୍ସ(ସାମାଜିକ ଦୂରତ୍ୱ) ରଖିବାକୁ […]

  • Monday, 26 July 2021
corona
ଖରା ହେଲେ କରୋନା ଭାଇରସ୍‌ ମରିଯିବ; ଏ କଥା କ'ଣ ସତ?

ଭୁବନେଶ୍ୱର: ଗରମ କିମ୍ବା ଟାଣ ଖରାରରେ କରୋନା ଭାଇରସ୍‌ ମରିଯାଏ ବୋଲି ଚାରିଆଡ଼େ ଶୁଣିବାକୁ ମିଳୁଛି। କିଏ ଗରମ ପାଣି ପିଇବାକୁ କହୁଛନ୍ତି ତ ଆଉ କିଏ ଗରମ ପାଣିରେ ଗାଧୋଇବାକୁ ପରାମର୍ଶ ଦେଉଛନ୍ତି। ଏମିତିକି ଖରାରେ ଛିଡ଼ା ହେଲେ ଶରୀରରୁ କରୋନା ଭୂତାଣୁ ମରିଯିବ ବୋଲି ମଧ୍ୟ ଗୁଜବ ପ୍ରଚାର ହେଉଛି। ଏମିତିକି ଆଇସ୍‌କ୍ରିମ୍‌ ନ ଖାଇବାକୁ ମଧ୍ୟ ଗୁଜବ ପ୍ରଚାର ହେଉଛି। ୟୁନିସେଫ୍(ୟୁନାଇଟେଡ୍ ନେସନ୍ ଇଣ୍ଟର୍‌ନ୍ୟାସନାଲ ଚିଲ୍‌ଡ୍ରେନ୍ସ ଇମର୍ଜେନ୍ସି ଫଣ୍ଡ) ନାଁରେ ଏହିସବୁ ଗୁଜବ […]

  • Monday, 26 July 2021
pakhal dibasa
କରୋନା ପାଇଁ ଫିକା ପଡ଼ିଲା ପଖାଳ ଦିବସ

ଭୁବନେଶ୍ୱର: ବିଭିନ୍ନ ଖାଦ୍ୟ ମଧ୍ୟରୁ ଓଡ଼ିଆଙ୍କ ମଧ୍ୟରେ ପଖାଳର ସ୍ଥାନ ସ୍ୱତନ୍ତ୍ର। ଯେତେ ଯାହା ଖାଇଲେ ବି ପଖାଳ ଟିକେ ଖାଇ ଦେଲେ ମନକୁ ଶାନ୍ତି ଓ ତୃପ୍ତି ମିଳିଥାଏ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ (ୟୁନିଭର୍ସାଲ ପଖାଳ ଡେ) ଭାବେ ପାଳନ କରାଯାଏ। କିନ୍ତୁ କରୋନା ମହାମାରୀକୁ ନେଇ ପଖାଳ ଦିବସଟି ଫିକା ପଡ଼ିଯାଇଛି। କେବଳ ଓଡ଼ିଶାରେ ରହୁଥିବା ଲୋକ […]

  • Monday, 26 July 2021
corona
କରୋନାର ଲକ୍ଷଣ ଏମିତି: ସଚେତନ ହେଲେ ପାଖ ମାଡ଼ିବନି ଭାଇରସ୍

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ସଚେତନତାର ଅଭାବ ଯୋଗୁ ଲୋକେ ଅଯଥା ଚିନ୍ତିତ ହେଉଛନ୍ତି। ଯଦି ସଜାଗ ରହିବା ଓ କରୋନା ସଂକ୍ରମଣକୁ ରୋକିବା ଦିଗରେ ପ୍ରସ୍ତୁତି ଚଳାଇବା ତେବେ ଏହି ରୋଗ ନିଶ୍ଚିତ ଭାବେ ପରାଜିତ ହେବ। କରୋନା ପାଇଁ ସ୍ଥିତି ଏମିତି ହୋଇଛି ଯେ ଯଦି କେହି ସର୍ବସାଧାରଣ ସ୍ଥାନରେ ଛିଙ୍କୁଛନ୍ତି କିମ୍ବା କାଶୁଛନ୍ତି, ଲୋକେ […]

  • Monday, 26 July 2021
karona
କରୋନା ଭୟ; ଗୁଜବକୁ ବିଶ୍ୱାସ କରନ୍ତୁନି, ଏମିତି ସଚେତନ ରୁହନ୍ତୁ

ଭୁବନେଶ୍ୱର: ଚୀନର ଉହାନ ସହରରୁ ଆସି ସାରା ବିଶ୍ୱରେ ଆତଙ୍କ ରଚିଛି କରୋନା ଭାଇରସ। ଦିନକୁ ଦିନ କରୋନା ଭାଇରସରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାମାନ୍ୟ ଥଣ୍ଡା ବା କାଶ ହେଲେ ବି ଲୋକେ ଡରି ଯାଉଛନ୍ତି। ତେବେ କ’ଣ ଏଇ କରୋନା ଭୂତାଣୁ ଏବଂ କିପରି ଏହା କବଳରୁ ବର୍ତ୍ତିବେ, ଆସନ୍ତୁ ଜାଣିବା। କରୋନା ହେଉଛି ଭୂତାଣୁମାନଙ୍କର ଏକ ସମୂହ। ଏହାର ପ୍ରଥମ ଲକ୍ଷଣ ହେଉଛି ଥଣ୍ଡା-ଜ୍ୱର।  ଏହି ରୋଗ […]

  • Monday, 26 July 2021
777777
ନାରୀ ସଶକ୍ତ, ସ୍ୱାବଲମ୍ୱୀ, ଓ ସ୍ୱାଭିମାନୀ; ଏଇମାନେ ହିଁ ତା'ର ସଠିକ୍‌ ଉଦାହରଣ

ନୂଆଦିଲ୍ଲୀ: ମହିଳା ନିଜେ ସ୍ୱାବଲମ୍ୱୀ,ସଶକ୍ତ ଓ ସ୍ୱାଭିମାନୀ। ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ଏବେ ସେ ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ। ରେଳ ବିଭାଗରେ ହେଉ ଅବା ଉଦ୍ୟୋଗ କ୍ଷେତ୍ରରେ, ସବୁଠି ଅଗ୍ରଣୀ ଭୂମିକା ନେଇଛନ୍ତି ମହିଳା। କେରଳ ତ୍ରିବେନ୍ଦ୍ରମ୍ ଷ୍ଟେସନରେ କାମ କରୁଥିବା କିଛି ମହିଳା ମେକାନିକ୍ ଏବେ ସୃଷ୍ଟି କରିଛନ୍ତି ଉଦହାରଣ।  ୧୭ ଜଣିଆ ଟିମ୍ ତ୍ରିବେନ୍ଦମ୍ ଷ୍ଟେସନ୍ ରେ କାମ କରୁଛନ୍ତି । ଟ୍ରେନ୍ ରହଣୀଠୁ ଛାଡ଼ିବା ଯାଏ ସବୁ ଏମାନଙ୍କ […]

  • Monday, 26 July 2021
sch777e
ନାଚଗୀତ ମାଧ୍ୟମରେ ଚାଲିଛି ପିଲାମାନଙ୍କର ପାଠପଢା

କୋରାପୁଟ: ବିଭିନ୍ନ ସ୍କୁଲରେ ପାଠପଢାକୁ ନେଇ ଶିକ୍ଷକମାନେ ବିଭିନ୍ନ ଉପାୟ ଅବଲମ୍ୱନ କରିଥାନ୍ତି। ନାଚ ଗୀତ କରି ପିଲାମାନଙ୍କୁ ସ୍କୁଲରେ ପାଠ ପଢାଇବା ଦ୍ୱାରା ପିଲାଙ୍କର ବି ପାଠପଢା ପ୍ରତି ଆଗ୍ରହ ବଢିଥାଏ। ପିଲାମାନଙ୍କୁ ପାଠ ପଢାଇବା ପାଇଁ ଶିକ୍ଷକମାନେ ସଦାସର୍ବଦା ତତ୍ପରତା ଦେଖାଇଥାନ୍ତି। ସେମିତି ଏକ ନିଆରା ଢ଼ଙ୍ଗରେ ପାଠ ପଢାଉଛନ୍ତି ସ୍କୁଲର କର୍ତ୍ତୃପକ୍ଷ। ନାଚଗୀତ ସହ ଖେଳକୁଦ କରି ପିଲାମାନଙ୍କୁ ସେଠାରେ ପାଠପଢା ଯାଉଛି। ଖାଲି ଏତିକି ନୁହେଁ, ପିଲାମାନଙ୍କୁ ଯୋଗ ଶିକ୍ଷା ଦିଆଯିବା […]

  • Saturday, 24 July 2021