/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666803159.jpg)
gaurahari das
ବିଶିଷ୍ଟ କଥାକାର ଡର ଗୌରହରି ଦାସଙ୍କୁ ମିଳିଲା ଚଳିତ ବର୍ଷର ସମ୍ମାନଜନକ ଶାରଳା ପୁରସ୍କାର । ପୁସ୍ତକ ବାଘ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ଗୌରହରି ଦାସଙ୍କୁ ରାଜ୍ୟର ଏହି ପ୍ରତିଷ୍ଠିତ ସାହିତ୍ୟ ସମ୍ମାନ ମିଳିଛି । ପୁରସ୍କାର ସ୍ୱରୂପ ଡକ୍ଟର ଗୌରହରି ଦାସଙ୍କୁ ନଗଦ ୫ ଲକ୍ଷ ଟଙ୍କା ସହ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଛି ।
ଇମ୍ପାକ୍ଟ ପକ୍ଷରୁ ଆୟୋଜିତ ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ହିନ୍ଦୀ ଲେଖକ ଉଦୟନ ବାଜପେୟୀ ଯୋଗଦେଇଥିଲେ । ସାହିତ୍ୟ ଆମକୁ ସତ୍ୟ ସହ ସାକ୍ଷାତ କରାଏ ବୋଲି ଏଠାରେ ସେ ମତ ରଖିଥିଲେ । ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଶ୍ରେଷ୍ଠ ସାହିତ୍ୟ କୃତି ଲାଗି ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପ୍ରଦାନ କରାଯାଏ ।
ସେହିପରି କଳା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ଲାଗି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଚିତ୍ରକର ପ୍ରଫୁଲ୍ଲ ମହାନ୍ତି ଓ ପ୍ରସିଦ୍ଧ ଓଡ଼ିଶୀ ସଙ୍ଗୀତ ସାଧକ ଗୁରୁ ଶ୍ରୀ ଘନଶ୍ୟାମ ପଣ୍ଡାଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ମିଳିଛି । ପୁରସ୍କାର ବାବଦରେ ଉଭୟଙ୍କୁ ଦେଢ଼ ଲକ୍ଷ ଲେଖାଏଁ ଟଙ୍କା, ମାନପତ୍ର ଓ ଫଳକ ପ୍ରଦାନ କରାଯାଇଛି ।
ଓଡ଼ିଶୀ ସଂଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ପ୍ରଦାନ କରାଗଲା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ-୨୦୨୨’... #Bhubaneswar#OTV#IMFA#Impactpic.twitter.com/A4J7Zxtc8q
— ଓଟିଭି (@otvkhabar) October 26, 2022
#ଡକ୍ଟର_ଗୌରହରି_ଦାସଙ୍କୁ_ଶାରଳା_ପୁରସ୍କାର_ଦେଇ_ଆମେ_ଗର୍ବିତ
ବିଶିଷ୍ଟ କଥାକାର ଗୌରହରି ଦାସଙ୍କୁ ସମ୍ମାନଜନକ ଶାରଳା ପୁରସ୍କାର ପ୍ରଦାନ । ଇମ୍ପା ପକ୍ଷରୁ ପୁରସ୍କାର ଭାବେ ୫ ଲକ୍ଷ ଟଙ୍କା, ମାନପତ୍ର, ଫଳକ ପ୍ରଦାନ । #SaralaPuraskar2022#Bhubaneswar#OTV#imfa#impactpic.twitter.com/hkH5RSKn8Q— ଓଟିଭି (@otvkhabar) October 26, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)