• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପ୍ରତିଦିନ ଇଣ୍ଟରନେଟ୍‌ରେ କିଛି ନା କିଛି ଅଜବ ଗଜବ ଘଟଣା ସାମ୍ନାକୁ ଆସେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦିଏ । କେତେକ ଘଟଣାର ସତ୍ୟାସତ୍ୟ ପ୍ରମାଣ ରହିଥିବା ବେଳେ କେତେକର ନଥାଏ । ତେବେ ଏହିପରି ଘଟଣା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ମଧ୍ୟ ହୋଇଥାଏ । ସାଧାରଣତଃ ଆମେ ଆଖି ଦ୍ୱାରା ଦେଖିଥାଉ । ଆମେ ସମସ୍ତେ ଜାଣିଥାଉ ଇଲେକ୍ଟ୍ରୋନିକ ସାମଗ୍ରୀରେ ଫ୍ଲାସ୍‌ ଲାଇଟ୍‌ ଫିଟ୍‌ କରାଯାଇଥାଏ । ଯଦି ସେହି ଫ୍ଲାସ୍‌ଲାଇଟ୍‌ ଆଖିରେ ଫିଟ୍‌ କରାଯାଏ ତ । କଥାଟି ଅଡ଼ୁଆ ଲାଗୁଥିଲେ ବି ଏଭଳି ଘଟଣା କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣା ସତ ବୋଲି ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଭିଡିଓ ବ୍ରାଏନ୍‌ ଷ୍ଟାନଲି ନିଜ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି । ସେ ନିଜକୁ ଏକ OG ଟାଇଟାନିୟମ୍ ଆଇ ମେକର୍, ସାଇବର୍ଗ ଆଇ ମେକର୍, ପ୍ରୋଟୋଟାଇପ୍ ମେସିନିଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି । ତାଙ୍କ ବାୟୋରେ ସେ ନିଜକୁ CNC ପ୍ରୋଗ୍ରାମର୍ ବୋଲି ମଧ୍ୟ ଲେଖିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ରାଏନ୍‌ଙ୍କ ଆଖିରେ ଫ୍ଲାସ୍‌ଲାଇଟ୍‌ ଲାଗିଛି ଏବଂ ଏହି ଲାଇଟ୍‌ରେ ପୁରା ଘର ଆଲୋକିତ ହୋଇଉଠୁଛି । ସେହି ଆଲୁଅରେ ସେ ବହି ମଧ୍ୟ ପଢ଼ୁଛନ୍ତି । ସେ କହୁଛନ୍ତି ଏହା ଏକ ‘ସ୍କଲ୍‌ ଲ୍ୟାମ୍ପ’ ।

 

ବାସ୍ତବରେ ବ୍ରାଏନ୍‌ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ଗୋଟିଏ ଆଖି ନଷ୍ଟ ହୋଇଯାଇଥିଲା । ଏହାପରେ ସେ ଆଧୁନିକ ଟୋକ୍ନୋଲୋଜି ମାଧ୍ୟମରେ ସେହି ଆଖିରେ ଫ୍ଲାସ୍‌ଲାଇଟ୍‌ ଫିଟ୍‌ କରିଥିଲେ । ଏହା ପାଇଁ ଏକ ବ୍ୟାଟେରି ମଧ୍ୟ ଫିଟ୍‌ କରାଯାଇଛି, ଯାହାର କାପାସିଟି ୨୦ ଘଣ୍ଟା ରହିଛି । ସେ ଏହାକୁ ଦୁଇ ବର୍ଷ ହେବ ବ୍ୟବହାର କରୁଥିବାର ମଧ୍ୟ ଭିଡିଓରେ କହୁଛନ୍ତି ।

ଏହି ଭିଡିଓକୁ ବର୍ତ୍ତମାନ ଯାଏଁ ୨ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ଲୋକେ ଆଶ୍ଚର୍ଯ୍ୟ ହେବା ସବ ଭିନ୍ନ ଭିନ୍ନ ମତାମତ ମଧ୍ୟ ଦେଇଛନ୍ତି ।