• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆରମ୍ଭ ହେଲାଣି ବିବାହ ଋତୁ । ଆଉ ବାହାଘର ପାଇଁ ଉଭୟେ ପୁଅ-ଝିଅଙ୍କ ପରିବାର ପକ୍ଷରୁ ବିଭିନ୍ନ ୱେବସାଇଟ୍‌ରେ ବିଜ୍ଞାପନ ଦିଆଯାଉଛି । ଖାଲି ୱେବସାଇଟ୍‌ରେ କାହିଁକି ବରଂ ଖବରକାଗଜ, ସୋସିଆଲ ମିଡିଆରେ ବି ପ୍ରାର୍ଥୀ ଖୋଜିବାକୁ ପ୍ରୟାସ ଚାଲିଛି । ଆଉ ଏପରି ସମୟରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି । ଝିଅ ପାଇଁ ପରିବାର ଲୋକ ଉପଯୁକ୍ତ ବର ପାଇବାକୁ ବିଜ୍ଞାପନ ଦେଇଛନ୍ତି, ଯେଉଁଥିରେ ରହିଛି ଯୋଗ୍ୟତାର ଲମ୍ବା ତାଲିକା । 

ବିଜ୍ଞାପନରେ ସ୍ପଷ୍ଟ କରାଯାଇଛି କି, ଏପରି ଏକ ପିଲା ଦରକାର, ଯାହାର ଦୁଇରୁ ଅଧିକ ଭାଇ-ଭଉଣୀ ନଥିବେ । ଯୁବକଙ୍କର ବାର୍ଷିକ ଦରମା ୩୦ ଲକ୍ଷରୁ ଅଧିକ ଥିବ । ଉଚ୍ଚତା ନିଶ୍ଚୟ ୫.୭ ଫୁଟ୍‌ରୁ ଅଧିକ ଥିବ । କେବଳ ଏତିକି ନୁହେଁ ବରଂ ପିଲା ବିଜ୍ଞାନରେ ପାଠ ପଢିଥିବା ଦରକାର ବୋଲି କୁହାଯାଇଛି । ଜୀବନସାଥୀ ଆଇଆଇଟି ବା ଏନଆଇଟିରେ ପଢ଼ିଥିବା ଜରୁରୀ । ଏତିକି ନୁହେଁ ବିଜ୍ଞାପନରେ ୭ଟି ଆଇଆଇଟି ଇନଷ୍ଟିଚ୍ୟୁଟର ଏକ ତାଲିକା ମଧ୍ୟ ରହିଛି ।   ନିଟ୍, ଆଇଆଇଆଇଟି. ଆଇଆଇଏସସି ବେଙ୍ଗାଲୁରୁ, କୋଲକାତା ଯାଦବପୁର ୟୁନିଭର୍ସିଟିର ନାଁ ରହିଛି ।

 ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏଇ ଫଟୋଟିରେ ବିବାହ ପାଇଁ ରଖାଯାଇଥିବା ସର୍ତ୍ତକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି ।