• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସଜାଡ଼ିବା ସମୟରେ ଦୋକାନରେ ଭୟଙ୍କର ଶବ୍ଦ କରି ଫାଟିଲା ମୋବାଇଲ । ଅତର୍କିତ ବିସ୍ପୋରଣରେ ଦୋହଲିଗଲା ପୂରା ଅଞ୍ଚଳ । ଉତ୍ତରପ୍ରଦେଶର ଲଲିତପୁରରେ ଏକ ମୋବାଇଲ୍ ମରାମତି ଦୋକାନର ଏହି ଭିଡିଓ ସୋସିଆଲ ମିଡିଆ ରେ ଚର୍ଚ୍ଚାର ବିଷୟ ପାଲଟିଛି । ସୌଭାଗ୍ୟବଶତଃ ଘଟଣାସ୍ଥଳରେ ଛିଡ଼ା ହୋଇଥିବା ଗ୍ରାହକ ଏବଂ ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୂରା ଘଟଣା ଦୋକାନର ସିସିଟିଭିରେ କଏଦ ହୋଇଛି । ଭଦୋହି ୱାଲା ନାମକ ଜଣେ ଟ୍ୱିଟର ୟୁଜର ଏହି ଘଟଣାର ଭିଡିଓ ସେୟାର କରିଛନ୍ତି ।

କ୍ୟାପସନରେ ଲେଖା ହୋଇଛି, 'ଉତ୍ତରପ୍ରଦେଶର ଲଲିତପୁରରେ ମରାମତି ସମୟରେ ଏକ ମୋବାଇଲ୍ ବୋମା ପରି ଫାଟିଛି । ୧୩ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳୁଛି, ଦୋକାନୀ ଜଣକ ଫୋନରୁ ବ୍ୟାଟେରୀ ବାହାର କରିବା ମାତ୍ରେ ସେଥିରେ ନିଆଁ ଲାଗି ଯାଉଛି । ଆଉ ଦୋକାନାର ଠିଆ ହୋଇଥିବା ଦୋକାନୀ ଏବଂ ଗ୍ରାହକ ତୁରନ୍ତ ପଛକୁ ଚାଲିଯାଇ ବିସ୍ଫୋରଣରୁ ବଞ୍ଚି ଯାଉଛନ୍ତି । ଯଦିଓ ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି, ତଥାପି ଭିଡିଓ ଫୁଟେଜ୍ ଦେଖି ଭୟ ଲାଗୁଛି ।

ଅଧିକ ପଢ଼ନ୍ତୁ: ଷ୍ଟେସନ୍‌ରେ ଛିଡ଼ା ହୋଇଥିଲା ଟ୍ରେନ୍‌, ଅଚାନକ ଇଞ୍ଜିନ୍‌ରେ ଲାଗିଲା ନିଆଁ ! ଦେଖନ୍ତୁ ଭିଡିଓ..

ଏହି ଭିଡିଓ ଲୋକଙ୍କୁ ଚକିତ କରିବା ସହ ଭୟଭୀତ କରୁଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ଟ୍ୱିଟରରେ ୧୫,୦୦୦ ରୁ ଅଧିକ ଥର ଦେଖାଯାଇଛି । ଏହି ଘଟଣାକୁ ଧ୍ୟାନରେ ରଖି ବ୍ୟାଟେରୀ ଚାର୍ଜ କରିବା ସମୟରେ ଅତି କମରେ ଆପଣଙ୍କ ମୋବାଇଲ୍ ଡିଭାଇସ୍ କିମ୍ବା କୌଣସି ଇଲେକ୍ଟ୍ରୋନିକ୍ ଉପକରଣଠାରୁ ସୁରକ୍ଷିତ ଦୂରତାରେ ରହିବାକୁ ପରାମର୍ଶ ଦିଆଯାଇଛି ।