ହାତୀ ପାଇଁ ଗାଁ ଛାଡିଦେଲେ ଲୋକେ । କିଏ ହୋମ ପାଇପ୍ରେ ପଶିଲାଣି ତ ଆଉ କିଏ ସମ୍ପର୍କୀୟଙ୍କ ଘରେ ଲୁଚିଲାଣି । ହାତୀ ଉତ୍ପାତରେ ଅତିଷ୍ଠ ହେଲେଣି ଲୋକେ...କିନ୍ତୁ ପ୍ରଶାସନ ଦେଉନି ସହାୟତା
ଆସନ୍ତା ୪ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ହୋଇପାରେ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଦୁର୍ଘଟଣା ପରେ ବିଛଣାରେ ସ୍ୱାମୀ । ମାଆ, ସ୍ତ୍ରୀ, ପିଲାଙ୍କୁ ଯିଏ ଦିନେ ସାହାରା ଦେଉଥିଲେ ଆଜି ସିଏ ଅନ୍ୟର ସାହାରାରେ ବଞ୍ଚୁଛନ୍ତି । ହାତଯୋଡ଼ି ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି, ସ୍ୱାମୀଙ୍କୁ ବଞ୍ଚାଇବା ଲାଗି ଗୁହାରି କରୁଛନ୍ତି।
ସକାଳୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଅଘଟଣ
ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା । ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ । ୪୦ ଡିଗ୍ରୀ ଉପରେ ରାଜ୍ୟର ୨୫ ସହର ।
ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ୍ ଭାବି ଭରସା କଲେ , ହେଲେ ସେ ଏ କ’ଣ କରିଦେଲେ
ବରଗଡ଼ ଓ ବଲାଙ୍ଗିରରେ ଖୋଲାଖୋଲି ଅସନ୍ତୋଷ । ବରଗଡ଼ ଓ ବଲାଙ୍ଗିର ବିଜେଡି ଯୁବ ସଭାପତିଙ୍କ ଅସନ୍ତୋଷ ।
ପୂରା ଟଙ୍କା ପଇଠ କରି ଆମାଜନରୁ ଲାପଟପ୍ ଅର୍ଡର କରାଯାଇଥିଲା । ହେଲେ ୫୬,୯୯୦ ଟଙ୍କା ମୂଲ୍ୟର HP କମ୍ପାନୀର ଲାପଟପ୍ ବଦଳରେ ଘରେ ପହଞ୍ଚିଲା . .
ପିଡିଏସ ଚାଉଳ ପାଇଁ ଏହି ଗାଁର ଲୋକମାନେ ଅଣଓସାରିଆ ଓ ବିପଦପୂର୍ଣ୍ଣ ୧୦ କିଲୋମିଟର ଯାତ୍ରା କରି ଯିବା ପରେ ମୁଣ୍ଡରେ ମୁଣ୍ଡେଇ ଚାଉଳ ଆଣନ୍ତି ।
ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ମୋଟ୍ ୧୦ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି।
ଟିବିରେ ଆକ୍ରାନ୍ତ ହେବାପରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ଛାତ୍ରୀଙ୍କର ଗତକାଲି ଆନନ୍ଦପୁର ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ପରେ ଘଟଣାକୁ ନେଇ ଅପମୃତ୍ୟୁ ମାମଲା କହି ଶବକୁ ଜବତ କରିଥିଲା ରାମଚନ୍ଦ୍ରପୁର ପୋଲିସ ।
ଗତକାଲି ମାଆର ମୃତ୍ୟୁ ହେଲା ବୋଲି ଭାଇମାନଙ୍କୁ ଖବର ଦେବାରୁ ଭାଇମାନେ ଆଡ଼ ଆଖିରେ ବି ଚାହିଁଲେନି । ଗାଁର ସରପଞ୍ଚଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଆର ଶେଷକୃତ୍ୟ ସମ୍ପନ୍ନ କଲା ଝିଅ । ଏ ସଂପର୍କରେ ମୃତ ଅପୂର୍ବ ନାଏକଙ୍କ ସାନପୁଅ କହିଛନ୍ତି ମାଆଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଗାଁକୁ ଯିବାକୁ ଚେଷ୍ଟା କରିଥିଲେ ।
ପ୍ରଶାସନ ଦ୍ୱାରା ଅପମାନିତ ହୋଇ ଇସ୍ତଫା ଦେଲେ କେନ୍ଦୁଝର ବରଦାପାଳ ପଞ୍ଚାୟତର ଯୁବ ସରପଞ୍ଚ ଗଣେଶ ମୁଣ୍ଡା
ଠିକ୍ରେ ପାଣି ମିଳୁନଥିବାରୁ ଛୋଟିଆ ପାଣି ଖାଲକୁ ଲୋକେ ପିଇବା ପାଣି ପାଇଁ ବ୍ୟବହାର କରିଥାନ୍ତି । ଖାଲଟିର ପରିବେଶଟି ଅତି ଆବର୍ଜନା ପୂର୍ଣ୍ଣ ଭାବରେ ରହିଛି । ଅନେକ ସମୟରେ ଗାଈଗୋରୁ ଓ କୁକୁର ଏହି ଖାଲରୁ ପାଣି ପିଅନ୍ତି।
ହଦଗଡ଼ ପଞ୍ଚାୟତ ମୁଖ୍ୟାଳୟକୁ ପହଞ୍ଚିବାକୁ ହେଲେ ୪ଟି ଗାଁ ଲୋକଙ୍କୁ ଦରକାର ଥିଲା ୮ କିଲୋମିଟର ପାହାଡ଼ କାଟି ରାସ୍ତା ତିଆରି କରିବାର ଅସମ୍ଭବ ଲକ୍ଷ୍ୟ । ତେବେ ସେ ଲକ୍ଷ୍ୟ ହାସଲ କରିବାକୁ ଏକ ନିଆରା ଉପାୟ ପାଞ୍ଚିଥିଲେ ଗାଁ ଲୋକେ ।
ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ। ଆସନ୍ତା ୫ ଦିନ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ। ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ।
ଏକା ସାଙ୍ଗରେ ଚାଲିଗଲେ ବାପା-ପୁଅ । ଭାତ ସାଙ୍ଗରେ ତିଅଣ ଏମାନଙ୍କ ଲାଗି ସାତ ସପନ । କଇଁଆ, ଆମ୍ବ ଖାଇ ବଞ୍ଚୁଛି ପୂରା ପରିବାର । ପୁଣି ମୁଣ୍ଡ ଉପରେ ବିଧବା ବୋହୂ ସହ ନାତିନାତୁଣୀଙ୍କ ବୋଝ
ହିତାଧିକାରୀଙ୍କ ଅଗୋଚରରେ ଭୂତ ଶ୍ରମିକଙ୍କ ନାଁରେ ପୋଖରୀ ଟଙ୍କା ହଡପ୍ ହୋଇଛି
ତାତିରେ ସଡନ୍ ବ୍ରେକ୍। ହାଲୁକା ବର୍ଷା, ଥଣ୍ଡା ପବନ ପାଇଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ୨୨ ଏବଂ ୨୩ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି।
ଗୋଟିଏ ପଟେ ସାରା ରାଜ୍ୟରେ ତାତି ବଢିବାରେ ଲାଗିଛି ଆଉ ତା’ସାଙ୍ଗକୁ ତାଳ ଦେଇ ବଢିଚାଲିଛି ପିଇବା ପାଣିର ସମସ୍ୟା।
ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ।
ଆଜିଠୁ ସାଧାରଣ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ସେହିପରି ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।
ସମ୍ବଲପୁର-୪୨.୨ ଡିଗ୍ରୀ, ଝାରସୁଗୁଡା- ୪୧.୬ ଡିଗ୍ରୀ