ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି ।
କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ତାତି କମିଥିବା ବେଳେ ଆଜି ପୁଣି ଗରମ ଅନୂଭବ ହେଉଛି ।
ବାପା ନାହାନ୍ତି କି ମାଆ ନାହାନ୍ତି । ଆଗପଛ ହୋଇ ଆରପାରିକୁ ଚାଲିଗଲେ ଉଭୟ । ବାପା ଆଉ ମାଆଙ୍କ ଅବର୍ତ୍ତମାନରେ ଏବେ ବଡ଼ କଷ୍ଟରେ ଦିନ କାଟୁଛନ୍ତି କରଞ୍ଜିଆର ଅନିତା ଓ ସୋନାଲି । ଜଣଙ୍କୁ ୮ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କୁ ୫ । ଏ ବୟସରେ ନିଜ ହାତରେ ଖାଇବା ବି କଷ୍ଟକର ହୋଇପଡ଼ୁଥିବା ବେଳେ ପରିସ୍ଥିତର ଦାସ ହୋଇ ନିଜ କାମ ନିଜେ କରୁଛନ୍ତି ଦୁଇ ଭଉଣୀ ।
ଯେଉଁଠି ବାଲି, ଚିପ୍ସ...ସେଇଠି ପାଠପଢା । ଝରକା ନାହିଁ କବାଟ ନାହିଁ...ଭଙ୍ଗା ଦଦରା ଘରେ ଚାଲିଛି ପାଠପଢା । ମହୁଲ, କେନ୍ଦୁ ପାଚିବାରୁ ଭାଲୁ ଭୟ ବି ରହିଛି । କିନ୍ତୁ ପ୍ରଶାସନ ଚେଇଁ ଶୋଇଛି
ମଦ ପିଇ ସାର୍ ଫୁଲ୍ ମାତାଲ୍। ଖାଲି ସାର୍ ନୁହନ୍ତି ତାଙ୍କ ସହ ଛାତ୍ରାବାସର ରୋଷେୟା ମଧ୍ୟ ମଦ ପିଇ ଗଡ଼ିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ସ୍ଥାନୀୟ ସରପଞ୍ଚ ଓ ଗାଁ ଲୋକେ ଉଭୟଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ।
ଗୋଟିଏ ଝଡ଼ ଆସିଲା, ୫-ଟି ସ୍କୁଲର ଛାତକୁ କୁଆଡ଼େ ଉଡ଼େଇ ନେଲା । ଆଜବେଷ୍ଟ ପୂରା ଗୁଣ୍ଡ, ଫ୍ୟାନ ପୂରା ବଙ୍କା । କାମ କେମିତି ହୋଇଛି ଜଳଜଳ ଦିଶୁଛି
ଡାକ୍ତର ଗଣପତି ତେଲକୋଇ ଥାନା କରଦାଙ୍ଗି ଗ୍ରାମର କଳାବତୀ ବେହେରା ନାମକ ଜଣେ ବୃଦ୍ଧାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ଲାଞ୍ଚ ଦେଲାବେଳେ ବୃଦ୍ଧାଙ୍କ ନାତି ଭିଡିଓ କରି ଭାଇରଲ କରିଥିଲେ । ଲାଞ୍ଚ ମାଗୁଥିବାର ଘୃଣ୍ୟ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ।
ଗତ କିଛିଦିନ ଧରି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେଉଛି। ଆଜି ମଧ୍ୟ କିଛି ସ୍ଥାନରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ସେହି ୪ଟି ଜିଲ୍ଲା ଖଣି ଖାଦାନରେ ଭରପୁର । ବ୍ଲାକରୋଜ କଥା ବି ଉଠାଇଲେ ଜୟନାରାୟଣ ।
ଆଜି ୪୦ରୁ ୫୦ କିମି, କାଲି ୩୦ରୁ ୪୦ କିମି ବେଗରେ ପବନ ବହିପାରେ
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୨୯ ତାରିଖ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଏକ ଗାଁର ମଇଁଷି ପଲ ରାତିରେ ଜଙ୍ଗଲରେ ବୁଲଥିବା ବେଳେ, ବାଘ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ମାଗୁଣି ଚରଣ କୁଅଁର।
ଅଫିସ ପରିସରରେ ଏବଂ ବାହାରେ ଲୋକଙ୍କ ସହ ମୁହାଁମୁହିଁ ହୋଇଥିଲେ ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କଅଁର ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ସେଇ ଭଦ୍ର ବ୍ୟକ୍ତି ଜଣକ ଦୁଇଟି କିସ୍ତିରେ ଲାଞ୍ଚ ବି ନେଇଛନ୍ତି । ଗତ ଫେବୃୟାରୀ ୫ ତାରିଖରେ ତେଲକୋଇ ଥାନାର କଳାବତୀ ବେହେରା ନାମକ ଜଣେ ବୃଦ୍ଧା ନାଳରେ ବୁଡି ପ୍ରାଣ ହରାଇଥିଲେ । ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗଣପତି ପ୍ରଧାନ କଳାବତୀଙ୍କ ଶବ ବ୍ୟବଚ୍ଛେଦ କରିଥିବା ବେଳେ ରିପୋର୍ଟ ଦେବା ପାଇଁ ପରିବାର ଲୋକଙ୍କୁ ବାରମ୍ବାର ମେଡିକାଲକୁ ଦୌଡାଇବା ପରେ ପ୍ରଥମେ ୩ ହଜାର ଓ ପରେ ୨ ହଜାର ଟଙ୍କା ଲାଞ୍ଚ ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ଆଜିକୁ ମିଶାଇ ଦୁଇ ଦିନ ଯାଏ ତାଣ୍ଡବ ରଚିବ ପଶ୍ଚିମା ଝଡ଼ । ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ କରିଛି।
ଆଜି ଅଧିକ ପ୍ରଭାବ ଦେଖାଇବ ପଶ୍ଚିମା-ଝଡ଼ା ଗତ ଦୁଇ ଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଥିବା ବର୍ଷାର ପରିମାଣ ଆଜି ଅଧିକ ବଢ଼ିବ।
ଆସନ୍ତା ୧୮ ତାରିଖରେ ରାଜ୍ୟରେ କିଛି ଜିଲ୍ଲାରେ କୁଆପଥର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା
ଆଜିଠୁ ୧୪ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୧୫ ତାରିଖରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।
୩୫ ଫୁଟ ଉଚ୍ଚ ଛାତରୁ ଖସିପଡ଼ି ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ପ୍ରାଣ ହରାଇଛନ୍ତି । ବଡ଼ବିଲ ୪ ନଂ ୱାର୍ଡ଼ ଶ୍ରୀରାମ ନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି।
ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବି କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଗତକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଥିଲା।
ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଜି ମେଘୁଆ ପାଗ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।
ଡେବ୍ରିଗଡ଼କୁ ବ୍ୟାଘ୍ର ଅଭୟାରଣ୍ୟ ଘୋଷଣା ପାଇଁ ଏନଟିସିଏର ସୁପାରିଶ । ଏବେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ଅପେକ୍ଷା ।