/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684994677.jpg)
Wild elephant crushes lady ward member
ଭୋରରୁ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଦଳି ଦେଲା ହାତୀ । ଦନ୍ତା ହାତୀ (Wild elephant)ର ଆକ୍ରମଣରେ ଜଣେ ମହିଳା ୱାର୍ଡମେମ୍ବର(lady ward member) ପ୍ରାଣ ହରାଇଛନ୍ତି । ଏଭଳି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳା ନୂଆଗାଁରେ ।
ମୃତକ ହେଲେ ଦୁତୀୟା ନାୟକଙ୍କ ସ୍ତ୍ରୀ ଦ୍ରୌପଦୀ ନାୟକ । ସେ ଆକୁଳ ପଞ୍ଚାୟତର ୧୦ ନମ୍ବର ୱାର୍ଡର ୱାର୍ଡମେମ୍ବର ଥିଲେ । ଗତ ରାତିରେ ତାଙ୍କ ଗାଁରେ ପ୍ରବଳ ଝଡ଼ ତୋଫାନ ହୋଇଥିଲା । ତେଣୁ ବଡ଼ି ଭୋରରୁ ଆମ୍ବ ଗୋଟାଇବାକୁ ଯାଇଥିଲେ ଦ୍ରୌପଦୀ । ସେହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ।
ଦ୍ରୌପଦୀଙ୍କୁ ଦେଖିବା ମାତ୍ରେ ତାଙ୍କୁ ଶୁଣ୍ଢରେ ଉଠାଇ ନେଇ କଚାଡ଼ି ଦଳି ଦେଇଥିଲା ଦନ୍ତା । କିଛି ସମୟ ପରେ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବନ ବିଭାଗ ପ୍ରଥମ ପର୍ଯ୍ୟାୟରେ ମୃତକଙ୍କ ପରିବାରକୁ ୬୦ ହଜାର ଟଙ୍କା କ୍ଷତିପୂରଣ ଦେଇଛି। ବନବିହାରୀପୁର ଅଞ୍ଚଳରେ ଏବେ ୧୫ ଟିକିଆ ହାତୀ ପଲ ରହିଛନ୍ତି । ...