/odishatv-khabar/media/post_attachments/uploadimage/library/16_9/16_9_0/Sarpanch__1683442861.jpg)
Sarpanch
ପ୍ରଶାସନ ଦ୍ୱାରା ଅପମାନିତ ହୋଇ ଇସ୍ତଫା ଦେଲେ ସରପଞ୍ଚ । କେନ୍ଦୁଝର ଧରଣୀଧର ଭୁୟାଁଙ୍କ ଜୟନ୍ତୀରେ ସ୍ଥାନୀୟ ଆଦିବାସୀ ସରପଞ୍ଚଙ୍କୁ ଅଣଦେଖା । ବିଡ଼ିଓଙ୍କୁ ଇସ୍ତଫା ପତ୍ର ଦେଇ ଚର୍ଚ୍ଚାରେ ସଦର ବ୍ଲକ ବରଦାପାଳ ପଞ୍ଚାୟତର ଯୁବ ସରପଞ୍ଚ ଗଣେଶ ମୁଣ୍ଡା । ସମ୍ମାନହାନୀ ହୋଇଥିବା ନେଇ ଇସ୍ତଫା ପତ୍ରରେ ଉଲ୍ଲେଖ ରହିଛି ।
ଗତକାଲି କୁସୁମିତାରେ ଜିଲା ପ୍ରଶାସନ ପକ୍ଷରୁ ବିପ୍ଲବୀ ଧରଣୀଧର ଭୂୟାଁଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଏଥିରେ କେନ୍ଦୁଝର ସାଂସଦଙ୍କ ସହ ଜିଲାର ଅଧିକାଂଶ ବିଧାୟକ ଏବଂ ଲୋକପ୍ରତିନିଧି, ଜିଲ୍ଲାପାଳ, ଅନେକ ବରିଷ୍ଟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । କିନ୍ତୁ ଏହି କାର୍ଯ୍ୟକ୍ରମରେ ସେହି ପଂଚାୟତର ସରପଞ୍ଚ ଗଣେଶ ମୁଣ୍ଡାଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା । ଯାହାଦ୍ୱାରା ଗଣେଶ ନିଜକୁ ଅପମାନିତ ଅନୁଭବ କରିଛନ୍ତି । ଏଥିରେ ମିୟାପ୍ରାଣ ହୋଇ ଗଣେଶ ନିଜର ଇସ୍ତଫା ପତ୍ର କେନ୍ଦୁଝର ସଦର ବ୍ଳକ ବିଡ଼ିଓଙ୍କ ଉଦ୍ୟେଶରେ ଲେଖିଛନ୍ତି । ଏହାସହ ନିଜର ଭାବାବେଗ ଏବଂ ଦୁଃଖକୁ ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ସରପଞ୍ଚ ଗଣେଶ ବିନା ସମର୍ଥନରେ ସରପଞ୍ଚ ପଦରେ ବିଜୟୀ ଲାଭ କରିଥିଲେ ।
ଅନ୍ୟପଟେ ପ୍ରଶାସନ ଭୁଏ ସ୍ୱୀକାର କଲେ ତଥା କୌଣସି ଜନ ପ୍ରତିନିଧିଙ୍କୁ ଏପରି ଆପମାନିତ କରିବେ ନାହି ବୋଲି ପ୍ରତିଶ୍ରୁତି ଦେଲେ ଇସ୍ତଫା ପତ୍ର ଫେରାଇ ନେବେ ବୋଲି ଗଣେଷ କହିଛନ୍ତି ।ଏ ନେଇ ସଦର ବିଡିଓ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରିଥିଲେ ସୁଦ୍ଧା । ସେ ବର୍ତ୍ତମାନ କେବଳ ସଫ୍ଟ କପି ପାଇଛନ୍ତି ଓ ହାର୍ଡ଼ କପି ପାଇବା ପରେ ନିୟମ ଅନୁସାରେ ଯାହା ହେବା କଥା ସେୟା ହେବ ବୋଲି କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)