Advertisment

୩ ଦିନ ପରେ ବର୍ଷିବ ! ଏବେ ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ଅସମ୍ଭାଳ ତାତି

ତତଲା କଡ଼େଇରେ ସିଝୁଛି ପଶ୍ଚିମ ଓଡ଼ିଶା । ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ । ୪୦ ଡିଗ୍ରୀ ଉପରେ ରାଜ୍ୟର ୨୫ ସହର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha Heat Wave Update

Odisha Weather Update

ଡହଡହ ଖରା। ପାଦରେ ଯୋତା, ମୁଣ୍ଡରେ ଛତା ନହେଲେ ଘରୁ ବାହାରିବା ମୁସକିଲ୍ । କଲବଲ କରୁଛି ତାତି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଜାରି ରହିଛି ଗ୍ରୀଷ୍ମଲହରୀ। ବିଶେଷ କରି ପଶ୍ଚିମକୁ ଅଥୟ କରିଛି ଅସହ୍ୟ ଗରମ। ଦିନ ୧୦ଟା ପରେ ଘରୁ ବାହାରିବା ମୁସକିଲ୍ ହୋଇପଡ଼ିଛି। ଆଜି ୪୦ ଡିଗ୍ରୀ ଉପରେ ଥିଲା ରାଜ୍ୟର ୨୫ ସହର। ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଓ ରାଜଧାନୀ ଭୁବନେଶ୍ବରରେ ୪୨ ଡିଗ୍ରୀ ଟପିଛି ପାରଦ। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଗାମୀ ୩ ଦିନ ଯାଏଁ ଏଭଳି ଗ୍ରୀଷ୍ମଲହରୀ ଜାରି ରହିବ। ତେବେ ଆଶ୍ବସ୍ତିର କଥା ହେଉଛି ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ଥିବାରୁ ଏହାରି ପ୍ରଭାବରେ ତାପମାତ୍ରା ଖସିବାର ବି ସମ୍ଭାବନା ରହିଛି।

Advertisment

ଆଜି ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୨ ଡିଗ୍ରୀ ପାର୍ କରିସାରିଥିଲା ପାରଦ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଆକ୍ତାମାକ୍ତା କରି ପକାଯାଉଛି। ସକାଳ ୮ଟାରୁ ତାତି ବଢ଼ିବା ସହ ଦିନ ୧୦ଟା ପରେ ଘରୁ ବାହାରିବା ସମ୍ଭବ ହେଉନାହିଁ। ସେହିପରି ଜରୁରୀ କାମରେ ବାହାରିଥିବା ଯାତ୍ରୀ ଖରାରେ ସିଝିବାକୁ ବାଧ୍ୟ ହେଉଛନ୍ତି ।

ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷ ଏପ୍ରିଲ ମାସରେ ୮ ଥର ପାରଦ ୪୦ ଡିଗ୍ରୀ ଟପିଥିଲା । ୨୦ ଏପ୍ରିଲରେ ସର୍ବାଧିକ ୪୩.୨ ଡିଗ୍ରୀ ସେଲସିୟସରେ ଥିଲା ପାରଦ। ଏହାର ପ୍ରାୟ ମାସକ ପରେ ଗତକାଲି ପୁଣି ୪୦ ଡିଗ୍ରୀ ଡେଇଁ ୪୨.୬ ଡିଗ୍ରୀ ଛୁଇଁଥିଲା ତାପମାତ୍ରା। ସେପଟେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ।

Advertisment

ଏହାପରେ ସାମାନ୍ୟ କମିପାରେ ତାତି । ଅନ୍ୟପକ୍ଷରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୭ରେ କାଳବୈଶାଖୀ ପ୍ରଭାବ ସାମାନ୍ୟ ବଢିବା ସହ ଏହା ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ୧୯ଟି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ।

Heat Wave Weather Update Heat Wave Warning
Advertisment
Advertisment